ବ୍ରହ୍ମପୁର ମହୋତ୍ସବ- ୨୫, ଜାତୀୟ ସ୍ତରରେ ସୁନାମ ଅର୍ଜନ କରିବା ପରି ପ୍ରଚେଷ୍ଟା କରାଯିବ:ସୁଶାନ୍ତ ସାବତ ।

0 111

ବ୍ରହ୍ମପୁର,୧୫/୧୨(ପିପିଟି):ବହୁ ପ୍ରତିକ୍ଷିତ ରାଜ୍ୟର ଅନ୍ୟତମ ଆକର୍ଷଣୀୟ ସାଂସ୍କୃତିକ ମହୋତ୍ସବ ଜନସାଧାରଣଙ୍କ ଅନୁରୋଧ କ୍ରମେ ଆସନ୍ତା ନୂତନ ବର୍ଷରେ ଜାତୀୟ ଯୁବ ସପ୍ତାହ ଅବସରରେ ୧୧ ଜାନୁୟାରୀରୁ ୧୬ ଜାନୁୟାରୀ ପର୍ଯ୍ୟନ୍ତ ଖଲିକୋଟ ବିଶ୍ଵବିଦ୍ୟାଳୟ ଖେଳ ପଡିଆରେ ମହା ସମାହାରରେ ଆୟୋଜନ କରାଯିବ। ପ୍ରତ୍ୟେକ ଦିନ ରାଜ୍ୟ ସରକାରଙ୍କ ସସ୍କୃତିକ ବିଭାଗ ଦ୍ଵାରା ପ୍ରେରିତ ସମ୍ବଲପୁରୀ,ଧେମସା,ଗୋଟି ପୁଅ,ଛଉ ନୃତ୍ୟ ସହ ଅଞ୍ଚାଲେ ଲୋକ ନୃତ୍ୟ ଓ ସ୍ଥାନୀୟ କଳାକାରଙ୍କ ଦ୍ଵାରା ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯିବ । ଦକ୍ଷିଣ ଓଡ଼ିଶାର ସାମୁହିକ ବିକାଶ ତଥା ପର୍ଯ୍ୟଟନ ସାଂସ୍କୃତିକ ସ୍ବାସ୍ଥ୍ୟ ଶିକ୍ଷା ଉପରେ ଆଲୋଚନା ଚକ୍ର ଅନୁଷ୍ଠିତ ହେବା ମାନ୍ୟବର ରାଜ୍ୟପାଳ, ମୁଖ୍ୟ ମନ୍ତ୍ରୀ, କେନ୍ଦ୍ର ମନ୍ତ୍ରୀ,ସାଂସଦ, ବିଧାୟକ,ବରିଷ୍ଟ ଗଣମାଧ୍ୟମ,ସାହିତ୍ୟିକ, ଅଭିନେତା ମାନଙ୍କୁ ବିଭିନ୍ନ ଦିନରେ ଅତିଥି ଭାବେ ନିମନ୍ତ୍ରଣ କରାଯିବାସହ ମହୋତ୍ସବକୁ ପ୍ରସାଶନିକ, ପୋଲିସ, ମହାନଗର ନିଗମ ଓ ସମସ୍ତଙ୍କ ସହୋଜୋଗରେ ଜାତୀୟ ସ୍ତରରେ ପରିଚିତ କରାଯିବ ବୋଲି ଆୟୋଜକ ତଥା ଜାତୀୟ ସ୍ତରର ବିଶିଷ୍ଟ ସଂଗଠକ ମହାନ୍ ସଂଘ ସଭାପତି ସୁଶାନ୍ତ କୁମାର ସାବତ ପ୍ରକାଶ କରିଛନ୍ତି। ବିଭିନ୍ନ କିଷମର ୧୫୦ ରୁ ଉର୍ଦ୍ଧ୍ବ ଷ୍ଟଲ ଖୋଲାଯିବା ସହ ଓଲିଉଡ଼ ବଲିଉଡ କଳାକାରଙ୍କ ଦ୍ଵାରା ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଆୟୋଜନ କରାଯିବା ବୋଲି ରେସ୍ପନ୍ସ ଇଭେଣ୍ଟର ପରିଚାଳନା ନିର୍ଦ୍ଦେଶକ ରବିଶଙ୍କର ପ୍ରକାଶ କରିଛନ୍ତି।

ବ୍ରହ୍ମପୁର ମହୋତ୍ସବ ସହର ତଥା ଦକ୍ଷିଣ ଓଡ଼ିଶାର ସ୍ୱାଭିମାନ ଓ ଏହାର ଆୟୋଜନରେ ଅଞ୍ଚଳର ଅର୍ଥନୀତି ବିକାଶ ସହ ସଂସ୍କୃତି, ପର୍ଯ୍ୟଟନ କଳାକାର ର ବିକାଶ ଜଡ଼ିତ ଏଣୁ ଏହାକୁ ସବୁ ସ୍ତରରେ ସମସ୍ତେ ସହୋଯୋଗ କରାଯିବ ବୋଲି ଆଜି ସ୍ଥାନୀୟ ରାଜସ୍ବ ବଙ୍ଗଳା ସମ୍ମିଳନୀ ପ୍ରକୋଷ୍ଟରେ ଅନୁଷ୍ଠିତ ପ୍ରସ୍ତୁତି ବୈଠକରେ ବିଶିଷ୍ଟ ବ୍ୟକ୍ତି ମାନେ ପ୍ରତିଶ୍ରୁତି ଦେଇଥିଲେ । ପୂର୍ବତନ ବିଧାୟକ ଡ ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ,ସୁବାସ ମହାରଣା,ପ୍ରମେୟ ଡିଜିଏମ ଅମ୍ବିକା ଦାସ, ଗଞ୍ଜାମ ବାର ଏସୋସିଏସନ ସଭାପତି ନୟନ ମହାପାତ୍ର,ପ୍ରେସ କ୍ଳବ୍ ସଭାପତି ଅଶୋକ ବ୍ରହ୍ମା,ସମ୍ପାଦକ ପ୍ରହ୍ଲାଦ ସାହୁ, ବରିଷ୍ଟ ଆଇନଜୀବୀ ପୀତବାସ ପଣ୍ଡା,ପ୍ରଶାସକ ବିନୋଦ ବେହେରା, ବବିତା ପାତ୍ର,ବଦ୍ରିନାଥ ପାତ୍ର,ଦଣ୍ଡପାଣି ନାୟକ,ପି ବୁଚି ବାବୁ, ଲୋକନାଥ ମିଶ୍ର, ସୁଭାଷିନୀ ପଟ୍ଟନାୟକଙ୍କ ସମେତ ବହୁ ସାମ୍ବାଦିକ, ସଂଗଠକ, ବିଶିଷ୍ଟ ନାଗରିକ ମାନେ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ।

ମହାନ୍ ସଂଘ ସାଧାରଣ ସଂପାଦକ ପ୍ରଶାନ୍ତ ପାତ୍ର ସ୍ଵାଗତ ଭାଷଣ ଦେଇଥିବା ବେଲେ ମହୋତ୍ସବ ସମ୍ପାଦକ ଗୋପାଳ ପଟ୍ଟନାୟକ ପ୍ରାରମ୍ଭିକ ସୂଚନା ଦେଇଥିଲେ। ଚିତ୍ତରଞ୍ଜନ ପ୍ରଧାନ, ଡ ସନ୍ଧ୍ୟାରଣି ପଟ୍ଟନାୟକ,ଶିବରାମ ଚଉଧୁରୀ,ଶ୍ରୀକାନ୍ତ ସାବତ,ସସ୍ମିତା ମିଶ୍ର, ସାଧନା ପାଢ଼ୀ, ନିବେଦିତା ପାଢ଼ୀ, ମନୁ ପାଢ଼ୀ,ବିଭୂତି ସାବତ,ପ୍ରଦୀପ ଚୌଧୁରୀ, ଅନନ୍ତ ପ୍ରଧାନ, ନାରାୟଣ ମହାକୁଡ଼, ଅନିଲ ପାତ୍ର, ନମିତା ରାଣୀ ରାଉତ, ସସ୍ମିତା ଶର୍ମା, ଦେବିପ୍ରଭା ରଥ, ସୁଡ଼ିପା ସାହୁ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଶତାଧିକ ବୁଦ୍ଧିଜୀବୀ ଯୋଗଦେଇ ବ୍ରହ୍ମପୁର ମହୋତ୍ସବ ସଫଳ କାମନା କରିଥିଲେ। ଶେଷରେ ସହ ସମ୍ପାଦକ ପ୍ରକାଶ ଵଜନି ଧନ୍ୟବାଦ୍ ପ୍ରଦାନ କରିଥିଲେ।

Leave A Reply

Your email address will not be published.