ବଜ୍ରାଘାତରେ ଜଣେ ପୁରୁଷ ଓ ଜଣେ ମହିଳା ମୃତ ।

0 515

ଭଞ୍ଜନଗର, ୨୩/୦୭(ପିପିଟି):ଆଜି ଅପରାହ୍ଣ ସମୟରେ ଭଞ୍ଜନଗ ଓ ଏହାର ଆଖପାଖ ଅଞ୍ଚଳରେ ଘନ ଘନ ବଜ୍ରାଘାତ ସହ ଦୀର୍ଘ ସମୟ ଧରି ପ୍ରବଳ ବର୍ଷା ହୋଇଥିଲା।ଯାହା ଦ୍ୱାରା ବାହାରେ ଥିବା ଲୋକମାନେ ଓ ଜୀବଜନ୍ତୁ କେହି କୁଆଡ଼େ ସୁରକ୍ଷିତ ସ୍ଥାନକୁ ଯାଇ ପାରି ନ ଥିଲେ।ଫଳରେ ବଜ୍ରାଘାତରେ ପୃଥକ ପୃଥକ ସ୍ଥାନରେ ଜଣେ ପୁରୁଷ ଓ ଜଣେ ମହିଳା ଙ୍କର ମୃତ୍ୟୁ ଘଟିଥିବା ଜଣାପଡିଛି। ସେଥି ମଧ୍ୟରେ ଭଞ୍ଜନଗର ଥାନା ଅଧିନ ଖାରିଗୁଡା ଗ୍ରାମର ଜଣେ ଗାଇ ଚରାଳୀ ବସନ୍ତ ଗୌଡ଼ (୩୮)ଙ୍କର ମୃତ୍ୟୁ ଘଟିଥିବା ଜଣାପଡିଛି।ସୁଚନାନୁସାରେ,ପୁର୍ବାହ୍ନରୁ ବସନ୍ତ ଗାଇ ଗୋଠ ଧରି ଚରାଇବା ପାଇଁ ଗ୍ରାମ ଠାରୁ କିଛି ଦୁରରେ ଥିବା ଏକ ପଡିଆକୁ ଯାଇଥିଲେ। ହେଲେ ପ୍ରବଳ ବର୍ଷା ସହ ବଜ୍ରାଘାତରେ ଗୁରୁତର ହୋଇ ସେ ଘଟଣାସ୍ଥଳରେ ହିଁ ଟଳି ପଡିଥିଲେ। ସ୍ଥାନୀୟ ଲୋକେ ତୁରନ୍ତ ତାଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ଭଞ୍ଜନଗର ମେଡିକାଲକୁ ଆଣିଥିଲେ। ହେଲେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଛନ୍ତି। ପୋଲିସ ମୃତ ଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି।ସେହିପରି ଅନ୍ୟ ଏକ ଘଟଣାରେ ଜଗନ୍ନାଥ ପ୍ରସାଦ ବ୍ଲକ ଅଲାଡ଼ି ଗ୍ରାମର ସନ୍ତ ବିଶ୍ୱାଳ (୪୭) ନାମକ ଜଣେ ମହିଳା ଗ୍ରାମ ନିକଟ ଜମିରେ ଅନ୍ୟମାନଙ୍କ ସହିତ କାମ କରୁଥିବା ବେଳେ ହାଠାତ୍ ବଜ୍ରପାତରେ ତାଙ୍କ ଶରୀରର ଅନେକ ସ୍ଥାନ ପୋଡ଼ି ଯିବାରୁ ଗୁରୁତର ଅବସ୍ଥାରେ ତାଙ୍କର ଘଟଣା ସ୍ଥଳରେ ହିଁ ମୃତ୍ୟୁ ଘଟିଥିଲା।ଖବର ପାଇ ସ୍ଥାନୀୟ ରାଜସ୍ୱ ନିରୀକ୍ଷକ ଓ ପୋଲିସ ପହଞ୍ଚି ମୃତଦେହକୁ ଉଦ୍ଧାର କରି ଭଞ୍ଜନଗର ମେଡ଼ିକାଲ କୁ ବ୍ୟବଚ୍ଛେଦ ପାଇଁ ପଠାଇଛନ୍ତି।

ରିପୋର୍ଟ- (ଜେ.କେ ପଟ୍ଟନାୟକ)

Leave A Reply

Your email address will not be published.