ପୋଲସରାରେ ଜାତୀୟ ପ୍ରେସ ଦିବସ ପାଳିତ ।

0 347

ପୋଲସରା ,୧୬/୧୧(ପିପିଟି): ସ୍ଥାନୀୟ ସାମ୍ବାଦିକ ମାନଙ୍କ ପକ୍ଷରୁ ଜାତୀୟ ପ୍ରେସ ଦିବସ ପାଳିତ ହୋଇଯାଇଅଛି । ପ୍ରେସକ୍ଲବ ତରଫରୁ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବରେ ପୂର୍ବତନ ଗଞ୍ଜାମ ଜିଲ୍ଲା ଓୟୁଜେ ସଭାପତି ହରିହର ପାତ୍ର ମୁଖ୍ୟ ଅତିଥିଭାବେ ଯୋଗଦେଇଥିବା  ବେଳେ ଡ୍ ଜ୍ୟୋତିର୍ମୟ ପଟ୍ଟନାୟକ ସମ୍ପାଦକ (ଆଧାର ଓଡ଼ିଶା) ମୁଖ୍ୟବକ୍ତା ଓ ଅଧ୍ୟାପକ ସୁଶାନ୍ତ କୁମାର ସାହୁ ବରିଷ୍ଠ ସାମ୍ବାଦିକ କେ ସନ୍ତୋଷ ପାତ୍ର ପ୍ରମୁଖ ସମ୍ମାନନିତ୍ ଅତିଥି ଭାବେ ଯୋଗ ଦେଇଥିଲେ । ସାମ୍ବାଦିକ ସିମାଞ୍ଚଳ ସାହୁଙ୍କ ସଞ୍ଜୋଜନାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ସମସ୍ତ ଅତିଥିବୃନ୍ଧ ଜାତୀୟ ପ୍ରେସ ଦିବସ  ଉପରେ ନିଜ ନିଜ ସୁଚିନ୍ତିତ ମନ୍ତବ୍ୟ ପ୍ରଦାନ କରିଥିଲେ  । ଏଥିରେ ଅଞ୍ଚଳର ବରିଷ୍ଠ ସାମ୍ବାଦିକ ସନ୍ତୋଷ କୁମାର ପଣ୍ଡା ,ଟି ଶରତ କୁମାର ସୁବୁଦ୍ଧି , ନାରାୟଣ ସାହୁ ,ରତ୍ନାକର ଗୌଡ ,ସୁବ୍ରତ ବେହେରା , ହୁଶିକେଶ ନାୟକ ,ପ୍ରଶାନ୍ତ ପ୍ରଧାନ, ପ୍ରଗତିବନ୍ଧୁ ଦାସ ,ରବୀନ୍ଦ୍ର ନାଥ ପ୍ରଧାନ,ପ୍ରମୁଖ ସାମ୍ବାଦିକ ମନେ ଯୋଗ ଦେଇ ଆଲୋଚନାରେ ଭାଗନେଇଥିଲେ । କାର୍ଯ୍ୟକ୍ରମ ପ୍ରାରମ୍ଭରେ ସିମଞ୍ଚଳ ସାହୁ ଙ୍କ ଦ୍ଵାରା ଅତିଥିମାନଙ୍କୁ ସ୍ଵାଗତ ଏବଂ ପରିଚୟ ପ୍ରଦାନ କରିଥିବା ବେଳେ କାର୍ଯ୍ୟକ୍ରମ ଶେଷରେ ସାମ୍ବାଦିକ ସନ୍ତୋଷ କୁମାର ପଣ୍ଡା ଉପସ୍ଥିତ ସମସ୍ତ ମଞ୍ଚାସିନ ଅତିଥି ଏବଂ ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ କ୍ଲବ ତରଫରୁ ଆନ୍ତରିକ ଧନ୍ୟବାଦ ଏବଂ କୃତଜ୍ଞତା ଜ୍ଞାପନ କରିଥିଲେ ।

ରିପୋର୍ଟ୍ -ସନ୍ତୋଷ କୁମାର ପଣ୍ଡା

Leave A Reply

Your email address will not be published.