ଚକ ଫାଟିଯିବାରୁ ଭାରସାମ୍ୟ ହରାଇ ଗଛରେ ପିଟିହେଲା ଦ୍ରୁତଗାମୀ କାର୍‌, ଅଳ୍ପକେ ବର୍ତ୍ତିଲେ ଚାଳକ ।

0 100

ସୁବର୍ଣ୍ଣପୁର ,୦୭/୦୫(ପିପିଟି):ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର-ସୋନପୁର ରାସ୍ତାରେ ଅପରାହ୍ନରେ ଏକ ଚଳନ୍ତା କାର୍ ଦୁର୍ଘଟଣାଗ୍ରସ୍ତ ହୋଇଛି। ସୋନପୁର ଅଭିମୁଖେ କାରଟି ଯାଉଥିବା ବେଳେ ଏହାର ଗୋଟିଏ ଆଗ ଚକ ଫାଟିଯାଇଥିଲା । ଫଳରେ କାର୍‌ଟି ଭାରସାମ୍ୟ ହରାଇ ରାସ୍ତାକଡ଼ରେ ଥିବା ଏକ ଗଛକୁ ଧକ୍କା ଦେଇ ଦୁର୍ଘଟଣା ଘଟିଥିଲା। ଏହି ଦୁର୍ଘଟଣାରେ କାର୍‌ଟି ଭାଙ୍ଗିରୁଜି ଯାଇଥିବା ବେଳେ ଚାଳକ ଅଳ୍ପକେ ବର୍ତ୍ତିଛନ୍ତି। ସୂଚନା ଅନୁସାରେ କାର୍‌ଟି ଆଜି ଅପରାହ୍‌ଣ ୪ଟାରେ ବୀରମହାରାଜପୁର ପାର୍ଶ୍ବରୁ ସୋନପୁର ଅଭିମୁଖେ ଯାଉଥିଲା। ଉଫୁଲା ମାହେଶ୍ବରୀ ବିଦ୍ୟାପୀଠ ସମ୍ମୁଖରେ ଆଗ ପାର୍ଶ୍ବର ଗୋଟିଏ ଚକା ଫାଟିଥିଲା। କାର୍‌ର ଚାଳକ ଭାରସାମ୍ୟ ହରାଇ ରାସ୍ତାକଡ଼ରେ ଥିବା ଏକ ଗଛକୁ ଶକ୍ତ ଧକ୍କା ଦେଇଥିଲେ। ସୌଭାଗ୍ୟବଶତଃ ସେହି ସ୍ଥାନରେ କୌଣସି ପଥଚାରୀ ନଥିଲେ। କାର୍‌ଟି କ୍ଷତିଗ୍ରସ୍ତ ହୋଇଥିବା ବେଳେ ଏହାର ଚାଳକ ଅଳ୍ପକେ ବର୍ତ୍ତି ଯାଇଛନ୍ତି । ତେବେ ରିପୋର୍ଟ ଲେଖାଯିବା ବେଳକୁ କାର୍‌ର ମାଲିକ କିଏ ଜଣାପଡ଼ି ନାହିଁ।

ରିପୋର୍ଟ- ଶାନ୍ତନୁ କୁମାର କର୍ଣ୍ଣ

Leave A Reply

Your email address will not be published.