ବୋଲଗଡ଼,୦୧/୦୪(ପିପିଟି): ପାଞ୍ଚଗଡ ସୃଜନଶୀଳ ସମିତି ଆନକୂଲ୍ୟରେ ଉତ୍କଳ ଦିବସ ବୋଲାଗଡ ଶିକ୍ଷା ବ୍ଲକ ଅନ୍ତର୍ଗତ ସଂପୁର ସ୍ଥିତ ହରିରାଜପୁର ପ୍ରାଥମିକ ବିଦ୍ୟାଳୟର ସମ୍ମିଳନୀ କକ୍ଷରେ ନିରାଡମ୍ବର ସହକାରେ ଅନଷ୍ଠିତ ହୋଇଅଛି । ଏହି ଉତ୍ସବରେ ମୁଖ୍ୟଅତିଥି ଭାବେ ଶିକ୍ଷାବିତ୍ ସାଧୁ ଚରଣ ମହାପାତ୍ର, ମୁଖ୍ୟବକ୍ତାଭାବେ ଗ୍ରାମର ଭଦ୍ରବ୍ୟକ୍ତି ଧନେଶ୍ଵର ସ୍ବାଇଁ ଓ ସମ୍ମାନୀତ ଅତିଥିଭାବେ ବ୍ରଜବନ୍ଧୁ ବେହେରା, ଶିକ୍ଷକ ଚିତ୍ତରଞ୍ଜନ ସାହୁ, ସମାଜସେବୀ ନିରଞ୍ଜନ ନାୟକପ୍ରମୁଖ ଯୋଗ ଦେଇଥିଲେ । ଏହି ଉତ୍ସବରେ ପ୍ରଧାନଶିକ୍ଷକ ପ୍ରମୋଦ କୁମାର ସ୍ବାଇଁ ସଭାପତିତ୍ବ କରି ସ୍ୱାଗତ ଭାଷଣ ଦେଇଥିବା ବେଳେ ସଂପାଦକ ଅଭିନାସ ମହାନ୍ତି ଅତିଥି ପରିଚୟ ପ୍ରଦାନ କରିଥିଲେ ଓପୂର୍ଣ୍ଣ ଚନ୍ଦ୍ର ମହାରଣା ସଂପାଦକୀୟ ବିବରଣୀ ପଠନ କରିଥିଲେ । ସମସ୍ତ ନିମନ୍ତ୍ରିତ ଅତିଥି ମାନେ ମଧୁ ବାବୁ ଙ୍କ ନିକଟରେ ଧୂପ ଦୀପ ଓ ଫୁଲ ଚନ୍ଦନ ପ୍ରଦାନ କରିଥିଲେ । ବନ୍ଦେ ଉତ୍କଳଜନନୀ ଓ ଜାତୀୟ ସଙ୍ଗୀତ ମାଧ୍ୟମରେ ଉତ୍କଳ ଦିବସକୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା । ସମସ୍ତ ନିମନ୍ତ୍ରିତ ଅତିଥିମାନେ ଓଡ଼ିଶା ପ୍ରଦେଶ ଗଠନ ସମ୍ପର୍କରେ ବଳିଦାନ ଦେଇଥିବା ଭୂମିପୁତ୍ର ଓ ମହାପୁରୁଷ ମାନଙ୍କର ଜୀବନୀ କାହାଣୀ ସମ୍ପର୍କରେ ବର୍ଣ୍ଣନା କରିଥିଲେ । ସମସ୍ତେ ଓଡ଼ିଆ ପୁଅ ହିସାବରେ ଓଡ଼ିଆ ଭାଷାର ସୁରକ୍ଷା କରି ଏବଂ ଓଡ଼ିଆ ଭାଷାର ବିକାଶ ଘଟାଇବା ସଙ୍ଗେ ସଙ୍ଗେ ଓଡ଼ିଶା ରାଜ୍ୟ ର ସୀମା ସୁରକ୍ଷା ରକ୍ଷାକରିବାକୁ ଶପଥ ନେଇଥିଲେ । ଏହି ଦିବସ ଉପଲକ୍ଷେ ଏକ ଆଲୋଚାଚକ୍ର,କବିତା ପାଠୋତ୍ସବ ଅନଷ୍ଠିତ ହୋଇଥିଲା । ଏହି ଦିବସକୁ ପ୍ରତି ବର୍ଷ ସମସ୍ତ ଜନସାଧାରଣଙ୍କ ସହଯୋଗରେ ପାଳନ କରାଯିବାକୁ ନିଷ୍ପତ୍ତି ନିଆଗଲା । ଏହି ଉତ୍ସବରେ ବହୁ ଜନସାଧାରଣ , ଶିକ୍ଷକ , ଶିକ୍ଷୟିତ୍ରୀ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମକୁ ସଞ୍ଜୟ ସ୍ବାଇଁ ସୂର୍ଯ୍ୟକାନ୍ତ ସାହୁ, ପ୍ରିୟବ୍ରତ ଦାସ,ପ୍ରଭାକର ନାୟକ, ଚିକୁ ମହାନ୍ତି, ଶରତ ଦାସ ପ୍ରମୁଖ ସହଯୋଗ କରି ପରିଚାଳନା କରିଥିଲେ।
(ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।)