ଦିନ ସାରା ଝିପିଝିପି ବର୍ଷା, ବିଲରେ ପାଣି, ବଜାର ଶୂନଶାନ୍, ସ୍କୁଲ ଛୁଟି ।

0 12

ବୋଲଗଡ଼, ୨୩/୦୯ (ପିପିଟି): ବଙ୍ଗୋପସାଗରରେ ସୃଷ୍ଟ ସମ୍ଭାବ୍ୟ ବାତ୍ୟା ‘ଅର୍ଣବ’ ର ପ୍ରଭାବ ବୋଲଗଡ଼ରେ ସ୍ପଷ୍ଟ ଦେଖିବାକୁ ମିଳିଛି। ଗତକାଲି ରାତିରୁ ଆରମ୍ଭ ହୋଇଥିବା ମେଘୁଆ ପାଗ ଆଜି ସକାଳୁ ତୁହାକୁ ତୁହା ବର୍ଷାର ରୂପ ନେଇଛି। ଦିନ ସାରା ଝିପିଝିପି ବର୍ଷା ଲାଗି ରହିଥିବାରୁ ସାଧାରଣ ଜନଜୀବନ ସମ୍ପୂର୍ଣ୍ଣ ଅସ୍ତବ୍ୟସ୍ତ ହୋଇପଡିଛି। ଲଗାଣ ବର୍ଷା ଯୋଗୁଁ ଧାନ ବିଲରେ ଆଣ୍ଠୁଏ ପାଣି ଭର୍ତ୍ତି ହୋଇ ରହିଛି। ଅମଳ ପୂର୍ବରୁ ଏଭଳି ବର୍ଷା ଓ ପବନ ହେଲେ ଧାନ ଓ ପରିବା ଫସଲ ସମ୍ପୂର୍ଣ୍ଣ ନଷ୍ଟ ହୋଇଯିବା ଆଶଙ୍କାରେ ବୋଲଗଡ଼ ଅଞ୍ଚଳର ଚାଷୀକୁଳ ଆତଙ୍କିତହୋଇପଡିଛନ୍ତ ପ୍ରଶାସନ ପକ୍ଷରୁ ପୂର୍ବ ସୂଚନା ଅନୁଯାୟୀ ସମସ୍ତ ଶିକ୍ଷାନୁଷ୍ଠାନକୁ ୨୨ ରୁ ୨୪ ତାରିଖ ପର୍ଯ୍ୟନ୍ତ ଛୁଟି ଘୋଷଣା କରାଯାଇଛି। ତୁହାକୁ ତୁହା ବର୍ଷା ଯୋଗୁଁ ବସଷ୍ଟାଣ୍ଡ, ସରକାରୀ କାର୍ଯ୍ୟାଳୟ ଓ ବୋଲଗଡ଼ ବଜାରରେ ଲୋକଙ୍କ ଗହଳି ଚହଳି ନାହିଁ। ରାସ୍ତାଘାଟ ଖାଁ ଖାଁ ଲାଗୁଛି।ବାତ୍ୟା ଜନିତ ବିପର୍ଯ୍ୟୟର ମୁକାବିଲା ପାଇଁ ସ୍ଥାନୀୟ ପ୍ରଶାସନ ସମ୍ପୂର୍ଣ୍ଣ ପ୍ରସ୍ତୁତ ଥିବା ବ୍ଲକ ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।

ରିପୋର୍ଟ: ସୁଶାନ୍ତ କୁମାର ପ୍ରଧାନ।

Leave A Reply

Your email address will not be published.