କଲ୍ଯାଣ ମଣ୍ଡପ ଅର୍ଦ୍ଧ ନିର୍ମିତ ଓ ଗୋଷ୍ଠୀ କେନ୍ଦ୍ର ଚୋରୀ ଘଟଣାରେ ଉଚ୍ଚ ନ୍ୟାୟାଳୟରେ ମାମଲା ।

0 652

କବିସୂର୍ଯ୍ୟନଗର,୨୨/୦୨(ପିପିଟି):କବିସୂର୍ଯ୍ୟନଗର ବ୍ଲକ ଅନ୍ତର୍ଗତ ଗୁଡିଆଳି ପଞ୍ଚାୟତର ଗୁଡିଆଳି ଗ୍ରାମରେ ଆମ ଗାଁ ଆମ ବିକାଶ ଯୋଜନାରେ ନିର୍ମିତ ଦୁଇଟି ପ୍ରକଳ୍ପ ମଧ୍ଯରୁ ଗୋଟିଏ ଅର୍ଦ୍ଧ ନିର୍ମିତ ଓ ଅନ୍ଯ ଗୋଟିଏ ଚୋରୀ ହୋଇଥିବା ଘଟଣାକୁ ନେଇ ସାମାଜିକ କର୍ମୀ ସମରଜିତ୍ ମହାନ୍ତି ଉଚ୍ଚ ନ୍ୟାୟାଳୟରେ ମାମଲା ଦାୟର କରିଛନ୍ତି। ଏହି ଘଟଣା ସମ୍ପର୍କ ଜଣାପଡିଛି ଯେ ଆମ ଗାଁ ଆମ ବିକାଶ ଯୋଜନାରେ ୨୦୧୮-୨୦୧୯ ରେ ଗୁଡିଆଳି ଗ୍ରାମର ଠାକୁରାଣୀ/କାଳୀ ମନ୍ଦିର ନିକଟରେ କଲ୍ଯାଣ ମଣ୍ଡପ ୮ ଲକ୍ଷ ୫୦ ହଜାର ଟଙ୍କାରେ ନିର୍ମାଣ ହୋଇଛି। ସେହି ଭଳି ଆମ ଗାଁ ଆମ ବିକାଶ ଯୋଜନାରେ ୨୦୧୮-୨୦୧୯ ରେ ଗୁଡିଆଳି ଗ୍ରାମର କାଳୀ ମନ୍ଦିର ନିକଟରେ ଗୋଷ୍ଠୀ କେନ୍ଦ୍ର ୮ ଲକ୍ଷ ୫୦ ହଜାର ଟଙ୍କାରେ ନିର୍ମାଣ ହୋଇଛି। ଏହି ନିର୍ମାଣ କାର୍ଯ୍ଯରେ ପଞ୍ଚାୟତର ପାଣ୍ଠି ଓ ସାଂସଦ ହାତ ପାଣ୍ଠି ମଧ୍ଯ ବିନିଯୋଗ ହୋଇଥିବା ନେଇ ଶୁଣିବାକୁ ମିଳୁଛି। ଯେଉଁ ଗୃହଟି ଅର୍ଦ୍ଧ ନିର୍ମିତ ହୋଇ ପଡିରହିଛି ସେଇଟା କଲ୍ଯାଣ ମଣ୍ଡପ ବୋଲି କୁହାଯାଉଛି। ନିର୍ମାଣ ସ୍ଥଳରେ କୌଣସି ଫଳକ ଲାଗି ନାହିଁ। ଅର୍ଦ୍ଧ ନିର୍ମିତ ଗୃହଟି ପ୍ଲାଷ୍ଟର ହୋଇ ନାହିଁ, ଝରକା,ଦ୍ବାର ବନ୍ଧ ଓ କବାଟ ଲାଗି ନାହିଁ। ଅର୍ଦ୍ଧ ନିର୍ମିତ ଗୃହରେ ଫ୍ଲୋରିଙ୍ଗ ହୋଇ ନାହିଁ ତା ସହିତ ବିଦ୍ୟୁତ ସଂଯୋଗ ହୋଇ ନାହିଁ। କିନ୍ତୁ ସମ୍ପୂର୍ଣ୍ଣ ବିଲ୍ ହୋଇଛି। ଅନ୍ଯ ଏକ ଗୃହ ସେଠାରେ ନାହିଁ ଚୋରୀ ହୋଇଯାଇଥିବା ନେଇ ରାସ୍ତାଘାଟ ଚର୍ଚ୍ଚା ଚାଲିଛି। ଏହି ଦୁର୍ନୀତିର ତଦନ୍ତ ଓ କାର୍ଯ୍ଯାନୁଷ୍ଠାନ ପାଇଁ ସାମାଜିକ କର୍ମୀ ସମରଜିତ୍ ମହାନ୍ତି ଗଞ୍ଜାମ ଜିଲ୍ଲାପାଳ,ମୁଖ୍ୟମନ୍ତ୍ରୀ,ପ୍ରମୁଖ ସଚିବ ପଞ୍ଚାୟତ ରାଜ ବିଭାଗ, ମୁଖ୍ଯ ଶାସନ ସଚିବ, ନିର୍ଦ୍ଦେଶକ ଭିଜିଲାନ୍ସ, ଏସପି ଭିଜିଲାନ୍ସ, ବ୍ରହ୍ମପୁର, ଗଞ୍ଜାମ ଏସପି ଗଞ୍ଜାମଙ୍କୁ ତା-୧୩/୧୨/୨୦୨୩ରେ ଲିଖିତ ଅଭିଯୋଗ କରିଥିଲେ। ବର୍ତ୍ତମାନ ଉଚ୍ଚ ନ୍ୟାୟାଳୟରେ CRLMP/5322/2024 ରେ ମାମଲା ଦାୟର ହୋଇଥିବା ଜଣାପଡିଛି।

Leave A Reply

Your email address will not be published.