ନଗଡ଼ାରେ ୮୦ ତମ ସ୍ଵାଧିନତା ଦିବସ ପାଳନ ।

0 190

ଯାଜପୁର,୧୬/୦୮(ପିପିଟି):ଯାଜପୁର ଜିଲ୍ଲା ସୁକିନ୍ଦା ବ୍ଲକ ଚିଙ୍ଗୁଡିପାଳ ଗ୍ରାମ ପଞ୍ଚାୟତ ଅଧିନ ନଗଡ଼ାର ନାଲିଆଡ଼ାବା ଠାରେ ଆଜି ୮୦ ତମ ସ୍ଵାଧିନତା ଦିବସ ଅବସରରେ ମିଶନ୍ ଜ୍ୟୋତି ଟ୍ରଷ୍ଟ, ଓଡ଼ିଶା ଓ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ସହଭାଗିତାରେ ଜାତୀୟ ପତାକା ଉତ୍ତୋଳନ ଏବଂ ଚିତ୍ରାଙ୍କନ, ସାଧାରଣ ଜ୍ଞାନ ଓ ଦେଶାତ୍ମବୋଧକ ସଙ୍ଗୀତ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମ ଟ୍ରଷ୍ଟର ସଭାପତି  ରଶ୍ମିଲତା ବଳଙ୍କ ସଭାପତିତ୍ୱର ଅନୁଷ୍ଠିତ ହୋଇଥିଲା। ମୂଖ୍ୟ ଅତିଥିଭାବେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ବିଶିଷ୍ଟ ଓଡିଶା ସାହିତ୍ୟିକ ସମାଲୋଚକ ଶୈଳଜା ରବି , ମୁଖ୍ୟ ବକ୍ତା ଭାବେ ସ୍ୱୀକୃତି ପ୍ରାପ୍ତ ସାମ୍ବାଦିକ ଓ ବରିଷ୍ଠ ସମାଜସେବୀ ସତୀଶ ବିଶ୍ୱାଳ, ସଂମ୍ମାନୀତ ଭାବେ ନଗଡ଼ାକୁ ପ୍ରଥମକରି ଆବିଷ୍କାର କରିଥିବା କାଳିଆପାଣିର ‛ସମ୍ବାଦ’ ପ୍ରତିନିଧି ରବି ନାରାୟଣ କର, ପ୍ରକୃତି ବନ୍ଧୁ ଓ ସ୍ତମ୍ଭକାର ପ୍ରାଣବନ୍ଧୁ ରାଉତ ପ୍ରମୁଖ ଯୋଗଦେଇଥିଲେ। ଏହି ସଭାକୁ ଲେଖିକା ଡ଼ା. ଚନ୍ଦ୍ରକଳା ନାୟକ ସୁଚାରୁରୂପେ ପରିଚାଳନା କରିଥିଲେ। କାର୍ଯ୍ୟକ୍ରମ ଆରମ୍ଭରେ ପ୍ରଥମେ ରାଷ୍ଟ୍ରୀୟ ସଙ୍ଗୀତ ଗାନ କରାଯାଇଥିଲା, ପରେ ଜାତୀୟ ପତାକା ଉତ୍ତୋଳନ ଓ ଜାତୀୟ ସଙ୍ଗୀତ ଗାନ, ତତ୍ ପରେ ଅତିଥି ମାନଙ୍କ ଅଭିଭାଷଣ , ପରେ ପିଲାମାନଙ୍କୁ ସେଓ ବୁନ୍ଦୀ, ବିସ୍କୁଟୁ, ଚକୋଲେଟ୍ ଆଦି ବଣ୍ଟନ କରାଯାଇଥିଲା। ଏବଂ ତାହା ପରେ ଚିତ୍ରାଙ୍କନ, ସାଧାରଣ ଜ୍ଞାନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ପ୍ରତିଯୋଗିତାରେ ଉତ୍ତୀର୍ଣ୍ଣ ପିଲାମାନଙ୍କୁ ଅତିଥି ମାନଙ୍କ ଦ୍ୱାରା ସାଠିଫିକେଟ୍ ଓ ଟ୍ରଫି ପ୍ରଦାନ କରାଯାଇଥିଲା । ଅନ୍ୟ ସମସ୍ତ ପ୍ରତିଯୋଗୀ ମାନଙ୍କୁ ସାନ୍ତ୍ୱନାମୂଳକ ସାଠିଫିକେଟ ପ୍ରଦାନ କରାଯାଇଥିଲା। ଶେଷରେ ସମସ୍ତଙ୍କ ପାଇଁ ପ୍ରସ୍ତୁତ ହୋଇଥିବା ରାନ୍ଧଖାଦ୍ୟ ସମସ୍ତେ ସେବନ କରିଥିଲେ। ଟ୍ରଷ୍ଟର ସମ୍ପାଦକ ଚିଣ୍ଟୁ ବେହେର, କୋଷଦକ୍ଷ ରାଜୀବ ଲୋଚନ ମହାପାତ୍ର, ସଦସ୍ୟ ମେଘନାଦ ଜେନା, ସୁବ୍ରତ ବାରିକ, ସୁଦାମ ସାହୁ,ଅମିତ କୁମାର ସାହୁ,ଅଞ୍ଜଳି ପାତ୍ର, ରଶ୍ମିତା ବେହୁରିଆ,ପ୍ରଜ୍ଞା ଆଇଚ, ସମୀର ନାୟକ ପ୍ରମୁଖ ଉପସ୍ଥିତ ଥିଲେ। ସୁଦୂର ଆଠଗଡ଼ରୁ ଆସିଥିବା ସମାଜସେବୀ ରୁନୀ ପ୍ରଧାନ ଧନ୍ୟବାଦ ଦେଇ କାର୍ଯ୍ୟକ୍ରମ ସାଙ୍ଗ କରିଥିଲେ।

Leave A Reply

Your email address will not be published.