ଏସସିବି ମେଡିକାଲରେ ପୁଣି ଲଜ୍ଜା।

0 0

କଟକ,୧୯/୦୪:ଏସସିବି ମେଡିକାଲରେ ମେଡିସିନ ବିଭାଗ ତିନି ମହଲାରେ ରୋଗୀଙ୍କ ସହିତ ଖରାପ କାମ କରୁଥିବା ସମୟରେ ଧରା ପଡି ନିର୍ଦ୍ଧୁମ ଛେଚା ଖାଇଲା ପରେ କୌଶଳ କ୍ରମେ ଖସି ଯାଇଛନ୍ତି ଯୁବକ । ତେବେ ଯୁବକ ଜଣକ ହେଲେ ଜଗତପୁର ନିମପୁର ବସ୍ତି ସୁଇପର ସାହିର ଯୋଗୀ ନାଏକଙ୍କ ପୁଅ କାହ୍ନା ନାଏକ । ସେପଟେ ଯୁବକ ଜଣକ ପୋଖତ ଦଲାଲ,ମୋବାଇଲ ଚୋର,ଜମାକାରୀ,ପକେଟମାର ହେଉଛି ତାର ନିତି ଦିନିଆ କାମ,। ସୂଚନା ଅନୁସାରେ ଏହି ଯୁବକ ଜଣକ କିଛି ଦିନ ତଳେ ଏସ ସି ବି ମେଡିକାଲ ରେ ମେଡିସିନ ବିଭାଗ ତିନି ମହଲାରେ ଜଣେ ରୋଗୀ ଙ୍କ ସହିତ ଖରାପ କାମ କରୁଥିବା ସମୟରେ ଧରା ପଡି ରୋଗୀ ସମ୍ପର୍କୀୟଙ୍କ ଠାରୁ ନିର୍ଦ୍ଧୁମ ଉତମ ମଧ୍ୟମ ଖାଇବା ପରେ, ମେଡିକାଲ ଷ୍ଟାଫଙ୍କ ସହାୟତାରେ ଖସି ପଳାଇ ଯାଇଛି। ତେବେ ଏଇ ଖବରକୁ ପ୍ରଶାସନ ଚପାଇ ଦେବାକୁ ଉଦ୍ୟମ କରାଯାଇଛି କାରଣ କିଛି ଦିନ ତଳେ ଟ୍ରୋମା ଆଇସିୟୁ ଘଟଣା ପାଇଁ, କାରଣ ଏଭଳି ଘଟଣା ବାରମ୍ବାର ଗଣମାଧ୍ୟମ ରେ ପ୍ରକାଶ ପାଇଲେ ପ୍ରଶାସନର ପାରିବା ପଣିଆ ପଦାରେ ପଡ଼ିବ। ତେବେ ଏମ୍ ସି ବି ମେଡିକାଲ ର ପ୍ରଶାସନିକ ବ୍ୟବସ୍ଥା ସମ୍ପୂର୍ଣ୍ଣ ଭାବେ ଭୁଷୁଡି ପଡିଛି। ଫଳରେ ରୋଗୀ ଠାରୁ ଆରମ୍ଭ କରି ରୋଗୀଙ୍କ ସମ୍ପର୍କୀୟ ମଧ୍ୟ ବାରମ୍ବାର ସମସ୍ୟା ରେ ସମ୍ମୁଖୀନ ହେବାକୁ ପଡୁଛି। ତେଣୁ ଏମ୍ ସି ବି ଭଳି ପ୍ରତିଷ୍ଠିତ ମେଡିକାଲ କଲେଜ ପ୍ରତି ଲୋକଙ୍କ ର ଆଉ ଆଶା ଭରସା ଧୀରେ ଧୀରେ କମ୍ ହେବାରେ ଲାଗିଛି। ଏଭଳି ସ୍ପର୍ଶକାତର ଘଟଣା ଉପରୁ ତୁରନ୍ତ ପରଦା ହଟାଇ ସମ୍ପୃକ୍ତ ଥିବା ଯୁବକ ଓ ମେଡିକାଲ କର୍ମଚାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣରେ ରେ ଚର୍ଚ୍ଚା ଜୋର ଧରିଛି।

Leave A Reply

Your email address will not be published.