୮ ମାର୍ଚ୍ଚ ଆନ୍ତର୍ଜାତିକ ମହିଳା ଦିବସ; ଶୋଷଣ ଓ ଲୁଣ୍ଠନ ବ୍ୟବସ୍ଥା ବିରୁଦ୍ଧରେ ସଂଘର୍ଷ ପାଇଁ ଆହ୍ବାନ ।

0 281

ଭଞ୍ଜନଗର,୦୮/୦୩(ପିପିଟି):ଗାଁ କୁ ରାସ୍ତା, ବିଜୁଳି ଆଲୁଅ ଓ ପାନୀୟ ଜଳ ଦାବିରେ ୮ ଦିନ ଧରି ଭଞ୍ଜନଗର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅହରାତ୍ର ଗଣଧାରଣା ଦେଇ ଉପଜିଲ୍ଲାପାଳଙ୍କ ପ୍ରତିଶ୍ରୁତି ପାଇ ଘରକୁ ଫେରିଥିବା ତାଳଖମଣ, ମଣ୍ଡା ପଥର ଓ ଡାଙ୍ଗିଭୁଇଁ ଆଦିବାସୀ ଗାଁ ର ମହିଳାମାନେ ଆଜି ତାଳଖମଣ ଗାଁ ରେ ୦୮ ମାର୍ଚ୍ଚ ଆନ୍ତର୍ଜାତିକ ମହିଳା ଦିବସ ପାଳନ କରିଛନ୍ତି। ଏହି ସଭାରେ ଅଖିଳ ଭାରତ କ୍ରାନ୍ତିକାରୀ ମହିଳା ସଂଗଠନ ନେତ୍ରୀ ମଞ୍ଜରୀ ଜାନି ଅଧ୍ୟକ୍ଷତାରେ ଆରମ୍ଭ ହୋଇଥିବା ସଭାରେ ଆଦିବାସୀ ଭାରତ ମହାସଭାର ଯୁବା ନେତ୍ରୀ ଭାଗ୍ୟଲତା ଜାନି ଋଷବିପ୍ଳବରେ ମହିଳା ମାନଙ୍କ ଉଲ୍ଲେଖନୀୟ ଭୁମିକା ସମ୍ପର୍କରେ ବିସ୍ତ୍ରୁତ ଉପସ୍ଥାପନ କରିଥିଲେ। ଆଦିବାସୀ ଭାରତ ମହାସଭା ରାଜ୍ୟ ସମ୍ପାଦକ ଟୁନା ମଲ୍ଲିକ ଆଦିବାସୀଙ୍କ ମୈଳିକ ଅଧିକାର ଲଢେଇ ଓ ମହିଳାଙ୍କ ଉଲ୍ଲେଖଯୋଗ୍ୟ ଯୋଗଦାନ ଉପରେ ମତ ଉପସ୍ଥାପନ କରିଥିଲେ। ଅଖିଳ ଭାରତ କ୍ରାନ୍ତିକାରୀ କୃଷକ ସଭାର ରାଜ୍ୟ ସମ୍ପାଦକ ଶଙ୍କର ଇନକିଲାବ ପୁଞ୍ଜିବାଦୀ ବ୍ୟବସ୍ଥାରେ କ୍ଷମତା ପାଇଁ ଶୋଷିତ ନିଷ୍ପେସିତ ବର୍ଗ ଉପରେ କିପରି ଦମନ ହୁଏ ସେଥିପାଇଁ ମହିଳା ମାନେ ଏ ଶୋଷଣ ଓ ଲୁଣ୍ଠନ ବ୍ୟବସ୍ଥା, ମହିଳା ବିରୋଧୀ ମନୁ ସ୍ମୃତି ବିରୁଦ୍ଧରେ ସଂଘର୍ଷକୁ ଜୋରଦାର କରିବା ପାଇଁ ଆହ୍ବାନ ଦେଇଥିଲେ। ଏହି ବୈଠକରେ ଅଞ୍ଜନା ମଲ୍ଲିକ, ସାରସ ଜାନି ଆଦି ଅନେକ ବକ୍ତବ୍ୟ ରଖିଥିଲେ। ଶେଷରେ ଜିଲ୍ଲା ପ୍ରଶାସନର ପ୍ରତିଶ୍ରୁତି ସମ୍ପର୍କରେ ସମୀକ୍ଷା ହେବା ସହ ଆଜି ୩ ଦିନ ବିତିଯାଇଥିଲେ ସୁଦ୍ଧା ରାସ୍ତାରେ ଆମ୍ବୁଲାନ୍ସ ଗାଁ ରେ ପହଞ୍ଚିବା ପାଇଁ ଯେଉଁ ପଦକ୍ଷେପ ନିଆଯିବ ବୋଲି ଜଣାଇଥିଲେ ତାହା ଆରମ୍ଭ ହୋଇନଥିବାରୁ କ୍ଷୋଭ ପ୍ରକାଶ କରିଥିଲେ। ସୋମବାର ସୁଦ୍ଧା ଆରମ୍ଭ ନହେଲେ ଜିଲ୍ଲା ପାଳଙ୍କ ଦୃଷ୍ଟି ଆକର୍ଷଣ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି।

Leave A Reply

Your email address will not be published.