ଚଳନ୍ତା ଟ୍ରେନରୁ ଖସି ଯୁବକ ଗୁରୁତର ।

0 177

ସିମୁଳିଆ,୧୯/୦୪: ମାର୍କୋଣା  ଷ୍ଟେସନ ନିକଟରେ ଚଳନ୍ତା ଟ୍ରେନରୁ ଖସି ଯୁବକ ଗୁରୁତର ଅବସ୍ଥାରେ ସିମୁଳିଆ ପରେ ଭଦ୍ରକ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି l ସୂଚନାରୁ ପ୍ରକାଶ ଆଜି ମଧ୍ୟାହ୍ନ ସମୟରେ ଗୁହାଟିରୁ ସିକନ୍ଦରାବାଦ (07029) ଯାଉଥିବା ସ୍ପେଶାଲ ଟ୍ରେନଟି ଦକ୍ଷିଣ ପୂର୍ବ ରେଳପଥର ମାର୍କୋଣା ରେଳ ଷ୍ଟେସନରେ ଦ୍ରୁତ ବେଗରେ ଅତିକ୍ରମ କରୁଥିବା ସମୟରେ ଚଳନ୍ତା ଟ୍ରେନରୁ ଯୁବକ ଜଣଙ୍କ ଖସିପଡି ଗୁରୁତର ହୋଇଥିଲେ । ଯୁବକ ଜଣକ ଖସି ପଡିବା ଜାଣି ସ୍ଥାନୀୟ ଅଞ୍ଚଳର ସମାଜ ସେବୀ ରାଜୁଙ୍କ ସହାୟତାରେ ଆମ୍ବୁଲାନ୍ସ ଯୋଗେ ଗୁରୁତର ଯୁବକକୁ ସିମୁଳିଆ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା ନିମନ୍ତେ ଭର୍ତ୍ତି କରିଥିଲେ । ଅବସ୍ଥା ଗୁରୁତର ହେବାରୁ ଭଦ୍ରକ ମେଡିକାଲକୁ ଚିକିତ୍ସା ନିମନ୍ତେ ସ୍ଥାନାନ୍ତର କରାଯାଇଛି l ତେବେ ଯୁବକ ଜଣକ ଆସାମ ରାଜ୍ୟର ଗୁହାଟି ଅଞ୍ଚଳର ମୁଭିଦୁଲ ଇସଲାମ ବୋଲି ଜଣାଅପଡ଼ିଛି ।

Leave A Reply

Your email address will not be published.