ଝାରସୁଗୁଡ଼ାରେ ପୁଲିସ ଏନକାଉଣ୍ଟର: ଅପରାଧୀ ବଣ୍ଟି ପ୍ରସାଦ ଆହତ ।

0 3

ଝାରସୁଗୁଡ଼ା,୧୯/୧୦: ଝାରସୁଗୁଡ଼ା ଜିଲ୍ଲାର ଆମଦର ଜଙ୍ଗଲରେ ପୁଲିସ ଏନକାଉଣ୍ଟରରେ ଅଭିଯୁକ୍ତ ବଣ୍ଟି ପ୍ରସାଦ ଆହତ ହୋଇଛି। ତା’ର ବାମ ଗୋଡ଼ରେ ଗୁଳି ବାଜିଥିବା ଜଣାପଡ଼ିଛି। ଆଜି ସକାଳେ ଜଙ୍ଗଲ ନିକଟରେ ପୁଲିସ ପକ୍ଷରୁ ସର୍ଚ୍ଚ ଅପରେସନ୍ ଚାଲିଥିବାବେଳେ ଓରିଏଣ୍ଟ ଥାନା ପୁଲିସ ସହ ବଣ୍ଟିର ମୁହାଁମୁହିଁ ହୋଇଥିଲା। ପୁଲିସକୁ ଦେଖି ବଣ୍ଟି ଗୁଳିମାଡ଼ କରିବା ସହ ଖସିଯିବାକୁ ଉଦ୍ୟମ କରିଥିବାରୁ ପୁଲିସ ପକ୍ଷରୁ ପାଲଟା ଗୁଳିଚାଳନା କରାଯାଇଥିଲା। ଏଥିରେ ବଣ୍ଟି ଆହତ ହୋଇଥିଲା। ତାକୁ ପ୍ରଥମେ ବ୍ରଜରାଜନଗର ସ୍ୱାସ୍ଥ୍ୟକେନ୍ଦ୍ରରେ ପ୍ରାଥମିକ ଚିକିତ୍ସା କରାଯିବା ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ବଣ୍ଟି ହନୁମାନ ନଗରର ବାସିନ୍ଦା ହୋଇଥିବାବେଳେ ତା’ ବିରୋଧରେ ଝାରସୁଗୁଡ଼ା, ବ୍ରଜରାଜନଗର ଓ ଓରିଏଣ୍ଟ ଥାନାରେ ହତ୍ୟା ଉଦ୍ୟମ, ଡକାୟତି ଯୋଜନା, ସଂଗଠିତ ଅପରାଧ ଓ ବେଆଇନ ଅସ୍ତ୍ରଶସ୍ତ୍ର କାରବାର ଭଳି ୧୭ଟି ସଙ୍ଗୀନ ମାମଲା ରହିଥିବା ସୂଚନା ମିଳିଛି। ଏନକାଉଣ୍ଟର ପରେ ଘଟଣାସ୍ଥଳରୁ ବେଆଇନ ମାରଣାସ୍ତ୍ର ଜବତ କରାଯାଇଛି। ଘଟଣା ପରେ ଅଞ୍ଚଳରେ ପୁଲିସ ପକ୍ଷରୁ ପାଟ୍ରୋଲିଂ କଡ଼ାକଡିଟ କରାଯାଇଛି।

Leave A Reply

Your email address will not be published.