ମାଲକାନଗିରି, ୦୫/୦୯(ପିପିଟି):ନବ ଭାରତ ସାକ୍ଷରତା କାର୍ଯ୍ୟକ୍ରମ ଅନ୍ତର୍ଗତ ଏବଂ ସାକ୍ଷରତା ପଞ୍ଚମ ଦିବସରେ ଉଲ୍ଲାସ ସେମିନାର ଜିଲ୍ଲା ଶିକ୍ଷା ବିଭାଗ ତରଫରୁ ପିଏମ୍ ଶ୍ରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ , ସିନ୍ଧ୍ରିମାଳ ଠାରେ ଅନୁଷ୍ଠିତ ହୋଇଯାଇଛି।
ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଶିକ୍ଷା ଅଧିକାରୀ, ଜିଲ୍ଲାର ସମସ୍ତ ବ୍ଲକର ଶିକ୍ଷକ ଓ ସ୍ୱେଚ୍ଛାସେବୀ ଶିକ୍ଷକ ମାନେ ଯୋଗ ଦେଇଥିଲେ।
ମୁଖ୍ୟ ଆଲୋଚନା ବିଷୟରେ ୧୫ ବର୍ଷରୁ ଉର୍ଦ୍ଧ୍ୱ ନିରକ୍ଷରଙ୍କୁ ସାକ୍ଷର କରିବା ଲକ୍ଷ୍ୟ, ଉଲ୍ଲାସ ଆପ୍ ମାଧ୍ୟମରେ ପଞ୍ଜିକରଣ ଓ ଶିକ୍ଷାଦାନ, ମାଲକାନଗିରି ଜିଲ୍ଲାକୁ ୨୦୨୭ ସୁଦ୍ଧା ସମ୍ପୂର୍ଣ୍ଣ ସାକ୍ଷର ଜିଲ୍ଲା କରିବାର ଲକ୍ଷ୍ୟ ରହିଛି।ଜିଲ୍ଲା ଶିକ୍ଷା ଅଧିକାରୀ ଚିତ୍ତରଞ୍ଜନ ପାଣିଗ୍ରାହୀ କହିଛନ୍ତି, ଉଲ୍ଲାସ କେବଳ ଏକ ଯୋଜନା ନୁହେଁ, ଏହା ହେଉଛି ଜନ ଆନ୍ଦୋଳନ। ମାଲକାନଗିରିର ପ୍ରତ୍ୟେକ ନାଗରିକ ପଢ଼ିବ, ଲେଖିବ ଓ ଆଗକୁ ବଢ଼ିବ।ଏହି ଅବସରରେ ଉଲ୍ଲାସ କାର୍ଯ୍ୟକ୍ରମରେ ଉତ୍ତମ କାର୍ଯ୍ୟ କରିଥିବା ସ୍ୱେଚ୍ଛାସେବୀ ଶିକ୍ଷକମାନଙ୍କୁ ସମ୍ମାନିତ କରାଯାଇଥିଲା
(ରିପୋର୍ଟ: ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ)