ଦିବ୍ୟଶକ୍ତି ଇଂରାଜୀ ସ୍କୁଲର ବାର୍ଷିକ ଉତ୍ସବ ।

0 271

ଭଞ୍ଜନଗର, ୧୬/୦୨(ପିପିଟି) : ଭଞ୍ଜନଗର ବାଗ୍ ଦେବୀ ରୋଡ଼ରେ ଥିବା ଦିବ୍ୟଶକ୍ତି ଇଂରାଜୀ ବିଦ୍ୟାଳୟର ୨୯ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି।ଏଥିରେ ମୁଖ୍ୟ ଅତିଥି ଭାବେ ଭଞ୍ଜନଗର ବରିଷ୍ଠ ଶିକ୍ଷା ଅଧିକାରୀ ଏସ. ଧନଞ୍ଜୟ,ମୁଖ୍ୟ ବକ୍ତା ରୂପେ ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଗୋୖରୀ ଶଙ୍କର ଶତପଥୀ,ସମ୍ମାନିତ ଅତିଥି ଭାବେ ସବ ଟ୍ରେଜେରୀ ଅଫିସର ରଞ୍ଜନ ଉଲ୍ଲକା ଯୋଗ ଦେଇଥିଲେ।ବିଦ୍ୟାଳୟର ଅଧ୍ୟକ୍ଷା ରଶ୍ମିତା ସାମନ୍ତରାୟ ବାର୍ଷିକ ବିବରଣୀ ପାଠ ଓ କାର୍ଯ୍ୟକ୍ରମରେ ସଂଯୋଜନା କରିଥିଲେ।ପିଲାମାନଙ୍କର ପ୍ରଥମ ଗୁରୁ ହେଉଛନ୍ତି ନିଜ ପିତାମାତା। ଛାତ୍ରଛାତ୍ରୀଙ୍କୁ ଉତ୍ତମ ଶିକ୍ଷାଦେଇ ସେମାନଙ୍କ ଚରିତ୍ର ଓ ଉଜ୍ବଳ ଭବିଷ୍ୟତ ଗଠନରେ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ସହଯୋଗ କରନ୍ତି।ତେଣୁ ସମସ୍ତଙ୍କ ମିଳିତ ଉଦ୍ୟମରେ ଜଣେ ପିଲା ସୁନାଗରିକ ଟିଏ ହୋଇପାରିବ ବୋଲି ଅତିଥିମାନେ ମତ ଦେଇଥିଲେ। ବିଦ୍ୟାଳୟର ଉନ୍ନତିରେ ଅଭିଭାବକମାନେ ସହଯୋଗ କରିବାକୁ ସ୍କୁଲର ସମ୍ପାଦକ ସନ୍ତୋଷ କୁମାର ପଟ୍ଟନାୟକ କହିଥିଲେ।ଏହି ଅବସରରେ ବିଭିନ୍ନ ପ୍ରତିଯୋଗିତାରେ କୃତି ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା।ବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ।ଶିକ୍ଷୟିତ୍ରୀ ପ୍ରିୟଙ୍କା ଏହାକୁ ପରିଚାଳନା କରିଥିବା ବେଳେ ଅନ୍ୟମାନେ ଏଥିରେ ସହଯୋଗ କରିଥିଲେ।

ରିପୋର୍ଟ- (ଜେ. କେ ପଟ୍ଟନାୟକ)

Leave A Reply

Your email address will not be published.