କୋଦଳା,୦୧/୦୯(ପିପିଟି):ଶନିବାର କୋଦଳା ବିଜ୍ଞାପିତ ଅଞ୍ଚଳ ପରିଷଦ ବୈଠକ ଗୃହ ଠାରେ କାର୍ଯ୍ୟ ନିର୍ବାହୀ ଅଧିକାରୀ କୃଷ୍ଣ ଚନ୍ଦ୍ର ରଥଙ୍କ ତତ୍ୱାବଧାନରେ ଓଡିଶା ସରକାରଙ୍କ “ସୁଭଦ୍ରା “ଯୋଜନା ର ପଞ୍ଜିକରଣ ନିମନ୍ତେ ଏକ ବୈଠକ ଆୟୋଜିତ ହୋଇଯାଇଛି । ବେଗୁନିଆପଡା ବ୍ଲକ ସମନ୍ୱିତ ଶିଶୁବିଭାଗ ଅଧୀନ କୋଦଳା ସେକ୍ଟର ର ସମୁଦାୟ ୧୫ ଗୋଟି ଅଙ୍ଗନୱାଡି କର୍ମୀଙ୍କୁ ସୁଭଦ୍ରା ସମ୍ପର୍କିତ ତାଲିମ ପ୍ରଦାନ କରିବା ସହିତ ବିନା ଖର୍ଚ୍ଚରେ ଯେମିତି ସମସ୍ତ ଯୋଗ୍ୟ ହିତାଧିକାରୀ ଫର୍ମ ପାଇବେ ସେଥିପ୍ରତି ଗୁରୁତ୍ୱ ଦେବାକୁ ନିର୍ବାହୀ ଅଧିକାରୀ ପରାମର୍ଶ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଅଙ୍ଗନୱାଡି ସୁପରଭାଇଜର କମଳ ପଟ୍ଟନାୟକ ଉପସ୍ଥିତ ଥିଲେ । ଏହାକୁ ନେଇ ଆଜି କୋଦଳାର ସମସ୍ତ ଅଙ୍ଗନବାଡି କେନ୍ଦ୍ର ଠାରେ ସରକାରଙ୍କ ମାର୍ଗଦର୍ଶିକା ଅନୁଯାଇ ଅଙ୍ଗନୱାଡି କର୍ମୀ ମାନେ ମହିଳା ମା ମାନଙ୍କୁ ବୁଝାଇବା ସହିତ ନାମ ପଞ୍ଜିକରଣ କରି ଫର୍ମ ପ୍ରଦାନ କରୁଥିବା ଦେଖାଯାଇଛି । ସମସ୍ତ କେନ୍ଦ୍ରକୁ ଏନ୍ଏସି ପକ୍ଷରୁ ନିୟୋଜିତ ହୋଇଥିବା ନୋଡାଲ ଅଫିସର ଯାଇ ତଦାରଖ କରିବା ସହିତ ଉକ୍ତ ଫର୍ମ ସଂଗ୍ରହ କରି ମା ମାନେ ନିକଟସ୍ଥ ମୋ ସେବାକେନ୍ଦ୍ର ଠାରେ ସମସ୍ତ ପ୍ରମାଣପତ୍ର ସହିତ ଫର୍ମ ପ୍ରଦାନ କରିବାକୁ ଅନୁରୋଧ କରୁଥିବା ଦେଖିବାକୁ ମିଳିଛି ।
(ରିପୋର୍ଟ- ସୂର୍ଯ୍ୟନାରାୟଣ ବଡୁ ।)