ସୁବର୍ଣ୍ଣପୁର ,୦୩/୦୨(ପିପିଟି):ସ୍ଥାନୀୟ ହୋଟେଲ ମୁନ ଠାରେ ସୋନପୁର ରମଧୁନ କ୍ଲବ୍ ପକ୍ଷ ରୁ ୧୬ତମ ସର୍ବଭାରତୀୟ ରାମଧୁନ କପ ଫୁଟବଲ ଟୁର୍ନାମେଣ୍ଟ ପାଇଁ ଏକ ଫ୍ରାଞ୍ଚାଇଜ୍ ମିଟ ଅନୁଷ୍ଟିତ ହୋଇଯାଇଅଛି । ଆଠ ଗୋଟି ଫ୍ରାଞ୍ଚାଇଜ ମାନଙ୍କୁ ନେ଼ଇ ଅନୁଷ୍ଟିତ ଏଇ ମିଟ୍ ର ସଭା ମଂଚ ରେ କ୍ଳବ ଉପଦେଷ୍ଟା କଇରୁ ସ୍ବାଇଁ, କ୍ରୀଡ଼ା ସଂଘ ଉପଦେଷ୍ଟା ଚିତ୍ତ ରଞ୍ଜନ ତରlସିଆ, କ୍କବ ସଦସ୍ୟ କମଳା ସାହୂ , ରାଜୀବ ସାହୂ, ପୀୟୂଷ ପଣ୍ଡା ପ୍ରମୁଖ ଉପସ୍ଥିତ ରହି ଫୁଟବଲ ଟୁର୍ନାମେଣ୍ଟ ଉପରେ ସବିଶେଷ ବିବରଣୀ ଦେଇଥିଲେ । ରାମଧୁନ କ୍ଲବ ର ସଦସ୍ୟ ବିକାଶ ପଣ୍ଡା ସ୍ୱାଗତ ଭାଷଣ ପ୍ରଦାନ କରିଥବା ବେଳେ ସଭାପରିଚାଳନା କରିଥିଲେ । ସମସ୍ତ ପ୍ରାୟୋଜକ ଙ୍କୁ ଆଜି ଏଠାରେ ସମ୍ବର୍ଧିତ କରାଯାଇଥିବା ବେଳେ ଆଠ ଗୋଟି ଟିମ୍ କୁ ନେଇ ଏମାନଙ୍କ ମଧ୍ୟରେ ଲଟେରୀ ଉଠାଣ ସହିତ ଜର୍ସି ଉନ୍ମୋଚନ କରଯାଇଥିଲା । ଆଠ ଗୋଟି ଫ୍ରାଞ୍ଚାଇଜ ମଧ୍ୟରେ ଚନ୍ଦ୍ରମା ମୋଟର୍ସ, ହୋତା ମୋଟର୍ସ, ସଂସ୍କାର ଏଗ୍ରୋ, ମହାନଦୀ ଧାରା, ବଗଲା ଜ୍ୱଲେର୍ସ, ଶରଧା ଟେକ୍ନୋଲୋଜି, ଆଦିତି +2 କଲେଜ ଏବଂ ନାଇସେଟ କମ୍ପୁଟର ପ୍ରମୁଖ ବିଭିନ୍ନ ଫୁଟବଲ ଦଳ କୁ ଚୟନ କରିଥିଲେ ।
ରିପୋର୍ଟ -ଶାନ୍ତନୁ କୁମାର କର୍ଣ୍ଣ