କୋଦଳା କୋର୍ଟ ପରିସରରେ ସମ୍ବିଧାନ ଦିବସ ପାଳିତ ।

0 221

ବେଗୁନିଆପଡା,୨୮/୧୧(ପିପିଟି): ଗଞ୍ଜାମ ଜିଲ୍ଲା କୋଦଳା କୋର୍ଟ ପରିସର ରେ ସମ୍ବିଧାନ ଦିବସ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ କୋଦଳା ଅତିରିକ୍ତ ଜିଲ୍ଲା ଓ ଦୌରା ଜଜ ବିଶ୍ୱ ରଞ୍ଜନ ବେହେରା, ଯେଏମଏଫସି ଜଜ ଶୋଭନ କୁମାର ପଣ୍ଡା,ବରିଷ୍ଠ ଦେୱାନୀ ବିଚାରପତି ରେଖାରାଣୀ ପଣ୍ଡା ଉପସ୍ଥିତ ରହି ସମ୍ବିଧାନ ଦିବସ ଉପରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ । ଭାରତର ସମ୍ବିଧାନ ସ୍ୱତନ୍ତ୍ର । ସମ୍ବିଧାନ ହେଉଛି ଗୋଟିଏ ରାଷ୍ଟ୍ରର ଜାତକ ସଦୃଶ୍ୟ ।ଭାରତୀୟ ସମ୍ବିଧାନ ୧୯୪୯ ମସିହା ନଭେମ୍ବର ୨୬ ରେ ଭୀମରାଓ ଆମ୍ବେଦକରଙ୍କ ଦ୍ୱାରା ପ୍ରଣୟନ କରାଯାଇଥିବା ବେଳେ ୨୬ ଜାନୁଆରୀ ୧୯୫୦ ରୁ କାର୍ଯ୍ୟକାରୀ ହୋଇଥିଲା ! ଆମ ଭାରତ ର ସମ୍ବିଧାନ ହେଉଛି ପୃଥିବୀର ସବୁଠାରୁ ଲମ୍ବା ଲିଖିତ ସମ୍ବିଧାନ,ଏହା ଲେଖିବାକୁ ୨ ବର୍ଷ ୧୧ ମାସ ୧୮ ଦିନ ଲାଗିଥିଲା ଏବଂ ଏଥିରେ ୨୨ ଟି ବିଭାଗ ୩୯୫ ଟି ଧାରା ରହିଥିବା ବେଳେ ବର୍ତ୍ତମାନ ଏହା ୪୭୦ ରେ ପହଁଚିଛି ଏବଂ ୮ ଟି ତାଳିକା ରହିଛି ,୨୦୧୫ ମସିହା ଠାରୁ ନଭେମ୍ବର ୨୬ ତାରିଖ କୁ ସମ୍ବିଧାନ ଦିବସ ରୂପେ ପାଳନ କରାଯାଉଛି,କାରଣ ସମସ୍ତ ଭାରତୀୟଙ୍କ ସମ୍ବିଧାନ ସମ୍ପର୍କରେ ଜାଣିବା ଆବଶ୍ୟକ । ଏଥିରେ ଅନ୍ୟ ମାନଙ୍କ ମଧ୍ୟରେ ଏପିପି ସୁବାଷ ଚନ୍ଦ୍ର ସାହୁ,ଏପିପି ସୁବ୍ରମଣୀ ଦାଶଙ୍କ ସମେତ, ବହୁ ଆଇନଜୀବୀ,କୋର୍ଟ କର୍ମଚାରୀ ଯୋଗଦେଇ ଏ କାର୍ଯ୍ୟକ୍ରମକୁ ସଫଳ କରାଇଥିଲେ ।

(ରିପୋର୍ଟ- ସୂର୍ଯ୍ୟନାରାୟଣ ବଡୁ )

Leave A Reply

Your email address will not be published.