ବୈଦ ଚକ୍ରର ଉନ୍ମୋଚନ।

0 177

ବ୍ରହ୍ମପୁର,୨୪/୦୮(ପିପିଟି): ରବିବାର ଅପରାହ୍ନ ରେ ସ୍ଥାନୀୟ ଉତ୍କଳ ଆଶ୍ରମ ର ସମ୍ମିଳନୀ କକ୍ଷରେ ବନକୁସୁମ ଶିଶୁସାହିତ୍ୟ ପ୍ରତିଷ୍ଠାନର ମାସିକ ଆସର ଅନୁଷ୍ଠିତ ହେବାସହ ତ୍ରିୟମାସିକ ସାହିତ୍ୟ ପତ୍ରିକା ବୈଦ ଚକ୍ରର ଉନ୍ମୋଚନ ହୋଇଛି । ବନକୁସୁମ ଶିଶୁ ସାହିତ୍ୟ ପ୍ରତିଷ୍ଠାନର ସଭାପତି ଉମାଚରଣ ମିଶ୍ରଙ୍କ ସଭାପତିତ୍ବରେ ସଭାକାର୍ଯ୍ୟ ଅନୁଷ୍ଠାତ ହୋଇଛି । ଏଥିରେ ବୈଦ ଚକ୍ରର ସମ୍ପାଦକ ଓ ସମ୍ପାଦକ ମଣ୍ଡଳୀର ସଦସ୍ୟ ବିଘ୍ନେଶ୍ୱର ସାହୁ ଓ ଡକ୍ଟର ଅଶୋକ କୁମାର ପଣ୍ଡା ଓ ମନୋଜ କୁମାର ପାଣିଗ୍ରାହୀ ମଞ୍ଚସୀନ ଥିଲେ। ସୁବାଷ ଚନ୍ଦ୍ର ପଣ୍ଡା ସ୍ବାଗତ ଭାଷଣ ପ୍ରଦାନ କରିଥିଲେ। ଓଡ଼ିଆ ଶିଶୁ ସାହିତ୍ୟର ଆବଶ୍ୟକତା ସମ୍ପର୍କରେ ମଞ୍ଚସୀନ ଅତିଥି ମାନେ ନିଜ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ। ଓଡ଼ିଆ ଶିଶୁ ସାହିତ୍ୟ ରେ ଶିଶୁ ପତ୍ରିକା, ଖବରକାଗଜରେ ଶିଶୁ ପୃଷ୍ଠା ଆଦି ସମ୍ପର୍କରେ ସାରଗର୍ଭକ ଭାଷଣ ପ୍ରଦାନ କରୁଥିଲେ। ସମସ୍ତ କବିତାଗୁଡ଼ିକୁ ମନୋଜ କୁମାର ପାଣିଗ୍ରାହୀ ସଂଯୋଜନା କରିଥିଲେ। ସମ୍ପାଦକ ଡକ୍ଟର ଲକ୍ଷ୍ମୀ ନାରାୟଣ ଦାଶ ମଞ୍ଚ ସଞ୍ଚାଳନ କରିଥିଲେ। ୧୦ ଟି କବିତା ଓ ଗୋଟିଏ ଗଳ୍ପ ପଠନ ହୋଇଥିଲା। ପରିଶେଷରେ ରମେଶ ଚନ୍ଦ୍ର ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ।

Leave A Reply

Your email address will not be published.