ତମନପାଲ୍ଲୀରେ ମହିଳା ଫୁଟବଲ ଟୁର୍ଣ୍ଣାମେଣ୍ଟ ।

0 0

ମାଲକାନଗିରି,୨୫/୧୦(ପିପିଟି): ମାଲକାନଗିରି ଜିଲ୍ଲା ଟିଗଲ୍ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ତମନପାଲ୍ଲୀ ଠାରେ ଗ୍ରାମୀଣ ମହିଳା ଫୁଟବଲ ପ୍ରତିଯୋଗିତାର ଶୁଭାରମ୍ଭ ହୋଇଛି। ସ୍ଵାଧୀନତା ସଂଗ୍ରାମୀ ଶହୀଦ ସୁନାମ ତମା ଦୋରାଙ୍କ ସ୍ମୃତିରେ ଆୟୋଜିତ ଏହି ଗ୍ରାମୀଣ ମହିଳା ଫୁଟବଲ ଟୁର୍ଣ୍ଣାମେଣ୍ଟକୁ ମୁଖ୍ୟ ଅତିଥି ଭାବେ ମାଲକାନଗିରି ଜିଲ୍ଲା ବିଜେଡି ସଭାପତି ତଥା ପୂର୍ବତନ ବିଧାୟକ ମାନସ ମାଡକାମୀ ଉଦଘାଟନ କରିଥିଲେ । ସର୍ବ ପ୍ରଥମେ ମୁଖ୍ୟ ଅତିଥି ଶହୀଦ ସୁନାମ ତମା ଦୋରା ଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଜଣାଇବା ପରେ ଟୁର୍ଣ୍ଣାମେଣ୍ଟର ଶୁଭାରମ୍ଭ ଘୋଷଣା କରିଥିଲେ। ପରେ ଖେଳାଳୀମାନଙ୍କୁ ଭେଟି ସେମାନଙ୍କୁ ଉତ୍ସାହିତ କରିଥିଲେ।

ଏମପିଭି-୪୫ ଗୋପାଳ ୱାରିଅର ମହିଳା ଦଳ ଏବଂ ମା’ ମୁତ୍ଯାଲମ୍ମା ମାଲାଭରମ ମହିଳା ଦଳ ମଧ୍ୟରେ ରୋମାଞ୍ଚକର ମୁକାବିଲା ଦେଖିବାକୁ ମିଳିଥିଲା। ଶେଷ ପର୍ଯ୍ୟନ୍ତ ସଂଘର୍ଷପୂର୍ଣ୍ଣ ରହିଥିବା ଏହି ମ୍ୟାଚରେ ଗୋପାଳ ୱାରିଅର ଦଳ ୨-୦ ଗୋଲରେ ବିଜୟୀ ହୋଇଥିଲା। ଖେଳ ପଡିଆରେ ପ୍ରାୟ ୫ ହଜାରରୁ ଅଧିକ ଫୁଟବଲ ପ୍ରେମୀଙ୍କ ଭିଡ ଜମିଥିଲା । ମହିଳା ଖେଳାଳୀମାନଙ୍କୁ ଦର୍ଶକମାନେ କରତାଳି ଦେଇ ଉତ୍ସାହିତ କରିଥିଲେ। ଏହି କାର୍ଯ୍ୟକ୍ରମରେ ବିଜେଡି ବରିଷ୍ଠ ନେତା କାମରାଜ କବାସୀ, ଜିଲ୍ଲା ସଂଖ୍ୟାଲଘୁ ସେଲ୍ ସଭାପତି ରାଜେନ୍ଦ୍ର ଖସଲା, ଜିଲ୍ଲା ସମ୍ପାଦକ ସଦାନନ୍ଦ ଖରା, ଯୁବ ନେତା ସଚିନ୍ଦ୍ର ସୁନା ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ।

(ରିପୋର୍ଟ: ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ)

Leave A Reply

Your email address will not be published.