ଘନ କୁହୁଡି ପାଇଁ ଦୁର୍ଘଟଣା, ରାସ୍ତାରେ ତିନିଘଣ୍ଟା ଧରି ଗାଡ଼ି ଚଳାଚଳ ବାଧାପ୍ରାପ୍ତ।

0 346

ଖୋର୍ଦ୍ଧା,୦୨/୧୧(ପିପିଟି):ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ଅଞ୍ଚଳରେ ପ୍ରବଳ ଘନକୁହୁଡ଼ି ହେତୁ ଜନ ଜୀବନ ଅସ୍ତବ୍ୟସ୍ତ। ଆଜି ସକାଳୁ ସକାଳୁ ଏହି ଘନ କୁହୁଡି ଦେଖିବାକୁ ମିଳିଥିଲା, ବେଗୁନିଆ ଅଞ୍ଚଳରେ। ରାସ୍ତାଘାଟରେ ଗାଡି ଚଳାଚଳ ବାଧାପ୍ରାପ୍ତ ହୋଇଥିଲା । ଘନ କୁହୁଡି ପାଇଁ ଖୋର୍ଦ୍ଧା ବଲାଙ୍ଗିର ୫୭ନମ୍ବର ଜାତୀୟ ରାଜପଥରେ ଘଟିଛି ଦୁଇ ଦୁଇଟି ସଡ଼କ ଦୁର୍ଘଟଣା। ବାଘମାରୀ ବେଗୁନିଆ ମଧ୍ୟରେ ଗୋଟିଏ ବସ ସହିତ ମିନିଟ୍ରକ ଧକ୍କା ହୋଇଥିବା ବେଳେ ଏଥିରେ କାହାର କିଛି କ୍ଷତି ହୋଇନାହିଁ। ସେପଟେ ବାଘମାରୀ ସାରୁଅ ମଝିରେ ଥିବା ଏକ ବ୍ରିଜ ନିକଟରେ ଦୁଇଟି ଟ୍ରକ ମଧ୍ୟରେ ଧକ୍କା ହୋଇଛି, ତେବେ ଏଥିରେ ମଧ୍ୟ କାହାର କିଛି ବିଶେଷ କ୍ଷତି ହୋଇନଥିବା ଜଣାପଡିଛି। ତେବେ ସଙ୍କୋଚିତ ରାସ୍ତା ହେତୁ ପ୍ରାୟ ତିନିଘଣ୍ଟା କାଳ ରାସ୍ତା ଯାମ ପାଇଁ ରାସ୍ତାରେ ବହୁ ଯାନବାହାନ ଅଟକି ରହିଥିଲା । ଯାହାଫଳରେ ଦୂର ଦୁରାନ୍ତରୁ ବହୁ ଗାଡି ମଟର ଗୁଡୁମୁ ଦୁର୍ଗାପୁର ଦେଇ ଯାତାୟତ କରିଥିଲେ। ଦୀର୍ଘ ସମୟ ପରେ ବାଘମାରୀ ପୋଲିସ କ୍ରେନ ଦ୍ୱାରା ଟ୍ରକ ଟିକୁ ସ୍ଥାନାନ୍ତର କରିବା ପରେ ରାସ୍ତାରେ ଗାଡି ଚଳାଚଳ ସ୍ୱାଭାବିକ ହୋଇଥିଲା।

(ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।)

Leave A Reply

Your email address will not be published.