ଏସ ଏଚ ଏସ ଏସ ଚିରିକିପଡାଶାସନ ଛାତ୍ରୀ ଅନ୍ୱେଷା ମିଶ୍ର ବ୍ଲକ ଟପର।

0 49

ପୋଲସରା,୨୦/୦୫(ପିପିଟି) :- ଚଳିତ ୨୦୨୬ ଯୁକ୍ତ-୨ ଦ୍ୱିତୀୟ ବର୍ଷ ବାର୍ଷିକ ପରୀକ୍ଷାରେ ଗଞ୍ଜାମ ଜିଲ୍ଲା, ପୋଲସରା ବ୍ଲକ, ଚିରିକିପଡ଼ା ଗ୍ରାମ ପଞ୍ଚାୟତ ସ୍ଥିତ ଶଶିକଳା ଉଚ୍ଚ ମାଧ୍ୟମିକ ମହାବିଦ୍ୟାଳୟର ବିଜ୍ଞାନ ବିଭାଗର ଛାତ୍ରୀ ଅନ୍ୱେଷା ମିଶ୍ର ଟପର ହୋଇଛନ୍ତି । ସେ ସର୍ବମୋଟ ୬୦୦ ମାର୍କରୁ ୫୫୧ ନଂ ଶତକଡ଼ା ୯୧.୯୯% ମାର୍କ ରଖି ସମଗ୍ର ପୋଲସରା ବ୍ଲକରେ ଟପର ହୋଇଛନ୍ତି । ତାଙ୍କର ପିତାଙ୍କ ନାମ ଗିରିଜା ଶଙ୍କର ମିଶ୍ର ଏବଂ ମାତାଙ୍କ ନାମ ଶ୍ରୀମତୀ ଅମିତା ମିଶ୍ର ପୋଲସରା ୧୯ ନଂ ୱାର୍ଡ ଦାଶରଥିନଗରର ବାସିନ୍ଦା ଅଟନ୍ତି। ସେହିପରି ଏହି ଅନୁଷ୍ଠାନର ଅନ୍ୟ ଜଣେ ବିଜ୍ଞାନ ବିଭାଗର ଛାତ୍ର ରିତେଶ ପ୍ରଧାନ ମଧ୍ୟ ୫୪୨ ନଂ ଶତକଡ଼ା ୯୦.୩ ପ୍ରତିଶତ ମାର୍କ ରଖି ପ୍ରଥମ ସ୍ଥାନ ଅଧିକାର କରିଛନ୍ତି । ଛାତ୍ରଙ୍କ ପିତାଙ୍କ ନାମ ସନ୍ୟାସୀ ପ୍ରଧାନ ଏବଂ ମାତାଙ୍କ ନାମ ଶ୍ରୀମତୀ ନିର୍ଲଭା ପ୍ରଧାନ ଉକ୍ତ ଚିରିକିପଡ଼ା ଶାସନ ଗ୍ରାମର ବାସିନ୍ଦା ଅଟନ୍ତି । ଉଭୟ ମେଧା ଛାତ୍ରଛାତ୍ରୀଙ୍କ ଏଭଳି ସଫଳତାରେ ଉକ୍ତ ଅନୁଷ୍ଠାନର ପ୍ରିନ୍ସିପାଲ୍ ଇନ୍ଦ୍ରଜିତ୍ ବିଷୋୟୀଙ୍କ ସମେତ କମିଟିର ଅନ୍ୟ ସମସ୍ତ କର୍ମକର୍ତ୍ତା, ଅଧ୍ୟାପକ/ଅଧ୍ୟାପିକା ଆନନ୍ଦ ପ୍ରକାଶ କରିବା ସହିତ ଉଭୟ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଉଜ୍ଜଳ କାମନା କରିଛନ୍ତି।

ରିପୋର୍ଟ: ସନ୍ତୋଷ କୁମାର ପଣ୍ଡା

Leave A Reply

Your email address will not be published.