ବରୀ ବିଜେପି ପାଇଁ ସଞ୍ଜିବନୀ ସାଜିଛନ୍ତି ରାଜ୍ୟ ମୁଖପାତ୍ର ମନୋଜ ।

0 50

ଯାଜପୁର ,୧୫/୦୪(ପିପିଟି):ଯାଜପୁର ଜିଲ୍ଲା ବରୀ ବିଜେପି ପାଇଁ ସଞ୍ଜିବନୀ ସାଜିଛନ୍ତି ରାଜ୍ୟ ବିଜେପି ମୁଖପାତ୍ର ମନୋଜ ମହାପାତ୍ର । ବରୀ ବିଜେପି କର୍ମୀଙ୍କୁ ଏକତ୍ରିତ କରିବା ଓ ବିଜେଡି ସଂଗଠନ କୁ ଭାଙ୍ଗି କର୍ମୀ ମାନଙ୍କୁ ବିଜେପି କୁ ଆଣିବା ପଛରେ ବହୁ ଅବଦାନ ରହିଛି ମନୋଜ ଙ୍କର । ମନୋଜ ଯେଉଁଠି ଛିଡା ହେଉଛିନ୍ତି ଲୋକଙ୍କ ଭିଡ ଜମୁଛି ଏଭଳି ଦୃଶ୍ୟ ଦେଖିବାକୁ ମିଳୁଛି। ଗତ ପଣାସଂକ୍ରାନ୍ତି ଦିନ ରାଜ୍ୟ ମୁଖପାତ୍ର ମନୋଜ ମହାପାତ୍ର ବରୀ ନିର୍ବାଚନ ମଣ୍ଡଳୀ ଗ୍ରସ୍ତ କରିଛନ୍ତି । । ଏହି ନିର୍ବାଚନ ମଣ୍ଡଳୀ ପବିତ୍ର ବିଷୁବ ସଂକ୍ରାନ୍ତି ଅବସରରେ ଏକ ସାଂସ୍କୃତିକ ସ୍କୃତିକ କାର୍ଯ୍ୟର୍କମରେ ଯୋଗ ଦେଇଛନ୍ତି । ତେବେ ବରୀ ନିର୍ବାଚନ ମଣ୍ଡଳୀ ରସୁଲପୁର ବ୍ଲକର ଗୋପାଳପୁର ଠାରେ ତାଙ୍କୁ ପୁଷ୍ପଗୁଚ୍ଛ ଚ୍ଛ ଦେଇ ସ୍ବାଗତ କରାଯାଇ ଥିବା ଥୁବା ଦେଖୁବାକୁ ମିଳିଥିଲ ଥିଲା । ପ୍ରଥମେ ସେ ସେ ଗୋପାଳପୁର ପୁରସ୍ଥ ଡାକବଙ୍ଗଳଠାରେ ପଂହଚିବା ପରେ ବିଜେପିର ଶହ ଶହ କର୍ମୀ ଓ ନେତା ମାନେ ସ୍ବାଗତ କରିଥିଲେ । ସେଠାରୁ ଏକ ବିଶାଳ କାର ଶୋଭାଯାତ୍ରାରେ ରନ୍‌ଗିରି ଅଭିମୁଖେ ବାହାରି ଥିଲେ । ବାଟରେ ରାଜେନ୍ଦ୍ରପୁରଠାରେ ଯୁବନେତା ସୁଶାନ୍ତ କୁମାର ବେହେରାଙ୍କ ନେତୃତ୍ବରେ ଶହଶହ ମହିଳା ,ଅତଲାପୁରଠାରେ ଯୁବନେତା ରାଣା ପ୍ରତାପଙ୍କ ସମର୍ଥକ,ସାମନ୍ତରାପୁରଠାରେ ଯୁବନେତା ମହିଳାନେତ୍ରୀ, ଝାଲପଡା ପଂଚାୟତଠାରେ ଶହଶହ ସମର୍ଥକ,ମଙ୍ଗରାଜପୁରଠାରେ ବିଜେପି ଯୁବ କର୍ମକର୍ତା ଓ ମହିଳା ନେତ୍ରୀ,ମହେଶ୍ଵରପୁର ପଂଚାୟତ ଚାନ୍ଦପୁରଠାରେ ସରପଂଚ ଝରଣା ପ ପାତ୍ରଙ୍କ ନେତୃତ୍ବରେ ଶହଶହ ସମର୍ଥକ,ବନ୍ଧଡିହ ପଂଚାୟତରେ ଶହଶହ ସମର୍ଥକ ଓ ବ୍ରହ୍ମବରଦା ବରଦା ପଂଚାୟତ ଚଣ୍ଡି ମନ୍ଦିର ପରିସରରେ ଯୁବନେତା ସଂଗ୍ରାମ ମହାନ୍ତି,ଅନିଲ ରାଉତ,ଉଦୟଭାନୁ ଦେଓ, ରୂପେଶ ରାଉତ,ଉ ରାଉତ,ଉମେଶ ବଟ୍ଟ ସୁରେନ୍ଦ୍ର ରାଉତ ଓ ବିଚିତ୍ର ଓଝା ଓ ଝାଲପଡା ପଂଚାୟତ ଝାଲପଡା ଛକଠାରେ କାବୁଲି ନାୟକଙ୍କ ନେତୃତ୍ବରେ ଶତାଧୂକ ମହିଳା, ଯୁବନେତା ଓ ବିଜେପି କର୍ମୀ ଶ୍ରୀ ମହାପାତ୍ରଙ୍କୁ ପୁଷ୍ପଗୁଚ୍ଛ ଓ ଉତରୀୟ ଦେଇ ସ୍ବାଗତ କରିଥିଲେ । ବ୍ରହ୍ମବରଦା ପଂଚାୟତସ୍ଥ ବ୍ୟାଙ୍କ ଛକଠାରେ ଶତାଧିକ ସଂଖ୍ୟାଲଘୁ ଭାଇମାନେ ତାଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ବାଗତ କରିଥିଲେ । ଏଭଳି ଭାବେ ଯଦି ମନୋଜ ବରୀ କୁ ଘନ ଘନ ଗସ୍ତ କରିବେ ବିଜେପି ଦଳ ଆହୁରି ମଜବୁତ୍ ହେବା ସହିତ ବିଜେଡି ସଂଗଠନ ଆହୁରି ଭାଙ୍ଗିବ ବୋଲି ସାଧାରଣ ଚର୍ଚା ହେଉଛି।

Leave A Reply

Your email address will not be published.