ଆଜି ଭଞ୍ଜନଗର ଠାକୁରାଣୀ ଯାତ୍ରାର ଅନ୍ତିମ ଦିବସ ।

0 0

ଭଞ୍ଜନଗର, ୨୦/୦୫(ପିପିଟି):ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଠାରେ ଦୀର୍ଘ ୨୫ଦିନ ଧରି ଚାଲିଥିବା ଐତିହାସିକ ଠାକୁରାଣୀ ଯାତ୍ରା ଆଜି ଶେଷ ହେବାକୁ ଯାଉଛି।ମଙ୍ଗଳବାର ସନ୍ଧ୍ୟା ଆଳତୀରେ ଯାତ୍ରା କମିଟି ଉପଦେଷ୍ଟା ତଥା ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ, ଉପଜିଲ୍ଲାପାଳ ତଥା ଯାତ୍ରା ମୁଖ୍ୟ ଉମାଶଙ୍କର ବେହେରା, ଯାତ୍ରା କମିଟି ସଭାପତି ରାଜେନ୍ଦ୍ର ବିଷୋୟୀ, ସଂଗଠନ ସମ୍ପାଦକ ତ‌ଥା ପୌରାଧ୍ୟକ୍ଷ ଗୋପବନ୍ଧୁ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ। ଏହାପରେ ମା ‘ ବ୍ୟାଘ୍ରଦେବୀ ଅସ୍ଥାୟୀ ମଣ୍ଡପରୁ ବାହାରି ସିଂହବାହିନୀ ବେଶରେ ନଗର ଭ୍ରମଣ କରିଥିଲ।ଭଞ୍ଜନଗର ଥାନା ନିକଟରେ ଥାନାଧିକାରୀ ଜୀବନାନନ୍ଦ ଜେନା ଦେବୀଙ୍କ ପୂଜାର୍ଚ୍ଚନା କରିଥିଲେ।ସେଠାରୁ ଦେବୀ ତହସିଲ ଅଫିସ ପର୍ଯ୍ୟନ୍ତ ଯାଇ ପୁଣି ପଶ୍ଚିମ ମୁଖା ହୋଇ ପୂଜା ମଣ୍ଡପ ନିକଟରେ ପହଞ୍ଚିଥିଲେ। ସେଠାରେ ଦେବୀ ସିଂହ ପ୍ରତିକୃତି ଉପରେ ବସି ବୁଧବାର ଦିନ ତମାମ ଭକ୍ତଙ୍କୁ ଦର୍ଶନ ଦେଇଥିଲେ।ଏଥିସହ ଦିନରେ ବଡକୋଦଣ୍ଡାର ମହାଭାରତ, ମୁଜାଗଡ଼ର କଂସ ବଧ ଏବଂ ଜାମଳାଇର କୃଷ୍ଣ ଦଧୀମନ୍ଥନ ନାଟକ ପରିବେଷଣ ହୋଇଥିଲା। ବୁଧବାର ରାତିରେ ଦେବୀଙ୍କ ବାହୁଡା ଯାତ୍ରା ସମାପନ ହେବ।ଉଭୟ ଦେବୀଙ୍କର ବନ ବିଭାଗ ଡାକବଙ୍ଗଳା ନିକଟରେ ଭେଟ ଯାତ୍ରା ହେବା ପରେ ମା ‘ ବ୍ୟାଘ୍ରଦେବୀଙ୍କୁ ଶୋଭାଯାତ୍ରାରେ କୁଲାଡ଼ସ୍ଥିତ ସ୍ଥାୟୀ ମନ୍ଦିରକୁ ନିଆଯିବ। ସେହିଭଳି ମା’ ଠାକୁରାଣୀ ପଛକୁ ଫେରି ସ୍ଥାୟୀ ମନ୍ଦିରକୁ ଫେରିବେ। ପୁଣି ଆସନ୍ତା ଯାତ୍ରା ସକାଶେ ୩ ବର୍ଷକୁ ଅପେକ୍ଷା।ଧୁମଧାମରେ ଯାତ୍ରା ଚାଲିଥିବା ବେଳେ ଆଜି ଶେଷଦିନରେ ମା’ ଙ୍କୁ ବିଦାୟ ଦେବାକୁ ନେଇ ଭକ୍ତଙ୍କ ମନରେ ବିଷାଦ ସ୍ପଷ୍ଟ ବାରି ହେଉଛି।

ରିପୋର୍ଟ -(ଜେ.କେ ପଟ୍ଟନାୟକ)

Leave A Reply

Your email address will not be published.