ଭାରତୀୟ ଷ୍ଟେଟ ବ୍ୟାଙ୍କ ଦ୍ୱାରା ହିଞ୍ଜିଳି ବ୍ଳକ୍ ର ସମସ୍ତ ପ୍ରଧାନ ଶିକ୍ଷକ ଏବଂ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ନେଇ ପ୍ରଶିକ୍ଷଣ କର୍ମଶାଳା ।
ହିଞ୍ଜିଳିକାଟୁ ,୨୬/୧୦(ପିପିଟି): ହିଞ୍ଜିଳିକାଟୁ ପୋୖର ପରିଷଦ ସ୍ଥିତ ରୟାଲ ପେଲେସ ଠାରେ ଭାରତୀୟ ଷ୍ଟେଟ ବ୍ୟାଙ୍କ ଆନୁକୂଲ୍ୟରେ ହିଞ୍ଜିଳି ବ୍ଳକ୍ ଅନ୍ତର୍ଗତ ସମସ୍ତ ପ୍ରାଥମିକ ବିଦ୍ୟାଳୟ,ଉଚ୍ଚ ପ୍ରାଥମିକ ବିଦ୍ୟାଳୟ,ଉଚ୍ଚ ବିଦ୍ୟାଳୟ ଓ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ,କଲେଜ ଅଧ୍ୟକ୍ଷ ଓ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ନେଇ ଏକ ପ୍ରଶିକ୍ଷଣ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଏହି ପ୍ରଶିକ୍ଷଣ ଶିବିର ଭାରତୀୟ ଷ୍ଟେଟ ବ୍ୟାଙ୍କ ଓ ହିଞ୍ଜିଳି ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ହୋଇଥିଲା ।ଏଥିରେ ମୁଖ୍ୟ ଅତିଥି ଭାବେ ଗଞ୍ଜାମ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀମତୀ ଅମିତା ପଟ୍ଟନାୟକ,ହିଞ୍ଜିଳି ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ସୁବ୍ରତ କୁମାର ଜେନା ଭାରତୀୟ ଷ୍ଟେଟ ବ୍ୟାଙ୍କ ଆଞ୍ଚଳିକ ପରିଚାଳିକା ଶ୍ରୀମତୀ ଜୋଷ୍ନiରାଣୀ ମହାରଣା ଯୋଗ ଦେଇଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ହିଞ୍ଜିଳି ଗୋଷ୍ଠୀ ଶିକ୍ଷା ଅଧିକାରୀ ଏସ. ଗିରିଧର ,ହିଞ୍ଜିଳି ଭାରତୀୟ ଷ୍ଟେଟ ବ୍ୟାଙ୍କ ଶାଖା ପରିଚାଳକ ସୌମ୍ୟକାନ୍ତ ପଟ୍ଟନାୟକ ଏବଂ ସିକିରି ଭାରତୀୟ ଷ୍ଟେଟ ବ୍ୟାଙ୍କ ଶାଖା ପରିଚାଳିକା ସୁଶ୍ରୀ ନାୟକ ସମ୍ମାନିତ ଅତିଥି ରୂପେ ଯୋଗ ଦେଇଥିଲେ । ଏହି ପ୍ରଶିକ୍ଷଣ ଶିବିର ଆଡମ୍ବର ସହ ସୌହାର୍ଯ୍ୟ ବାତାବରଣରେ ପରିଚାଳିତ ହୋଇଥିଲା । ପ୍ରଶିକ୍ଷଣ ଶିବିରଟି ଉପଯୁକ୍ତ ମାର୍ଗ ଦର୍ଶିତା ହୋଇଥିବାରୁ ଉପସ୍ଥିତ ଶିକ୍ଷକ ଶିକ୍ଷୟିତ୍ରୀ ନିଜର ଖୁସି ମତବ୍ୟକ୍ତ କରିଥିଲେ । ଉପଯୁକ୍ତ ଭାବେ ପ୍ରଶିକ୍ଷଣ କର୍ମଶାଳା ପରିଚାଳିତ ହୋଇଥିବାରୁ, ପରିଚାଳକ ଭାରତୀୟ ଷ୍ଟେଟ ବ୍ୟାଙ୍କ ଓ ଆଞ୍ଚଳିକ ପରିଚାଳିକା ଶ୍ରୀମତୀ ମହାରଣା କର୍ମଶାଳାରେ ଯୋଗ ଦେଇଥିବା ସମସ୍ତ ବ୍ୟକ୍ତି ବିଶେଷଙ୍କୁ ଧନ୍ୟବାଦ ଜଣାଇଥିଲେ । ସିକିରି ଭାରତୀୟ ଷ୍ଟେଟ ବ୍ୟାଙ୍କ କ୍ଷେତ୍ର ପରିଦର୍ଶକ ଶିଶିର କୁମାର ଦାସ ଏବଂ ଷ୍ଟେଟ ବ୍ୟାଙ୍କ ଆଡଭୋକେଟ ଶ୍ରୀ ରାମଚନ୍ଦ୍ର ମହାପାତ୍ର ଉକ୍ତ କାର୍ଯ୍ୟକ୍ରମଟିକୁ ପରିଚାଳନାରେ ସହଯୋଗ କରିଥିଲେ ।
ରିପୋର୍ଟ୍ -ଅଜିତ କୁମାର ପଟ୍ଟନାୟକ