ଭଞ୍ଜନଗର, ୨୯/୦୮(ପିପିଟି ):ଭଞ୍ଜନଗର ସହରର ବିଭିନ୍ନ ପୂଜା ମଣ୍ଡପରେ ଆନନ୍ଦ ଉଲ୍ଲାସର ସହ ଶେଷ ହୋଇଛି ଗଣେଶ ପୂଜା।ଏବେ ଭଷାଣି ଉତ୍ସବକୁ ଜାକଜମକରେ କରିବା ପାଇଁ ସବୁ ପୂଜା କମିଟି ପକ୍ଷରୁ ପ୍ରସ୍ତୁତି ଚାଲିଛି।ଏହି ପୂଜାକୁ ଶାନ୍ତି ଶୃଙ୍ଖଳାର ସହ ପାଳନ କରିବାକୁ ପୋଲିସ୍ ପକ୍ଷରୁ ଗାଇଡ଼ ଲାଇନ୍ ଜାରି କରାଯାଇଛି। ସେଥିମଧ୍ୟରେ ଆତସବାଜି ଓ ଡ଼ିଜେକୁ ସମ୍ପୂର୍ଣ୍ଣ ବ୍ୟାନ କରାଯାଇଛି।ଏସମ୍ପର୍କରେ ବିଭିନ୍ନ ପୂଜା କମିଟିକୁ ସଚେତନ ମଧ୍ୟ କରାଯାଇଛି।ତେଣୁ ବିଭିନ୍ନ ବାଦ୍ୟ,ଲୋକ କଳା ଓ ପାରମ୍ପରିକ ନୃତ୍ୟର ଚାହିଦା ବୃଦ୍ଧି ପାଇଛି।ଭଞ୍ଜନଗର ସହରରେ ଆଜି କେତେକ ପୂଜା କମିଟି ପକ୍ଷରୁ ଭଷାଣି କରାଯାଉଛି।ସେଥି ମଧ୍ୟରେ ଏକ ଘରୋଇ ଶିକ୍ଷାନୁଷ୍ଠାନ ଭଷାଣି ପାଇଁ ଡ଼ିଜେ ଆଣିଥିବା ଦେଖି ପୋଲିସ ଶୋଭାଯାତ୍ରା ବାହାରିବା ପୂର୍ବରୁ ଉକ୍ତ ଡ଼ିଜେ ଗାଡ଼ିକୁ ଥାନାକୁ ଆଣି ଅଟକ ରଖି ତାଗିଦ କରିଥିବା ଜଣାପଡିଛି।ସରକାରୀ ନିର୍ଦ୍ଦେଶ ପ୍ରକାରେ ଆଗାମୀ ଦିନରେ ମଧ୍ୟ ଭଷାଣି ସମୟରେ ଡ଼ିଜେ ବାଜିବ ନାହିଁ ବୋଲି ଭଞ୍ଜନଗର ଥାନା ଅଧିକାରୀ ଜୀବନାନନ୍ଦ ଜେନା କହିଛନ୍ତି।
ରିପୋର୍ଟ୍ -(ଜେ.କେ ପଟ୍ଟନାୟକ)