ବେଲଗୁଣ୍ଠା, ୨୩/୦୭(ପିପିଟି):ବେଲଗୁଣ୍ଠା ଗୋଲା ସାହିର ଜି ସନ୍ତୋଷ ଙ୍କ ପୁଅ ଜି. କାହ୍ନା ନାମକ ଜଣେ ଯୁବକ ପ୍ରତିଦିନ ଭଳି ଆଜି ଛେଳି ଚରାଇବା ପାଇଁ ନିକଟସ୍ଥ ଜିରୋଳି ନିକଟକୁ ଯାଇଥିଲେ । ସେଠାରେ ଅପରାହ୍ଣ ୪:୪୫ ରୁ ୫:୦୦ ମଧ୍ୟରେ ବର୍ଷା ହେବା ସହ ବିଜୁଳି ଏବଂ ବଜ୍ରପାତ ହୋଇଥିଲା । ବର୍ଷା ସମୟରେ କାହ୍ନା ଛେଳି ସହ ଏକ ଗଛମୂଳେ ଆଶ୍ରୟ ନେଇଥିଲା । ସେହିସମୟରେ ବଜ୍ରାଘାତ ଯୋଗୁଁ କାହ୍ନା ଗୁରୁତର ହୋଇ ବେହୋସ ହୋଇଯାଇଥିଲା । ସ୍ଥାନୀୟ ଲୋକେ ତାକୁ ଉଦ୍ଧାର କରି ଭଞ୍ଜନଗର ମେଡିକାଲ୍ ନେଇଥିଲେ । ପରେ ତାର ଅବସ୍ଥା ଗୁରୁତର ହେବାରୁ ତାକୁ ବ୍ରହ୍ମପୁର ପଠାଇ ଦିଆଯାଇଛି । ଖବର ପାଇଁ ବେଲଗୁଣ୍ଠା ଗଲାସାହି ର ଏକ ନମ୍ବର କାଉଁସିଲର ଏସ ଭାସ୍କର ପାତ୍ର ଭଞ୍ଜନଗର ମେଡିକାଲ ଯାଇ କାହ୍ନର ସ୍ଵାସ୍ତ୍ୟ ଅବସ୍ଥା ପଚାରି ବୁଝିଥିଲେ ।
ରିପୋର୍ଟ- ସୁଶାନ୍ତ କୁମାର ବେହେରା