ବିଏସଏନଏଲ ଟାୱାର ଅଛି କିନ୍ତୁ କାର୍ଯ୍ଯକ୍ଷମ ନାହିଁ; ତୁରନ୍ତ ମୋବାଇଲ ସେବା ଯୋଗାଇବା ପାଇଁ ଦାବି ।

0 269

ବ୍ରହ୍ମପୁର,୨୧/୦୨(ପିପିଟି): କୁକୁଡାଖଣ୍ଡି ବ୍ଲକର ଆଦିବାସୀ ପଞ୍ଚାୟତ କଙ୍କିଆ ବିଏସଏନଏଲ ସେବାରୁ ବଞ୍ଚିତ। କଙ୍କିଆ ପଞ୍ଚାୟତର ସରକଟ, ଖଣ୍ଡାଳବନ୍ଧ ଓ ଅମୁଣିଆ ଗ୍ରାମରେ ଏକ ବର୍ଷ ଧରି ବିଏସଏନଏଲ ଟାୱାର ନିର୍ମାଣ ସରିଛି। କିନ୍ତୁ ଆଜି ପର୍ଯ୍ୟନ୍ତ କାର୍ଯ୍ଯକ୍ଷମ ହୋଇନଥିବାରୁ ସାଧାରଣ ଜନତା ମୋବାଇଲ ସେବା ପାଇବାରୁ ବଞ୍ଚିତ। କେନ୍ଦ୍ର ସରକାରଙ୍କ ପ୍ରଚାର ପ୍ରବଳ କାର୍ଯ୍ଯ ଦୁର୍ବଳ ବୋଲି ସାଧାରଣରେ ମତ ପ୍ରକାଶ ପାଉଛି। ସରକଟ ଗାଁର ସନାତନ ମଲ୍ଲିକ, ବେତଝରି ଗାଁର ସୁକୁରୁ ମଲ୍ଲିକ, ବଡଶୁଳିଆ ଗାଁର ବିଜୟ ମଲ୍ଲିକ, କରଞ୍ଜେଇ ଗାଁର ଶିଶିର ମଲ୍ଲିକ, ବାଣିଆମାରି ଗାଁର ବୈରାଗୀ ମଲ୍ଲିକ, ଖଣ୍ଡାଳବନ୍ଧ ଗାଁର ଚନ୍ଦ୍ର ଶେଖର ମଲ୍ଲିକ, ଅମୁଣିଆ ଗାଁର ନରସିଂହ ମଲ୍ଲିକ, ଜାମଶୁଳିଆ ଗାଁର ସୀମାଞ୍ଚଳ ମଲ୍ଲିକ ପ୍ରମୁଖ ବିଏସଏନଏଲ ଟାୱାରକୁ କାର୍ଯ୍ଯକ୍ଷମ କରି ମୋବାଇଲ ସେବା ଯୋଗାଇ ଦେବା ପାଇଁ ଦାବି କରିଛନ୍ତି।

Leave A Reply

Your email address will not be published.