ସଂକ୍ରାନ୍ତି ଅବସରରେ ଗୋଧନେଶ୍ଵର ଶିବମନ୍ଦିର ପରିସରରେ ସଫେଇ କାର୍ଯ୍ୟକ୍ରମ ।

0 70

ଉଲୁଣ୍ଡା ,୧୭/୧୧(ପିପିଟି):ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଜଟେସିଂହା ପଞ୍ଚାୟତ ଅନ୍ତର୍ଗତ ମହାନଦୀ କୂଳରେ ଅବସ୍ଥିତ ପ୍ରାଚୀନ ତଥା ପ୍ରସିଦ୍ଧ ବାବା ଗୋଧନେଶ୍ଵର ଶୈବପୀଠରେ ଠାରେ ଶୁକ୍ରବାର ସଂକ୍ରାନ୍ତି ଅବସରରେ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଗୋଧନେଶ୍ଵର ଶିବଶକ୍ତି ସତସଙ୍ଗ୍ ସଂଘ ପକ୍ଷରୁ ଉକ୍ତ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ସଂଘ ର ସମସ୍ତ ସଦସ୍ୟ ଉପସ୍ଥିତ ରହି ଶୈବପୀଠର ଚତୁଃପାର୍ଶ୍ଵକୁ ସଫା ସୁତୁରା କରିଥିଲେ। ପ୍ରତ୍ୟେକ ସଂକ୍ରାନ୍ତି ଦିନ ଉକ୍ତ ଶୈବପୀଠରେ ସଫେଇ କାର୍ଯ୍ୟକ୍ରମ କରାଯିବ ବୋଲି ସଂଘ ପକ୍ଷରୁ ଜଣାଯାଇଛି। ତାହା ସହ ଭାଗବତ , ପାରାୟଣ ପଠନ କାର୍ଯ୍ୟକ୍ରମ ପ୍ରତ୍ୟେକ ମାସ ସଂକ୍ରାନ୍ତି ଦିନ ହେଉଛି। ଦୀର୍ଘ ୭୦ ବର୍ଷ ହେବ ମନ୍ଦିର ପରିସରରେ ଉକ୍ତ ସଂଘ ପକ୍ଷରୁ ସଂକ୍ରାନ୍ତି ପାଳିତ ହେଉଥିବା ବେଳେ ୧୯ ଗୋଟି ଗାଁ ରୁ ପ୍ରାୟ ୪୦୦ ରୁ ଉର୍ଦ୍ଧ ସଦସ୍ୟ ସାମିଲ ହୋଇଛନ୍ତି।‌ ପୂଜକ ନିତ୍ୟାନନ୍ଦ ପଣ୍ଡା ପୂଜା କାର୍ଯ୍ୟ ତୁଲାଇଥିବା ବେଳେ କେଶବା ନନ୍ଦ ପଣ୍ଡା ପୁରାଣ ପଠନ କରିଥିଲେ। ଏଥିରେ ସଭାପତି ପ୍ରଭଞ୍ଜନ ପ୍ରଧାନ, ସମ୍ପାଦକ ସୂର୍ଯ୍ୟ ନାରାୟଣ ତରିଆ, କୋଷାଧ୍ୟକ୍ଷ ବୈଦ୍ୟନାଥ ବିଶ୍ଵାଳ, ଉପଦେଷ୍ଟା ଦିଲ୍ଲୀପ ପ୍ରଧାନ, ଗକୁଳ ମାଝି, ଗୈାରିଶଙ୍କର ପାଣିଗ୍ରାହୀ ଓ ବସିକେସନ ସେଠୀ ରହିଛନ୍ତି। ଏହି କାର୍ଯ୍ୟକ୍ରମ ରେ ମହନ ଜଟି, ଛନକ ସାହୁ, ସର୍ବେଶ୍ଵର ରଥ, ବୈକୁଣ୍ଠ ପଧାନ, ରଞ୍ଜନ ମହାକୁର, ବିଶ୍ଵାମିତ୍ର ନାଗ,ମନ ପଧାନ, କୃଷ୍ଣ ଚନ୍ଦ୍ର ପଧାନ,ରାମ ଶଙ୍କର ପାଣିଗ୍ରାହୀ, ଅକ୍ଷୟ କୁମାର ପାଣ୍ଡେ, ସୀତାରାମ ପଧାନ, ବୁଲୁ ପର୍ଡିଆ,ରିସପାଲ ସାହୁ, ବୈଦ୍ୟନାଥ ସାହୁ,ସାନ ମେହେର, ମିତ୍ରଭାନୁ ପ୍ରଧାନ,ଗଣ୍ଡା ସାମରଥ,ଅନୁରି ମେଣ୍ଡିଲି, ବିଶାଖା ମେଣ୍ଡିଲି, ଯଜ୍ଞସନୀ ଚୈଧରୀ, ବୃନ୍ଦାବତୀ ପଧାନ, ଭାର୍ଗବୀ ସାହୁ, ପରମେଶ୍ବର ବିଶି,ଏକାଦୁଶିଆ ଖମାରୀ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ।

ରିପୋର୍ଟ -ଶାନ୍ତନୁ କୁମାର କର୍ଣ୍ଣ

Leave A Reply

Your email address will not be published.