୨୫୬ କେଜି ଗଞ୍ଜେଇ ଜବତ, ଦୁଇ ଜଣ ଗିରଫ ।

0 798

କବିସୂର୍ଯ୍ଯ ନଗର,୦୫/୧୦(ପିପିଟି); କବିସୂର୍ଯ୍ଯ ନଗର ଥାନା ଅନ୍ତର୍ଗତ ବୁଢାମ୍ବ ଠାରେ ରବିବାର ଦିନ ଗାଡି ଯାଞ୍ଚ ସମୟରେ ଏକ ଆମ୍ବୁଲାନ୍ସର ଗତିବିଧି ସନ୍ଦେହ ସୃଷ୍ଟି ହେବାରୁ ଆଟକାଇ ଯାଞ୍ଚ କରିବା ସମୟରେ ଗଞ୍ଜେଇ ଭର୍ତ୍ତି ହୋଇଥିବା ଜଣାପଡିଥିଲା । ଆମ୍ବୁଲାନ୍ସକୁ କବିସୂର୍ଯ୍ଯ ନଗର ଥାନାକୁ ଅଣାଯାଇ ଗଞ୍ଜେଇକୁ ଓଜନ କରାଯାଇଥିଲା । ୨୫୬.୧ କେଜି ଗଞ୍ଜେଇକୁ ଜବତ କରାଯାଇଛି ଏବଂ ଟାଟା ସୁମୋ ଆମ୍ବୁଲାନ୍ସକୁ ମଧ୍ୟ ଜବତ କରାଯାଇଛି । ଏହି ଘଟଣାରେ ଡ୍ରାଇଭର ସମେତ ଦୁଇ ଜଣଙ୍କୁ ଗିରଫ କରାଯାଇ ଆଜି କୋର୍ଟ ଚାଲାଣ କରାଯାଇଛି । ଥାନା କେଶ ନମ୍ବର ୨୭୭/୨୦ ରେ ମାମଲା ରୁଜୁ ହୋଇଥିବା ନେଇ ଆଇଆଇସି ପ୍ରଭାତ କୁମାର ସାହୁ ସୂଚନା ଦେଇଛନ୍ତି । (ରିପୋର୍ଟ – ଉମା ଚରଣ ପଟ୍ଟନାୟକ ।)

Leave A Reply

Your email address will not be published.