ନଦୀରେ ବୁଡି ଶିଶୁପୁତ୍ର ମୃତ ଘଟଣା : ନ୍ୟାୟ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ସାମ୍ବାଦିକ ପ୍ରତାପ ।

0 130

ଯାଜପୁର,୧୨/୧୨(ପିପିଟି):ଯାଜପୁର ଜିଲ୍ଲା ରସୁଲପୁର ତହସିଲ ଅଧିନସ୍ଥ ମହେଶ୍ୱରପୁର ପଂଚାୟତ ଚାନ୍ଦପୁର ଗ୍ରାମର ସୁନୀଲ ଦାସଙ୍କ ପୁଅ ମାନସ ଦାସ (୩) ବେଆଇନ ବାଲିଘାଟ ଯୋଗୁଁ ଗତ ମଙ୍ଗଳବାର ଦିନ ବ୍ରାହ୍ମଣୀ ନଦୀରେ ବୁଡି ପ୍ରାଣ ହରାଇଲେ । ଘଟଣାକୁ ନେଇ ଲୋକେ ଉତେଜିତ ହୋଇ ବାଲିଘାଟକୁ ବନ୍ଦ କରିବା ସହିତ ମୃତକଙ୍କ ପରିବାରକୁ କ୍ଷତିପୂରଣ ଦାବି ନେଇ ବ୍ରହ୍ମବରଦା ସେତୁ ଉପରେ ରାସ୍ତା ଅବରୋଧ କଲେ । ପରେ ବାଲିଘାଟ ବନ୍ଦ ହେବା ବଦଳରେ ଆନ୍ଦୋଳନକାରୀଙ୍କ ବିରୋଧରେ କେସ ଫାଇଲ ହେଲା । ଏନେଇ ସମାଜସେବୀ ପ୍ରତାପ ପୃଷ୍ଟି ମୃତ ଶିଶୁର ପରିବାରକୁ ନ୍ୟାୟ ମିଳିବା ସହିତ ଏହି ବେଆଇନ ବାଲିଘାଟ ବନ୍ଦ କରିବା ନେଇ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ମାଧ୍ୟମରେ ନିବେଦନ କରିଛନ୍ତି । ବାଲି ମାଫିଆଙ୍କ ବିରୋଧରେ କଢା କାର୍ଯ୍ୟାନୁ୍ଷ୍ଠାନ, ବାଲିଘାଟରେ ବ୍ୟବହୃତ ହେଉଥିବା ମେସିନ ଓ ଭାରୀଯାନ ଗୁଡିକୁ ଜବତ କରିବା,ବେଆଇନ ବାଲିଘାଟରେ ସଂପୃକ୍ତଥିବା ବ୍ରହ୍ମବରଦା ଥାନା ଅଧିକାରୀଙ୍କୁ ଅନ୍ୟତ୍ର ବଦଳି କରିବା ସହିତ ବ୍ରହ୍ମବରଦା ସ୍ୱାସ୍ଥ୍ୟ କେନ୍ଦ୍ରକୁ ୨୪ ଘଣ୍ଟିଆ ସ୍ୱାସ୍ଥ୍ୟସେବା ଯୋଗାଇ ଦେବା ନେଇ ଚିଠିରେ ଉଲ୍ଲେଖ ରହିଛି । ସୂଚନାଥାଉକି ବ୍ରହ୍ମବରଦା ଅଞ୍ଚଳର ବ୍ରାହ୍ମଣୀ ନଦୀରୁ ୪ରୁ ଉର୍ଦ୍ଧ୍ୱ ବେଆଇନ ବାଲିଘାଟ ଚାଲୁଥିବା ବେଳେ ଆବଶ୍ୟକ ଠାରୁ ବହୁ ପରିମାଣର ବାଲି ଉତୋଳନ କାରଣରୁ ନଦୀରେ ମାଳମାଳ ବିରାଟ ଖାଲ ସୃଷ୍ଟି ହୋଇଛି । ନିକଟସ୍ଥ ଗ୍ରାମବାସୀ ନଦୀକୁ ଶୈାଚ ତଥା ଗାଧୋଇବା ପାଇଁ ଯିବା ବେଳେ ଅସୁବିଧାର ସମ୍ମୁଖବନ ହେଉଛନ୍ତି । ଗତ ଦୁଇ ବର୍ଷ ମଧ୍ୟରେ ୩ ରୁ ଉଦ୍ଧ୍ୱର୍ ଜଣ ମୃତ୍ୟୁବରଣ କରିଛନ୍ତି ।

Leave A Reply

Your email address will not be published.