ନିଷ୍ଠୁର ସ୍ୱାମୀ ସ୍ତ୍ରୀକୁ କାଠ ଫାଳିଆରେ ପିଟି ପିଟି ହତ୍ୟା କଲା ।

0 282

ରେଢ଼ାଖୋଲ,୦୨/୧୧ : ପାରିବାରିକ କଳହର କରୁଣ ପରିଣତି, ସ୍ତ୍ରୀକୁ କାଠ ଫାଳିଆରେ ପିଟି ପିଟି ହତ୍ୟା କଲା ସ୍ୱାମୀ । ଏମିତି ଅଭାବନୀୟ ଘଟଣା ଘଟିଛି କିସିଣ୍ଡା ଥାନା ଗିରିଶ୍ଚନ୍ଦ୍ରପୁର ଗ୍ରାମର କୁଟ୍ରାସାହିରେ । ଗ୍ରାମର ରୁଦ୍ର କାଲୋ ସ୍ତ୍ରୀ ପଙ୍କଜିନୀ କାଲୋଙ୍କୁ ଆଜି ସକାଳେ କୌଣସି କାରଣରୁ କାଠ ଫାଳିଆରେ ନିର୍ମମ ଭାବେ ହତ୍ୟା କରିଥିବା ଜଣାପଡିଛି । ଖବର ପାଇ ଘଟଣାସ୍ଥଳରେ କିସିଣ୍ଡା ପୋଲିସ ପହଁଞ୍ଚି ଛାନଭିନ ଆରମ୍ଭ କରିଥିବା ବେଳେ ସ୍ୱାମୀ ଘଟଣା ସ୍ଥଳରୁ ଫେରାର ହୋଇଥିବା ଜଣାପଡିଛି ।

Leave A Reply

Your email address will not be published.