ବ୍ୟାଙ୍କ କ୍ୟାସିୟରଙ୍କ ଠାରୁ ୨୮ ଲକ୍ଷ ଲୁଟ ଉଦ୍ୟମ ପଣ୍ଡ : ସ୍ପ୍ରେ ମାରି ଲୁଟେରା ଫେରାର

0 4

ବାଣପୁର,୧୬/୦୯: ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ , ବାଲୁଗାଁ ଶାଖା ର ଏଟିଏମ ରୁ ବ୍ୟାଙ୍କକୁ ୨୮ ଲକ୍ଷ ଟଙ୍କା ଆଣୁଥିବା ବେଳେ ଦୁଇ ଦୁର୍ବୃତ୍ତ ଏକ ବାଇକରେ ଆସି ସ୍ପ୍ରେ ମାରି ଝାମ୍ପି ନେବା ଉଦ୍ୟମ କରୁଥିବା ବେଳେ ପଣ୍ଡ ହୋଇଛି ଲୁଟେରାଙ୍କ ଉଦ୍ୟମ । ମାତ୍ର ସେଠାରୁ ଖସି ଫେରାର ହୋଇ ଯିବାକୁ ସକ୍ଷମ ହୋଇଛନ୍ତି ଦୁଇ ଲୁଟେରା | ଲମ୍ବା ଛୁଟି ପରେ ଆଜି ବ୍ୟାଙ୍କ ଖୋଲିଥିଲା। ବ୍ୟାଙ୍କର କ୍ୟାସିୟର ରମେଶ ବେହେରା ଓ କର୍ମଚାରୀ ପ୍ରଶାନ୍ତ ନାୟକ ବ୍ୟାଙ୍କ ନିକଟରେ ଥିବା ଏଟିଏମ ରୁ ଏକ ବ୍ୟାଗରେ ୨୮ ଲକ୍ଷ ଟଙ୍କା ନେଇ ଚାଲି ଚାଲି ବ୍ୟାଙ୍କକୁ ଆସୁଥିଲେ | ହଠାତ ଦୁଇ ଜଣ ଦୁର୍ବୃତ୍ତ ଏକ ବାଇକରେ ଆସି ଆଗରେ ଥିବା ପ୍ରଶାନ୍ତଙ୍କ ମୁହଁ କୁ ସ୍ପ୍ରେ ମାରିଥିଲେ ଏବଂ କ୍ୟାସିୟର ଧରିଥିବା ବ୍ୟାଗ କୁ ଝାମ୍ପି ନେବା ପାଇଁ ଉଦ୍ୟମ କରିଥିଲେ | ଏନେଇ ଉଭୟଙ୍କ ମଧ୍ୟରେ ଧସ୍ତା ଧସ୍ତି ହେଉଥିବା CCTV ଫୁଟେଜରେ ସ୍ପଷ୍ଟ ଦେଖାଯାଉଛି | ଧସ୍ତା ଧସ୍ତି ବେଳେ ଲୁଟେରା ବିଫଳ ହେବାରୁ ସେଠାରୁ ଖୋର୍ଦ୍ଧା ଅଭିମୁଖେ ଫେରାର ହୋଇଯାଛନ୍ତି | ଘଟଣା ସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ କରୁଛି |

Leave A Reply

Your email address will not be published.