କାର୍ତ୍ତିକ ସୋମବାରରେ ଦୁର୍ଘଟଣା; ଦାଦା ମୃତ,୨ଝିଆରୀ ଗୁରୁତର ।

0 1

ଭଞ୍ଜନଗର, ୦୯/୧୧(ପିପିଟି): ଝିଆରୀଙ୍କୁ ନେଇ ମନ୍ଦିର ଯାଉଥିବା ବେଳେ ଦୁର୍ଘଟଣାରେ ଚାଲିଗଲା ପ୍ରାଣବାୟୁ। ଏଭଳି ଏକ ଦୁଃଖଦ ଦୁର୍ଘଟଣା ଦେଖିବାକୁ ମିଳିଛି। ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଥାନା ଅଧିନ ଲାଲସିଂ କେନ୍ଦ୍ରୀୟ ନର୍ସର ନିକଟରେ। ଆଜି ପୂର୍ବାହ୍ନ ସମୟରେ ମୁଜାଗଡ ଗ୍ରାମର ଜିତେନ୍ଦ୍ର ନାୟକ ନିଜର ୨ ଜଣ ଝିଆରୀଙ୍କୁ ନେଇ ଭଞ୍ଜନଗର ଦେଇ ବୁଗୁଡା ସ୍ଥିତି ବୃଦ୍ଧଖୋଲକୁ ଯାଉଥିବା ବେଳେ ଦୁର୍ଘଟଣା ଘଟିଥିବା ଜଣାପଡିଛି। କାର୍ତ୍ତିକ ସୋମାବାର ରହିଥିବାରୁ ମନ୍ଦିର ଦର୍ଶନ କରିବା ପାଇଁ ଜିତେନ୍ଦ୍ର ଯାଉଥିବା ସମୟରେ ଲଣ୍ଡେଇ ସାହି ପୂର୍ବରୁ ଚକାଡୋଳା ରିସୋର୍ଟ ସାମ୍ନାରେ ହିଁ ଭାରସାମ୍ୟ ହରାଇ ସେମାନେ ଦୁର୍ଘଟଣାର ଶିକାର ହୋଇଥିଲେ। ରାସ୍ତାକଡରେ ଥିବା ସୋଲାର ଲାଇଟ ଖୁଣ୍ଟକୁ ବାଇକ ପିଟି ହୋଇ ଯାଇଥିଲେ। ଏହାପରେ ସ୍ଥାନୀୟ ଲୋକ ତୁରନ୍ତ ଆହାତ ମାନଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ଦାଦା ଜିତେନ୍ଦ୍ର ନାୟକଙ୍କୁ ମୃତ‌ ଘୋଷଣା କରିଥିବା ବେଳେ ଇପ୍ସିତା ନାୟକଙ୍କ ଅବସ୍ଥା ଗୁରୁତର ରହିଥିବାରୁ ତାଙ୍କୁ ବ୍ରହ୍ମପୁର ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ଅନ୍ୟ ଝିଆରୀ ଇତିଶ୍ରୀ ପ୍ରାଥମିକ ଚିକିତ୍ସା ପରେ ଘରକୁ ଫେରିଥିବା ଜଣାପଡିଛି। ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହ ଏକ ମାମଲା ରୁଜୁ କରି ମୃତଦେହ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିବା ଥାନା ଅଧିକାରୀ ଜୀବନାନନ୍ଦ ଜେନା ସୂଚନା ଦେଇଛନ୍ତି।

ରିପୋର୍ଟ -ଜେ କେ ପଟ୍ଟନାୟକ

Leave A Reply

Your email address will not be published.