ଛତିଶଗଡ ରାଜ୍ୟପାଳଙ୍କ ଦ୍ଵାରା ପୁସ୍ତକ ଉନ୍ମୋଚନ ।

0 90

କୋଦଳା,୨୭/୧୨(ପିପିଟି): ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ ଅନ୍ତର୍ଗତ ଅଙ୍ଗାରଗାଁ ପଞ୍ଚାୟତ ସ୍ଥିତ ଦଣ୍ଡପାଣି ସୁମନ୍ତରାୟ ଉଚ୍ଚ ବିଦ୍ୟାଳୟର ରାଜ୍ଯ ପୁରସ୍କାର ପ୍ରାପ୍ତ ବିଜ୍ଞାନ ଶିକ୍ଷକ ପ୍ରସନ୍ନ କୁମାର ନାୟକଙ୍କ ଦ୍ଵାରା ଲିଖିତ ‘ଦିବସ ୧୦୧ ‘ ପୁସ୍ତକ ଛତିଶଗଡ ମହାମହିମ ରାଜ୍ୟପାଳ ବିଶ୍ଵଭୂଷଣ ହରିଚନ୍ଦନଙ୍କ ଦ୍ଵାରା ଭୁବନେଶ୍ଵର ସ୍ଥିତ ବାସଭବନ ପରିସରରେ ଉନ୍ମୋଚନ ହୋଇଯାଇଛି । ଏଥିସହିତ ପୂର୍ବରୁ ମଧ୍ଯ ଓଡିଶା ର ପ୍ରାକ୍ତନ ମହାମହିମ ରାଜ୍ୟପାଳ ପ୍ରଫେସର ଡଃ ଗଣେଶୀ ଲାଲଙ୍କ ଦ୍ଵାରା ଶ୍ରୀ ନାୟକଙ୍କ ଲିଖିତ ପୁସ୍ତକ ‘ଶରିର ଗାଥା ‘ ପୁସ୍ତକ ଉନ୍ମୋଚିତ ହୋଇଥିଲା । ଉକ୍ତ ପୁସ୍ତକରେ ଜାତୀୟ ତଥା ଆନ୍ତର୍ଜାତୀୟ ସ୍ତରରେ ପାଳିତ ହେଉଥିବା ୧୦୧ ଟି ଗୁରୁତ୍ୱପୂର୍ଣ୍ଣ ଦିବସ ଗୁଡିକର ତାତ୍ପର୍ଯ୍ୟ, ଉଦ୍ଦେଶ୍ୟ ଓ କାରଣ ସମ୍ପର୍କରେ ବିଶଦ ଭାବରେ କବିତା ମାଧ୍ୟମରେ ପ୍ରକାଶ କରାଯାଇଛି ।ଏକାଧାରରେ ଶ୍ରୀ ନାୟକ ଜଣେ ଉତ୍ତମ ଶିକ୍ଷକ ସହ ଜଣେ ସୁନାମଧନ୍ୟ ସାହିତ୍ୟିକ ଓ ଲେଖକ । ବର୍ତ୍ତମାନ ସୁଦ୍ଧା ତାଙ୍କର ୫ ଗୋଟି ଲିଖିତ ପୁସ୍ତକ ଉନ୍ମୋଚିତ ହୋଇଯାଇଛି ।

(ରିପୋର୍ଟ – ସୂର୍ଯ୍ୟ ନାରାୟଣ ବଡୁ ।)

Leave A Reply

Your email address will not be published.