ସକଳେଶ୍ୱର ସାହି ରାସ୍ତା ଉପରେ ଆଣ୍ଠୁଏ ପାଣି, ଯାତାୟାତରେ ଅସୁବିଧା ।

0 0

ବେଗୁନିଆପଡ଼ା ,୨୪/୦୯(ପିପିଟି):ଏ କୌଣସି ପୋଖରୀ କିମ୍ବା ହ୍ରଦ ନୁହଁ, ଏ ହେଉଛି ଚନ୍ଦନପୁର ପଞ୍ଚାୟତ ମୁଣ୍ଡୁଳା ସକଳେଶ୍ଵର ସାହି ର ରାସ୍ତା l ସାମାନ୍ୟ ବର୍ଷା ହେଲେ ବର୍ଷା ହେଲେ ଏଠାରେ କୃତ୍ରିମ ପୋଖରୀରେ ପରିଣତ ହେଉଛି ଏହି ସାହି । ରାସ୍ତା ଉପରେ ଆଣ୍ଠୁଏ ପାଣି ଜମି ରହୁଥିବାରୁ ଯାତାୟାତ ଏକପ୍ରକାର ଦୁର୍ବିଷହ ହୋଇପଡ଼ିଛି। ଏହି ରାସ୍ତା ଦେଇ ବିଦ୍ୟାଳୟ , ପୋଖରୀ ଓ ମନ୍ଦିରକୁ ଯାତାୟାତ କରୁଥିବା ଲୋକେ ହେଉଛନ୍ତି ହନ୍ତସନ୍ତ। ଏପରିକି ଗାଁରୁ ବାହାରକୁ ଯିବା ପାଇଁ ମଧ୍ୟ ଏହି ରାସ୍ତା ମୁଖ୍ୟ ରାସ୍ତା ହୋଇଥିବାରୁ ପାଣି ଜମିବା ଯୋଗୁଁ ଦୈନନ୍ଦିନ ଜୀବନ ଠପ୍ ହେବା ଭଳି ସ୍ଥିତି ସୃଷ୍ଟି ହୋଇଛି । ବର୍ଷା ଆସିଲେ ପ୍ରତିବର୍ଷ ସମାନ ସମସ୍ୟା ଦେଖାଦେଉଥିଲେ ମଧ୍ୟ ସ୍ଥାୟୀ ସମାଧାନ ହେଉନଥିବାରୁ ଅସନ୍ତୋଷ ପ୍ରକାଶ କରିଛନ୍ତି ଗ୍ରାମବାସୀ। ତୁରନ୍ତ ରାସ୍ତାରୁ ପାଣି ନିଷ୍କାସନ ସହ ସ୍ଥାୟୀ ଭାବେ ଏହି ସମସ୍ୟାର ସମାଧାନ କରିବାକୁ ଦାବି କରିଛନ୍ତି ସାହି ବାସିନ୍ଦା ।

ରିପୋର୍ଟ -ସୂର୍ଯ୍ୟ ନାରାୟଣ ବଡୁ

Leave A Reply

Your email address will not be published.