୧୧୯ କଲୋନୀ ରାସ୍ତା ନାଳ ନର୍ଦ୍ଦମା ଜରାଜୀର୍ଣ୍ଣ ।

0 212

ମାଲକାନଗିରି,୩୦/୦୮(ପିପିଟି):ମାଲକାନଗିରି ସଦର ମହକୁମାରେ ଥିବା ୧୧୯ କଲୋନୀ ର ରାସ୍ତା ଏବଂ ନାଳ ନର୍ଦ୍ଦମା ଜରାଜୀର୍ଣ୍ଣ ଅବସ୍ଥାରେ ରହିଛି। ଏଠାରେ ଅଧିକାଂଶ ସରକାରୀ ଚାକିରିଆ ବ୍ୟକ୍ତିମାନେ ରହନ୍ତି। ଯେଉଁମାନେ ଜିଲ୍ଲାର ଉନ୍ନତି କଥା ଚିନ୍ତା କରନ୍ତି, ମାତ୍ର ସେମାନଙ୍କ ରହିବା ସ୍ଥାନ ସବୁ ଠାରୁ ଅବହେଳିତ। ଯେପରି କି ଦୀପ ତଳ ଅନ୍ଧାର।ବହୁ ସ୍ଥାନରେ ମୁକୁଳା ନର୍ଦ୍ଦମା ରହିଛି। ନର୍ଦ୍ଦମା ଉପରେ ସିମେଣ୍ଟ ନିର୍ମିତ ଆବରଣ ନାହିଁ।ଆଉ କେଉଁଠି ନର୍ଦ୍ଦମା ନଥିବାରୁ ବର୍ଷା ହେଲେ ପାଣି ରାସ୍ତାରେ ପ୍ରବାହିତ ହେଉଛି। କେଉଁଠି ନର୍ଦ୍ଦମା ଆବର୍ଜନା ଦ୍ବାରା ଅବରୋଧ। ପରିସ୍କାର ପରିଚ୍ଛନ୍ନ ଯେମିତି ହେବା କଥା ହେଉନି। ୧୧୯ କଲୋନୀ ବ୍ଳିଚି ପାଉଡର ପଡୁ ନହିଁ କି ମଶା ଦମନ ପାଇଁ ମଶା ନିବାରଣ ଦ୍ରବଣ ପଡୁ ନହିଁ। ନତୁବା ମଶା ଦମନ ପାଇଁ ଧୂଆଁ ଗାଡି ମଧ୍ୟ ବ୍ୟବହୃତ ହେଉ ନାହିଁ। ବର୍ଷା ଋତୁ ହେତୁ ମଶାଙ୍କ ପ୍ରାଦୁର୍ଭାବ ଅସହ୍ୟ। ଫଳରେ ମ୍ୟାଲେରିଆ ଓ ଡେଙ୍ଗୁ ହେବାର ଆଶଙ୍କା ଯଥେଷ୍ଟ। କେବଳ ପରିମଳ ନାଁ କୋଟି କୋଟି ଟଙ୍କା ଶ୍ରାଦ୍ଧ ହେଉଛି। ପରିମଳ କିପରି ହେଉଛି, ଏହାର କ୍ଷେତ୍ର ପରିଦର୍ଶନ ନିଜେ ପୌରପରିଷଦ କାର୍ଯ୍ୟ ନିର୍ବାହୀ ଅଧିକାରୀ କରିବା ଉଚିତ। ତାହେଲେ କାର୍ଯ୍ୟର ସଠିକ୍ ପରିଚାଳନା ହୋଇ ପାରିବ।
ଅନ୍ୟ ପକ୍ଷରେ ୧୧୯ କଲୋନୀ ର ବହୁ ଗଳି କନ୍ଦି ରାସ୍ତା ଗୁଡିକ
ଜରାଜୀର୍ଣ୍ଣ।ବର୍ଷ ବର୍ଷ ଧରି ସେମିତି ଖାଲ ଖମା ହୋଇ ପଡ଼ିଛି। ଏଥି ପ୍ରତି କୌଣସି କାଉନସିଲର ଠାରୁ ଆରମ୍ଭ କରି ପୌରପରିଷଦ ଅଧ୍ୟକ୍ଷ ପର୍ଯ୍ୟନ୍ତ ସମସ୍ୟାର ସମାଧାନ ପାଇଁ ଉଦ୍ୟମ କରି ନଥିବା ଜଣା ପଡ଼ିଛି। ଇତି ମଧ୍ୟରେ କେତେ ମାଲକାନଗିରି ମୁନସିପାଲଟିକୁ କାର୍ଯ୍ୟନିର୍ବାହୀ ଅଧିକାରୀମାନେ ଆସି , ଏଠାରୁ ବିଦାୟ ନେଲେଣି, ମାତ୍ର ୱାର୍ଡ ଗୁଡ଼ିକ ବୁଲି
କ’ଣ କ’ଣ ସମସ୍ୟା ରହିଛି, ବୁଝିବାର ଦୃଷ୍ଟି ଗୋଚର ହେଉ ନାହିଁ। ଯିଏ ଅଫିସର ହୋଇ ଆସିଲେ,ସେ ଚାରିକାନ୍ଥ ମଧ୍ୟରେ ଆବଦ୍ଧ। ଏଣୁ କର୍ମଚାରୀମାନେ ମଧ୍ୟ ଢିଲା। କେଉଁଠି ଷ୍ଟ୍ରିଟ ଲାଇଟ୍ ଜଳୁଛି କି ନାହିଁ, ଏହାର ମଧ୍ୟ ତଦାରଖ ନାହିଁ। କହିବାକୁ
ଗଲେ ପୌରପରିଷଦର କ୍ଷେତ୍ର କର୍ମଚାରୀମାନେ ସଂପୂର୍ଣ୍ଣ ନିଘୋଡ଼ ନିଦ୍ରାରେ ରହିଛନ୍ତି। ଏଠାରେ ସମସ୍ୟା ଅନେକ, ହେଲେ ସମାଧାନ ଲାଗି ଆନ୍ତରିକତା ଘୋର ଅଭାବ।

(ରିପୋର୍ଟ: ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)

Leave A Reply

Your email address will not be published.