ଭଞ୍ଜନଗର, ୧୦/୧୦. କଳିଙ୍ଗା ଘାଟି ରାସ୍ତାରେ ଭୁସ୍ଖଳନ ଯୋଗୁଁ ଗତ ୨୫ଦିନ ହେଲା ଗଞ୍ଜାମ-କନ୍ଧମାଳ ସମେତ ଅନ୍ୟାନ୍ୟ ଜିଲ୍ଲାକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି।ଯାହା ଫଳରେ ଉଭୟ ଜିଲ୍ଲା ଉପରେ ନିର୍ଭର କରୁଥିବା ବହୁ ଲୋକ ହଇରାଣ ହେଉଛନ୍ତି। ଏଥି ନିମନ୍ତେ ଅଞ୍ଚଳବାସୀ ଏକ ବିକଳ୍ପ ରାସ୍ତା ନିର୍ମାଣ ଓ କଳିଙ୍ଗା ଘାଟି ରାସ୍ତାର ମରାମତି କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରିବା ନିମନ୍ତେ ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ,ଉପଜିଲ୍ଲାପାଳ ଉମା ଶଙ୍କର ବେହେରାଙ୍କ ଙ୍କ ସମେତ ଅନ୍ୟାନ୍ୟ ଅଧିକାରୀଙ୍କୁ ଏକ ଦାବିପତ୍ର ପ୍ରଦାନ କରିଥିଲେ।ଲୋକଙ୍କ ଅସୁବିଧାକୁ ଦୃଷ୍ଟିରେ ରଖି ବିଧାୟକ ଶ୍ରୀ ନାୟକ ଉକ୍ତ ଦାବିପତ୍ରକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ସାକ୍ଷାତ କରି ଅବଗତ କରିବା ସହ ଏହାର ସମାଧାନ ସକାଶେ ବିସ୍ତୃତ ଆଲୋଚନା କରିଥିଲେ। ମୁଖ୍ୟମନ୍ତ୍ରୀ ଏହି ସମସ୍ୟାର ସମାଧାନ ଦିଗରେ ତୁରନ୍ତ ପଦକ୍ଷେପ ଗ୍ରହଣ କରିବା ସହ ଖୁବ୍ ଶୀଘ୍ର ରାସ୍ତା କାମ ସାରିବାକୁ ନିର୍ଦ୍ଦେଶ ଦେଇଛନ୍ତି।ଏଥିସହ ବିକଳ୍ପ ରାସ୍ତା ନିର୍ମାଣ କଥାକୁ ମଧ୍ୟ ବିଚାରକୁ ନେଇଥିବା ଜଣାପଡିଛି।ମୁଖ୍ୟମନ୍ତ୍ରୀଙ୍କ ଏଭଳି କାର୍ଯ୍ୟକୁ ପ୍ରଶଂସା କରି ସ୍ଥାନୀୟ ଜନସାଧାରଣ କୃତଜ୍ଞତା ଜଣାଇଛନ୍ତି।
ରିପୋର୍ଟ୍ -(ଜେ.କେ ପଟ୍ଟନାୟକ)