କୁମରକେଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ବାର୍ଷିକ ଉତ୍ସବ ଅନୁଷ୍ଠିତ।

0 106

ଉଲୁଣ୍ଡା ,୧୮/୦୨(ପିପିଟି) : ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ମହଦା ପଂଚାୟତ ଅନ୍ତର୍ଗତ କୁମରକେଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି । ମୁଖ୍ୟ ଅତିଥି ଭାବେ ଵୀରମହlରାଜପୁର ବିଧାୟକ ଶ୍ରୀଯୁକ୍ତ ପଦ୍ମନାଭ ବେହେରା ଯୋଗଦାନ କରି ବିଦ୍ୟାଳୟ ର ଉନ୍ନତି ନିମନ୍ତେ ପଦକ୍ଷେପ ନେବାକୁ ପ୍ରତିଶୃତି ଦେଇଛନ୍ତି । ମୁଖ୍ୟବକ୍ତା ଭାବେ ଉଲୁଣ୍ଡା ଡିଗ୍ରୀ କଲେଜ ର ଅଧ୍ୟକ୍ଷ ଡ଼. ଦେବାଶିଷ ପାଣ୍ଡିଆ ଉପସ୍ଥିତ ଛାତ୍ରଛାତ୍ରୀ ଏବଂ ଅଭିଭାବକ ଅଭିଭାବିକା ଙ୍କୁ ପିଲାଙ୍କ ଶୈକ୍ଷିକ ସ୍ତର ବୃଦ୍ଧି ର ବିଭିନ୍ନ କୌଶଳ ଉପରେ ଅନେକ ଉପାଦେୟ ମନ୍ତବ୍ୟ ପ୍ରଦାନ କରିଥିଲେ । ସମ୍ମାନିତ ଅତିଥି ଭାବେ ଉଲୁଣ୍ଡା ପଂଚାୟତ ସମିତି ଅଧ୍ୟକ୍ଷା ଶ୍ରୀମତୀ ଶାନ୍ତିଲତା ମିଶ୍ର, ମହଦା ସରପଞ୍ଚ ଶ୍ରୀମତୀ ଆନନ୍ଦିନୀ ଶତପଥୀ, ସମାଜସେବୀ କୁର୍ତ୍ତିବାସ ମିଶ୍ର ଓ ପ୍ରଦୀପ ଶତପଥୀ ଯୋଗଦାନ କରିଥିଲେ । ଶିକ୍ଷକ ଶ୍ରୀଯୁକ୍ତ ଲକ୍ଷ୍ମୀ ନାରାୟଣ ସାହୁ ଓ ଅଧ୍ୟାପିକା ଶ୍ରୀମତୀ ଦେବଯାନୀ ମେଶୁଆ ଙ୍କ ମିଳିତ ସଂଯୋଜନା ରେ ଅନୁଷ୍ଠିତ ସଭା ରେ ବିଦ୍ୟାଳୟ ପରିଚାଳନା କମିଟି ର ସଭାପତି ଶ୍ରୀଯୁକ୍ତ ରଞ୍ଜନ ପଧାନ ସ୍ୱାଗତ ଅଭିଭାଷଣ ରଖିଥିବା ବେଳେ ପ୍ରଧାନ ଶିକ୍ଷକ ହୃଷିକେଶ ଚାନ୍ଦ ବାର୍ଷିକ ବିବରଣୀ ପାଠ କରିଥିଲେ । ଏହି ଅବସରରେ, ଅବସରପ୍ରାପ୍ତ ଶିକ୍ଷକ ଯୋଗୀନ୍ଦ୍ର ପ୍ରସାଦ ପଣ୍ଡା ଭୀମଭୋଇ ସାଧକ ସମ୍ମାନ, ଜୁନିଅର ରେଡ଼କ୍ରସ ଅଫିସର ସୁବର୍ଣ୍ଣପୁର ଶ୍ରୀଯୁକ୍ତ ରବିଚନ୍ଦ୍ର ପଶାୟତ ଭୀମଭୋଇ ସେବା ସମ୍ମାନ, ଯୁବ ସାହିତ୍ୟିକ ଦୀପକ ରଞ୍ଜନ ମିଶ୍ର ଭୀମଭୋଇ ସାହିତ୍ୟ ସମ୍ମାନ, ଜିଲ୍ଲା ରକ୍ତଦାତା ସଂଘ ର ସଭାପତି ମନୋଜ ପଣ୍ଡା ଭୀମଭୋଇ ମାନବୀୟ ସମ୍ମାନ ଏବଂ କଣ୍ଠଶିଳ୍ପୀ ବୀରେନ୍ଦ୍ର ଜଗଦଲା ଭୀମଭୋଇ ଯୁବ କଣ୍ଠଶିଳ୍ପୀ ସମ୍ମାନ ରେ ସମ୍ବର୍ଦ୍ଧିତ ହୋଇଥିଲେ । ଏତଦ ବ୍ୟତୀତ କୈରାଝୁଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ସୁରେଶ ପଧାନ, କବି ଲୋକନାଥ ଦଳବେହେରା, କବି ଶୁଭେନ୍ଦୁ ମେହେର, ନୃତ୍ୟଗୁରୁ ସାମିଲ କୁମାର ଦାସ ଙ୍କୁ ସମ୍ବର୍ଦ୍ଧନl ଦିଆ ଯାଇଥିଲା । ଶିକ୍ଷକ ଅଭାବ ର ପ୍ରତିପୂରଣ ନିମନ୍ତେ କୁମରକେଲି ଗାଁ ର ସରୋଜ ସେଠି, ଫିରୋଜ ବେହେରା ଓ ଅଙ୍କିତା ପଧାନ ପିଲାଙ୍କୁ ଶିକ୍ଷା ଦାନ କରୁଥିବା ରୁ ସେମାନଙ୍କୁ ମଧ୍ୟ ସମ୍ବର୍ଦ୍ଧନା ଦିଆ ଯାଇଥିଲା । ବିଭିନ୍ନ ପ୍ରତିଯୋଗିତା ରେ ସଫଳ ହୋଇଥିବା ଛାତ୍ର ଛାତ୍ରୀ ଙ୍କୁ ପୁରସ୍କୃତ କରାଯାଇଥିବା ବେଳେ ଷଷ୍ଠ ଶ୍ରେଣୀ ଛାତ୍ର ଦିବ୍ୟାଂଶୁ ପଧାନ ସର୍ବଶ୍ରେଷ୍ଠ ଛାତ୍ର, ଅଷ୍ଟମ ଶ୍ରେଣୀ ଛାତ୍ରୀ ସିକିତା ପଧାନ ଶ୍ରେଷ୍ଠ ସ୍ବେଛାସେବୀ ଛାତ୍ର, ସପ୍ତମ ଶ୍ରେଣୀ ଛାତ୍ରୀ ସୁନିତା ସାହୁ ସର୍ବୋତ୍ତମ ଶୃଙ୍ଖଳିତ ଛାତ୍ର, ସପ୍ତମ ଶ୍ରେଣୀ ଛାତ୍ର ତ୍ରିଲୋଚନ ପେରା ମେଧାବୀ ଛାତ୍ର, ପଞ୍ଚମ ଶ୍ରେଣୀ ଛାତ୍ରୀ ପ୍ରିନସି ପଧାନ ଶ୍ରେଷ୍ଠ ସମୟାନୁବର୍ତ୍ତୀ ଛାତ୍ର ସମ୍ମାନ ରେ ସମ୍ମାନିତ ହୋଇଥିବା ବେଳେ ବାର୍ଷିକ କ୍ରୀଡା ର ବାଳକ ଚମ୍ପିୟାନ ଚିକୁ ବେହେରା ଓ ବାଳିକା ଚମ୍ପିୟାନ ଅଞ୍ଜଳି ବେହେରା ଙ୍କୁ ପ୍ରମାଣପତ୍ର ସହ ଟ୍ରଫି ପ୍ରଦାନ କରାଯାଇଥିଲା । ପୁରସ୍କାର ବିତରଣ ରେ ଶିକ୍ଷକ ନରେନ୍ଦ୍ର ନାଗ, ଶିବରାମ ଚାନ୍ଦ, ଦିଲ୍ଲୀପ ପଣ୍ଡା ଖିରେନ୍ଦ୍ର ରଣା, ସତ୍ୟ ନାରାୟଣ ମେହେର ସହଯୋଗ କରିଥିବା ବେଳେ ଶିକ୍ଷକ ଭରତ ହରିପାଲ ଓ ବାମଦେବ ମେହେର ସାଂସ୍କୃତିକ କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ । ବିଦ୍ୟାଳୟ ର ପ୍ରାଚୀର ପତ୍ରିକା ‘ମହକ’ କୁ ଉନ୍ମୋଚନ କରାଯାଇଥିଲା । ଅନୁଷ୍ଠାନ ର ଛାତ୍ରୀ ଙ୍କ ଦ୍ୱାରା ସଚେତନ ଧର୍ମୀ ନାଟକ ‘ନିଶା’ ମଞ୍ଚସ୍ଥ ହୋଇଥିଲା ।

ରିପୋର୍ଟ -ଶାନ୍ତନୁ କୁମାର କର୍ଣ୍ଣ

Leave A Reply

Your email address will not be published.