ସିବିଏସଇ ଦଶମ ପରୀକ୍ଷାରେ ବିଏଚଏସସି କଳମ୍ବର ଶତପ୍ରତିଶତ ସଫଳତା ।

0 9

ପୋଲସରା,୨୦/୦୪ (ପିପିଟି) :୨୦୨୫-୨୬ ଶିକ୍ଷାବର୍ଷରେ ଅନୁଷ୍ଠିତ ସିବିଏସଇ ଦଶମ ଶ୍ରେଣୀ ପରୀକ୍ଷାରେ ଗଞ୍ଜାମ ଜିଲ୍ଲା ପୋଲସରା ବ୍ଲକ କଳମ୍ବ ଗ୍ରାମ ପଞ୍ଚାୟତ ସ୍ଥିତ ବୀଣାପାଣି ହାଇଟେକ୍ ଷ୍ଟଡି ସେଣ୍ଟର କଳମ୍ବର ଅଧ୍ୟୟନରତ ଛାତ୍ରୀମାନଙ୍କ ପରିଶ୍ରମ ଯୋଗୁଁ ଶତପ୍ରତିଶତ ସଫଳତା ହାସଲ କରିଛି । ବିଶେଷ କରି ଏହି ଷ୍ଟଡି ସେଣ୍ଟରର ନନ୍ଦିନୀ ପ୍ରଧାନ, ଅର୍ଚ୍ଚିତା ସାହୁ, ଖୁସବୁ ସାହୁ, ସ୍ଵୀକୃତି ଗୌଡ଼, ଦୀପା ସ୍ୱାଇଁ, ଖୁସି ପ୍ରଧାନ ଓ ଖୁସି ରାଣୀ ବେହେରା ।
ଏହି ସାତ ଜଣ ବାଳିକା ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ନନ୍ଦିନୀ ପ୍ରଧାନ ୯୮ ପ୍ରତିଶତ ମାର୍କ ରଖି ସମଗ୍ର ପୋଲସରା ବ୍ଲକରେ ଟପର୍ ହୋଇଥିବା ବେଳେ ଅର୍ଚ୍ଚିତା ସାହୁ ୯୪.୨ ପ୍ରତିଶତ, ଖୁସବୁ ସାହୁ ୯୧ ପ୍ରତିଶତ, ସ୍ଵୀକୃତି ଗୌଡ଼ ୮୯ ପ୍ରତିଶତ, ଦୀପା ସ୍ୱାଇଁ ୮୭.୨ ପ୍ରତିଶତ, ଖୁସି ପ୍ରଧାନ ୬୯.୮ ପ୍ରତିଶତ ଏବଂ ଖୁସି ରାଣୀ ବେହେରା ୫୮.୭ ପ୍ରତିଶତ ମାର୍କ ରଖି ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛନ୍ତି । ସବୁଠାରୁ ଗର୍ବର ବିଷୟ ଏହି କି ଯେ, ଛାତ୍ରୀ ନନ୍ଦିନୀ ପ୍ରଧାନ କେବଳ ପୋଲସରା ବ୍ଲକ ନୁହେଁ ସମଗ୍ର ଗଞ୍ଜାମ ଜିଲ୍ଲାରେ ଯୁଗ୍ମଭାବେ ପ୍ରଥମ ସ୍ଥାନ ଅଧିକାର କରିବାରେ ସଫଳ ହୋଇଛନ୍ତି । ସୂଚନାଯୋଗ୍ୟ ଯେ, ଏହି ସାତ ଜଣ ବାଳିକାମାନଙ୍କ ମଧ୍ୟରୁ କେବଳ ଖୁସି ରାଣୀ ବେହେରା ପୋଲସରା ସ୍ଥିତ ମଦର୍ ସୁଲୋଚନା ବୈଦିକ (ଏମ୍ ଏସ ଭି) ର ଛାତ୍ରୀ ଥିବାବେଳେ ବାକି ଛଅ ଜଣ ଛାତ୍ରୀ ଏହି ବ୍ଲକ୍ ହାତୀଓଟ ପଞ୍ଚାୟତ ସ୍ଥିତ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ଛାତ୍ରୀ ଅଟନ୍ତି । ପୁଣି ସ୍ଵୀକୃତି ସାହୁ ଓ ଦୀପା ସ୍ୱାଇଁ ଉଭୟେ ବ୍ଲକର ଜକର ଗ୍ରାମର ବାସିନ୍ଦା ଥିବାବେଳେ ବାକି ପାଞ୍ଚ ଜଣ ଏହି କଳମ୍ବ ଗ୍ରାମର ଅଟନ୍ତି । ଟପର୍ ନନ୍ଦିନୀ ପ୍ରଧାନଙ୍କ ପିତା ନୀଳାମ୍ୱର ପ୍ରଧାନ ଜଣେ ଛୋଟ ବ୍ୟବସାୟୀ ଥିବାବେଳେ ଅର୍ଚ୍ଚିତା ସାହୁଙ୍କ ପିତା ଶ୍ବେତାମ୍ବର ସାହୁ ଜଣେ ଶିକ୍ଷକ ଏବଂ ମାତା ଶ୍ରୀମତୀ ଲଳିତା କୁମାରୀ ସାହୁ ଜଣେ ଅଙ୍ଗନୱାଡ଼ି କର୍ମୀ ଅଟନ୍ତି । ସେହିପରି ଖୁସବୁ ସାହୁଙ୍କ ପିତା ଧରଣୀଧର ସାହୁ ଜଣେ ବ୍ୟବସାୟୀ ଅଟନ୍ତି । ତେବେ ଏହି ସାତ ଜଣ ମେଧାବୀ ଛାତ୍ରୀଙ୍କ ଏଭଳି ବିରଳ ସଫଳତା ଯୋଗୁଁ ଷ୍ଟଡି ସେଣ୍ଟରର ସହଯୋଗୀ ଭାବେ ସଦାସର୍ବଦା ନିଜର ଅକୁଣ୍ଠ ସେବା ଯୋଗାଇ ଦେଇ ଆସୁଥିବା କଳମ୍ବ ଗ୍ରାମବାସୀଙ୍କ ସମେତ ଅଧ୍ୟାପକ ମନୋଜ କୁମାର ସାହୁ ଓ ଅଧ୍ୟାପକ ଚିତ୍ରସେନ ବେହେରା, ଓଏଭି ଶିକ୍ଷକ ସନ୍ତୋଷ କୁମାର ସାହୁ ଓ ଶିକ୍ଷକ ସନ୍ତୋଷ କୁମାର ସାହୁ ବ୍ୟକ୍ତିଗତ ଭାବେ ଛାତ୍ରୀମାନଙ୍କ ଭବିଷ୍ୟତ ଉଜ୍ଜ୍ୱଳ ଶୁଭକାମନା କରିବା ସହ ସେଣ୍ଟରର କମଳିନୀ ସାହୁ, ଲିପି ପ୍ରଧାନ ଓ ଆରତି ପ୍ରଧାନ ପ୍ରମୁଖ ଶିକ୍ଷୟିତ୍ରୀମାନଙ୍କୁ ଆନ୍ତରିକ ଧନ୍ୟବାଦ ଏବଂ କୃତଜ୍ଞତା ଜଣାଇଛନ୍ତି ।

ରିପୋର୍ଟ୍: ସନ୍ତୋଷ କୁମାର ପଣ୍ଡା

Leave A Reply

Your email address will not be published.