ଭଞ୍ଜନଗର ଠାରେ ନୂତନ ଉପଜିଲ୍ଲାପାଳଙ୍କ ଦାୟିତ୍ୱ ଗ୍ରହଣ ।

0 85

ଭଞ୍ଜନଗର,୨୬/୧(ପିପିଟି): ଭଞ୍ଜନଗର ଉପଖଣ୍ଡରେ ନୂତନ ଉପଜିଲ୍ଲାପାଳ ଭାବେ ଆଜି ଅନିଲ କୁମାର ସେଠୀ କାର୍ଯ୍ୟରେ ଯୋଗଦାନ କରିଛନ୍ତି। ଉପଜିଲ୍ଲାପାଳ କାର୍ଯ୍ୟାଳୟର ବରିଷ୍ଠ ଏଷ୍ଟାବ୍ଲିସମେଣ୍ଟ ଅଫିସର ଅନିଲ କୁମାର ପଣ୍ଡା,ଉପଜିଲ୍ଲାପାଳଙ୍କ ବ୍ୟକ୍ତିଗତ ସହାୟକ ବଂଶୀଧର ବେହେରା, ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଗୌରୀ ଶଙ୍କର ଶତପଥୀ,ଅତିରିକ୍ତ ଜିଲ୍ଲା ମଙ୍ଗଳ ଅଧିକାରୀ ନିହାର ରଞ୍ଜନ  ମହାନ୍ତି,ଯୋଗାଣ ଅଧିକାରୀ ଅସିତ କୁମାର ମହାନ୍ତି,ସାମାଜିକ ସୁରକ୍ଷା ଅଧିକାରୀ ଏସିଓ ଶବର ଏବଂ ସବୁ ବିଭାଗର ବରିଷ୍ଠ ରାଜସ୍ବ ସହାୟକ ଓ କନିଷ୍ଠ ସହାୟକଙ୍କ ସହ କାର୍ଯ୍ୟାଳୟର ସବୁ କର୍ମଚାରୀଗଣ ନୂତନ ଉପଜିଲ୍ଲାପାଳ ଶ୍ରୀ ସେଠୀଙ୍କୁ ପୁଷ୍ପଗୁଚ୍ଛ ପ୍ରଦାନ କରି ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ । ଏହା ପୂର୍ବରୁ ଶ୍ରୀ ସେଠୀ କେନ୍ଦୁଝର ଆନନ୍ଦ ପୁର ଉପଖଣ୍ଡର ଉପଜିଲ୍ଲାପାଳ ଭାବେ କାର୍ଯ୍ୟରତ ଥିଲେ। ସେ ଜଣେ ସୁଦକ୍ଷ ପ୍ରଶାସକଭାବେ ବହୁ ଖ୍ୟାତି ଅର୍ଜନ କରିଛନ୍ତି। ଜନହିତରେ ସରକାରୀ ଯୋଜନାକୁ ସଫଳ ରୂପେ ରୂପାୟନ କରିବାକୁ ପ୍ରତିଶୃତିବଦ୍ଧ ବୋଲି ନିଜ ବକ୍ତବ୍ୟରେ ପ୍ରକାଶ କରିଥିଲେ ।୫-ଟି ଅନୁଯାୟୀ ଦଳଗତ ସ୍ୱଛତା, ବୈଷୟିକ ଜ୍ଞାନ ସହ ଠିକ ସମୟରେ କାର୍ଯ୍ୟ ସୂଚାରୁରୂପେ ସମ୍ପାଦନ କରିବାକୁ ପରାମର୍ଶ ପ୍ରଦାନ କରିଥିଲେ । ପ୍ରକାଶ ଥାଉ କି, ଏହା ପୂର୍ବରୁ ଉପଜିଲ୍ଲାପାଳ ଥିବା ଶ୍ରୀ ଜ୍ୟୋତି ଶଙ୍କର ରାୟଙ୍କର କନ୍ଧମାଳ ଉପଜିଲ୍ଲାପାଳ ଭାବେ ବଦଳି ହୋଇଛି।

ରିପୋର୍ଟ୍ -(ଜେ. କେ ପଟ୍ଟନାୟକ)

Leave A Reply

Your email address will not be published.