ବେଗୁନିଆପଡା ,୨୪/୦୯(ପିପିଟି): ଗୁରୁବାର ସକାଳୁ ସକାଳୁ ଏକ ଦୁଖଦଃ ଘଟଣା ଘଟିଯାଇଛି, ବେଗୁନିଆପଡା ବ୍ଲକ ଚନ୍ଦନପୁର ପଞ୍ଚାୟତ ଚନ୍ଦନେଶ୍ୱର ପୋଖରୀରେ ଜଣେ ବ୍ୟକ୍ତିଙ୍କ ଶବ ଭାସୁଥିବା ଦେଖି ସ୍ଥାନୀୟ ଲୋକେ କୋଦଳା ଦମକଳକୁ ଡକାଇ ଶବ ଉଦ୍ଧାର କରି କୋଦଳା ମେଡିକାଲରେ ପହଞ୍ଚାଇଛନ୍ତି….. ମୃତକ ହେଉଛନ୍ତି ଚନ୍ଦନପୁର ଗ୍ରାମର ଗନ୍ତେଇ ପ୍ରଧାନ, ବୟସ ୭୮,ଖବର ପାଇ ବେଗୁନିଆପଡା ପୋଲିସ ମେଡିକାଲ ରେ ପହଞ୍ଚି ଅନୁଧ୍ୟାନ କରିବା ସହିତ ଏକ ଅପମୃତ୍ୟୁ ମାମଲା ୠଜୁକରି ବ୍ୟବଛେଦ ପାଇଁ ପଠାଇଛନ୍ତି । ଘର ଲୋକଙ୍କ ସୂଚନା ପ୍ରକାରେ ବର୍ଷା ଲାଗିରହିଥିବାରୁ ଖାଇ ପି ସମସ୍ତେ ଶୋଇଯାଇଥିଲେ, ଭୋରରୂ ଉଠି ଦେଖିବା ବେଳକୁ ବାପା ନାହାନ୍ତି,ସେହି ବର୍ଷା ରେ ବାପା ଙ୍କୁ ଖୋଜାଖୋଜି କରୁଥିବା ସମୟ ରେ , ଖବର ପାଇଲୁ ପୋଖରୀରେ ବାପା ଙ୍କ ମୃତଦେହ ଭାସୁଛି, ସଙ୍ଗେ ସଙ୍ଗେ ଗ୍ରାମବାସୀଙ୍କ ସହଯୋଗ ରେ କୋଦକା ଦମକଳ କୁ ଡକାଇ ବାପାଙ୍କ ମୃତ ଶରୀର ଉଦ୍ଧାର କରି କୋଦଳା ମେଡିକାଲ ନେଇଥିଲୁ,ଶୌଚ ହେବା ସମୟରେ ପୋଖରୀରେ ଗୋଡଖସି ଯାଇଥିବ କହୁଛନ୍ତି ଗ୍ରାମବାସୀ ।
ରିପୋର୍ଟ -ସୂର୍ଯ୍ୟ ନାରାୟଣ ବଡୁ