ଡଃ ସୁରେନ୍ଦ୍ର ନାଥ ସାହୁଙ୍କୁ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର।

0 415

କବିସୂର୍ଯ୍ୟନଗର,୨୬/୦୨(ପିପିଟି): ଛତ୍ରପୁର ଠାରେ ଆୟୋଜିତ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ବିତରଣ ଉତ୍ସବରେ ଶିକ୍ଷାକ୍ଷେତ୍ରରେ ଅତୁଳନୀୟ ଅବଦାନ ପାଇଁ ଆଦର୍ଶ ଶିକ୍ଷକ ତଥା ଆଦିବାସୀ ସଂସ୍କୃତି ଗବେଷକ ଡ. ସୁରେନ୍ଦ୍ର ନାଥ ସାହୁ, ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ବ୍ଳକ୍ ପ୍ରାଥମିକ ଶିକ୍ଷକ ବର୍ଗରେ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର- ୨୦୨୪ ସମ୍ମାନରେ ସମ୍ମାନିତ ହୋଇଛନ୍ତି । ଡକ୍ଟର ସାହୁ ୧୯୭୩ ମସିହାରେ ପିତା ତ୍ରିନାଥ ସାହୁ ଓ ମାତା ତୁଳସୀ ଦେବୀଙ୍କ କନିଷ୍ଠ ପୁତ୍ର ଭାବେ ଜନ୍ମଗ୍ରହଣ କରନ୍ତି କବିସୂର୍ଯ୍ୟନଗର ବ୍ଳକ୍ ଅନ୍ତର୍ଗତ ଗୋଲାମୁଣ୍ଡଳା ଗ୍ରାମରେ । ଡକ୍ଟର ସାହୁ ଅଧୁନା ପିଠାପୁର ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପ୍ରଧାନଶିକ୍ଷକ ଭାବେ କାର୍ଯ୍ୟରତ । ଓଡ଼ିଶା ସାହିତ୍ୟ ଏକାଡ଼େମୀ ପୁରସ୍କାରପ୍ରାପ୍ତ ତଥା ଉତ୍କଳ ସଂସ୍କୃତି ବିଶ୍ଵବିଦ୍ୟାଳୟ କୁଳପତି ପ୍ରଫେସର ପ୍ରସନ୍ନ କୁମାର ସ୍ୱାଇଁଙ୍କ ତତ୍ତ୍ୱାବଧାନରେ ‘‘ଗଜପତି ଜିଲ୍ଲାର ସଉରା ସଂପ୍ରଦାୟ” ଏକ ସାଂସ୍କୃତିକ ଅନୁଶୀଳନ’’ ସଂପର୍କରେ ଗବେଷଣା କରି ୨୦୨୦ ମସିହାରେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରୁ ପିଏଚ୍.ଡ଼ି. ଡିଗ୍ରୀ ଲାଭକରିଛନ୍ତି ଡକ୍ଟର ସାହୁ । ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାରରେ ପୁରସ୍କୃତ ପାଇଁ ଡକ୍ଟର ସାହୁ ନିଜର ଆରାଧ୍ୟ ଦେବତା ଶ୍ରୀରାଧାକୃଷ୍ଣ, ପିତାମାତା,ପରିବାରବର୍ଗ, ବନ୍ଧୁପରିଜନ, କବିସୂର୍ଯ୍ୟନଗରର ଗୋଷ୍ଠୀଶିକ୍ଷାଧିକାରୀ ଓ ସମସ୍ତ ଶିକ୍ଷକଶିକ୍ଷୟିତ୍ରୀଙ୍କ ନିକଟରେ କୃତଜ୍ଞତା ଜ୍ଞାପନ କରିଛନ୍ତି ।

Leave A Reply

Your email address will not be published.