କଳାକାର ଭତ୍ତା ବୃଦ୍ଧି ହେବା ସମୁଦ୍ରକୁ ଶଙ୍ଖେ ସଦୃଶ।

0 5

ପୋଲସରା ୩୦.୧୨(ପିପିଟି):ରାଜ୍ୟ ସରକାରଙ୍କ ନୂତନ ବର୍ଷର ଭେଟି ଭାବେ ପୁରୁଣା ବର୍ଷ ଶେଷ ହେବା ତିନିଦିନ ପୂର୍ବରୁ କଳାକାର ମାନଙ୍କ ନିମନ୍ତେ ଚାଳିଶ ବର୍ଷରୁ ଅଶୀବର୍ଷ ପର୍ଯ୍ୟନ୍ତ ଦୁଇହଜାର ଟଙ୍କାକୁ ଏକହଜାର ଟଙ୍କା ବୃଦ୍ଧି କରି ତିନିହଜାର ଟଙ୍କା କରିଥିବା ବେଳେ ଅଶୀବର୍ଷରୁ ଉର୍ଦ୍ଧ କଳାକାର ମାନଙ୍କୁ ମଧ୍ୟ ଏକହଜାର ଟଙ୍କା ବୃଦ୍ଧି କରି ତିନିହଜାର ପାଞ୍ଚଶହ ଟଙ୍କା କରିଛନ୍ତି କିନ୍ତୁ ଏହି ପଦକ୍ଷେପ ପାଇଁ କୃତଜ୍ଞତା ଜ୍ଞାପନ କରାଯାଇଛି ହେଲେ ଏହା ଦୁର୍ଦ୍ଦିନ କଳାକାର ମାନଙ୍କୁ ସମୁଦ୍ରକୁ ଶଙ୍ଖେ ସଦୃଶ ଭଳି ହୋଇଛି ବୋଲି ନିଖିଳ ଓଡିଶା ବରିଷ୍ଠ କଳାକାର ମହାସଂଘର ଜଣେ ସଦସ୍ୟ ଓ ଗଞ୍ଜାମ ଜିଲ୍ଲା ବୁଗୁଡ଼ା ସହରସ୍ଥିତ ମଦନମୋହନ ପାଠାଗାର ଓ ସାହିତ୍ୟ ସଂସଦ ସମ୍ପାଦକ ତ୍ରିଲୋଚନ ପଣ୍ଡା ଅସନ୍ତୋଷ ପ୍ରକାଶ କରିଛନ୍ତି । ସୂଚନା ଯୋଗ୍ୟ ଯେ ଗତବର୍ଷରୁ ମହାସଂଘ ତତ୍ୱାବଧାନରେ ରାଜ୍ୟର ପ୍ରତି ବ୍ଲକ ମାଧ୍ୟମରେ ରାଜ୍ୟ ସରକାରଙ୍କ ଉଦେଶ୍ୟରେ କଳାକାର ଭତ୍ତା ଆକାରରେ ଅନ୍ୟୁନ୍ୟ ପାଞ୍ଚ ହଜାର ଲେଖାଏଁ ଦେବାପାଇଁ ଦାବୀ ହୋଇ ଆସୁଥିଲା କିନ୍ତୁ ସରକାର ବିଚାର କରି ବୃଦ୍ଧି କରିଛନ୍ତି । କଳାକାର ଜୀବନ ଏକ ସଂଘର୍ଷମୟ ଜୀବନ । କଳାକାର ସମାଜକୁ ସଂସ୍କାର ଏବଂ ଅସ୍ମିତା ର ଅଭିବୃଦ୍ଧି କରୁଥିବାରେ ସହାୟକ ହେଉଛି । ଏଣୁ ସରକାରଙ୍କ ପ୍ରତ୍ୟେକ ଯୋଜନାକୁ ମଧ୍ୟ ଲୋକଲୋଚନକୁ ଆଣିବାକୁ ସହାୟକ ହେଉଛି । ଭତ୍ତା ବୃଦ୍ଧିର ପୁନଃବିଚାର କରିବା ନିମନ୍ତେ ନିଖିଳ ଓଡିଶା ବରିଷ୍ଠ କଳାକାର ମହାସଂଘର ଏକ ବୈଠକରେ ଉପସ୍ଥାପନା କରାଯାଇଥିଲା ।

ରିପୋର୍ଟ୍ -ସନ୍ତୋଷ କୁମାର ପଣ୍ଡା

Leave A Reply

Your email address will not be published.