ଆମେ ବହୁତ ଚଳଚ୍ଚିତ୍ରରେ ଦେଖୁ ହିରୋଗିରି । କୌଣସି ହିରୋଇନ୍ କୁ କେହି ଅସଦାଚରଣ କଲେ, ହଠାତ୍ ହିରୋ ପ୍ରବେଶ କରେ ଏବଂ ସେହି ଖଳନାୟକକୁ ବହେ ପିଟେ। ତାପରେ ହିରୋଇନ୍ ସହିତ ପ୍ରେମ ଆରମ୍ଭ ହୁଏ।
ଚଳଚ୍ଚିତ୍ର ସଂପୂର୍ଣ୍ଣ କାଳ୍ପନିକ। ଏଥି ପାଇଁ ଷ୍ଟୋରି ଲେଖା ଯାଇଥାଏ। ସଂଳାପ ଲେଖା ଯାଏ।
ବର୍ତ୍ତମାନ ଆମ ଓଡ଼ିଶାରେ ହିରୋଗିରି ଆରମ୍ଭ ହେଲାଣି। ଗୋଟେ ଝିଅ ମିଛରେ ଯଦି ଗୋଟେ ପୁଅ ନାଁ ରେ ଅସଦାଚରଣ
କରୁଛି ବୋଲି କହିଲା। ଲୋକମାନେ ସେଠାରେ ରୁଣ୍ଡ ହୋଇ ପୁଅ ଟି ମାଡ ମାରନ୍ତି। ତା’ ଗୁହାରୀ କେହି ଶୁଣନ୍ତି ନାହିଁ। ସଂଘବଦ୍ଧ ଆକ୍ରମଣରେ ପୁଅଟି ମୃତ୍ୟୁ ବରଣ କରେ । ଏଠାରେ ପ୍ରଶ୍ନ ଉଠୁଛି, ପୁରୁଷମାନେ ହିଁ ପୁରୁଷର ଶତ୍ରୁ।
ଆଜି ଆମେ ଗଣତନ୍ତ୍ର ରାଷ୍ଟ୍ରରେ ଜୀବନ ଜୀବିକା ନେଇ ନିର୍ବାହ କରୁଛେ। ସମ୍ବିଧାନରେ ୬ ଗୋଟି ମୌଳିକ ଅଧିକାର ପାଇଛୁ। ତନ୍ମଧ୍ୟରୁ ରାଇଟ୍ ଟୁ ଲାଇଫ୍ । କିନ୍ତୁ ଓଡ଼ିଶାରେ ଦିନକୁ ଦିନ ଯେପରି ହତ୍ୟା ଅପରାଧ ଘଟୁଛି, ରାଇଟର କୁ ଲାଇଫ୍ ର କିଛି
ଅର୍ଥ ନାହିଁ। ମଣିଷ ଆଜି ବିଚାର ଶକ୍ତି ହରାଇଛି। ମାନବିକତା ନାହିଁ। ଦୟା,କ୍ଷମା, କରୁଣା ନାହିଁ। ପଶୁ ପରି ହିଂସ୍ର ସୋଇ ଯାଇଛି।
ବର୍ତ୍ତମାନ ଯାହା ଘରେ ଭେଣ୍ଡା ପୁଅ ଅଛି, ତା ବାପା ମା’କୁ ମାନସିକ ଉଦବେଗ ସୃଷ୍ଟି ହେଉଥିବ। ବାହାରକୁ ଯଦି ଭେଣ୍ଡିଆ ପୁଅ ଗଲା ସୁରକ୍ଷିତ ଭାବେ ଘରକୁ ଫେରିବ କି ନାହିଁ ବୋଲି ମନରେ ହଜାରେ ପ୍ରଶ୍ନ ଉଙ୍କି ମାରୁଥିବ। କାରଣ ଝିଅମାନେ ଯେପରି ମିଥ୍ୟା ଆରୋପ ଲଗାଉଛନ୍ତି, କେତେବେଳେ ନିଜ ପୁଅ ଟି ଷଡ଼ଯନ୍ତ୍ର ର ଶିକାର ହେବ ନିତ?
ଆଜି ଯଦି ମହା ଭାରତ ଓ ରାମାୟଣ ପଢ଼ିବା ଏହାର ମୂଳରେ ନାରୀ ହଁ ଖଳ ନାୟିକା। ଏଣୁ ନାରୀ ମାୟା ନାରାୟଣଙ୍କୁ ଅଗୋଚର ବୋଲି କୁହାଯାଇଛି ।
ଝିଅ ମାନେ ପାଠ ପଢି ଶିକ୍ଷିତା ହେଲେଣି। ଘରୁ ବାହାରେ ସ୍ବାଧୀନ ଭାବେ ବୁଲିଲେଣି। ଅଧିକାଂଶ ଝିଅ ଟୋକା ଫସାଇବାର ନିପୁଣ। ମିଛି ମିଛିକା ପ୍ରେମ କରି ଟୋକାକୁ ଆର୍ଥିକ ଶୋଷଣ କରନ୍ତି। ସେ ଟୋକା ର ଅର୍ଥ ସରି ଗଲେ ଅନ୍ୟକୁ ଫସାନ୍ତି। ପୁରାଣ ପ୍ରେମିକ ଯଦି ପ୍ରେମ ପାଇଁ ଚେଷ୍ଟା କରେ ତେବେ ଥାନରେ ମିଛରେ କେଶ ଠୁକନ୍ତି। ନତୁବା ଖାଫ ପଞ୍ଚାୟତ ଦ୍ବାରା ଦଣ୍ଡ ବିଧାନ କରନ୍ତି। ଏଣୁ ଭେଣ୍ଡିଆ ପୁଅ ପାଇଁ
ଆଜି କାଲି ସମୟ ଭଲ ନାହିଁ। ଓଡ଼ିଶାରେ ଆଇନ୍ କାନୁନ୍ କୁ କିଏ ମାନୁ ନାହାଁନ୍ତି।ନିଜକୁ ନିଜେ ବିଚାରପତି ବୋଲି ଭାବୁଛି। ପୋଲିସ ମଧ୍ୟ ନିଷ୍କ୍ରିୟ। ରାଜନୈତିକ ବ୍ଯକ୍ତି ବିଶେଷଙ୍କ ବୋଲକରା ହୋଇ କାମ କରୁଛି। ଏ କଥା ସତ୍ୟ ଯେ ନବୀନ ପଟ୍ଟନାୟକଙ୍କ ଶାସନ ସମୟରେ ଆଇନ୍ କାନୁନ୍ ଏତେ ବିପର୍ଯ୍ୟସ୍ତ ନଥିଲା। କିନ୍ତୁ ମୋହନ ସରକାର ଶାସନ ଗାଦିରେ ବସିଲା ପରେ ଆଇନ୍ କାନୁନ୍ ସଂପୂଣ୍ଣ ଢିଲା। ପୋଲିସ ସାଧାରଣ ଜନତାଙ୍କ ଟିକସ ରେ ଦରମା ପାଉଛି, ମାତ୍ର ଜନତାଙ୍କ ଧନ ଜୀବନ ପ୍ରତି ସୁରକ୍ଷା ନାହିଁ। ଏଣୁ ପୋଲିସ ଉପରେ ଆସ୍ଥା ବିଶ୍ବାସ ଭରସା ତୁଟି ଗଲାଣି। ଆଜି ବାଲିଅନ୍ତା ଘଟଣା ଟି ଓଡ଼ିଆ ରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ଗୋଟିଏ ଝିଅ ର ଅଭିଯୋଗ ପରେ ୫୦ ଊର୍ଦ୍ଧ୍ବ ଲୋକ ସଂଘବଦ୍ଧ ଭାବେ ଗୋଟି କନେଷ୍ଟବଳ କୁ ପିଟି ପିଟି ମାରିଦେଲେ। ଏଠାରେ ଗୋଟିଏ ଝିଅ
ର ପ୍ରରୋଚନାରେ ପଡି ହିରୋଗିରି କରିବାକୁ ସଭିଏଁ ବାହାରି ପଡିଲେ । ପୋଲିସ ଉପସ୍ଥିତିରେ ସୋମ୍ଯକୁ ପିଟି ପିଟି ହତ୍ୟା କଲେ।ପ୍ରଶ୍ନ ଉଠୁଛି ଯଦି ସେଠାରେ ଦୁଇ ଚାରି ଜଣ ପୋଲିସ ଥିଲ, ଭିଡକୁ ନିୟନ୍ତ୍ରଣ କରି ପାରିଲ ନାହିଁ, ତେବେ ଥାନାକୁ ଖବର ଦେଇ ଅଧିକ କନେଷ୍ଟବଳ ମଗାଇ ପାରିଥାନ୍ତ। ମାତ୍ର ପୋଲିସ ଏଠାରେ ସ୍ଥାଣୁ। ପୋଲିସ ର ଅବହେଳା ପାଇଁ ଗୋଟିଏ ମୂଲ୍ୟବାନ ଜୀବନ ଚାଲି ଗଲା। ପୁଣି ହାତ ଗୋଡ଼ ବାନ୍ଧି ଠେଙ୍ଗାରେ ପୁରାଇ ଡାଲା ଗାଡ଼ିରେ ନେଲେ। ମେଡ଼ିକାଲ ନେବାକୁ ଆମ୍ବୁଲାନ୍ସ ମଧ୍ୟ ଡକା ଗଲାଣି। ଏ ଘଟଣା ଏତେ ବର୍ବରତା ଯେ ବର୍ଣ୍ଣନା କରିବା ଅସମ୍ଭବ।ଯେଉଁମାନେ ହିରୋଗିରି କରିଥିଲେ , ପଶୁ କୁ ବାଡେଇବା ପରି ପ୍ରହାର କରୁଥିଲେ, ପୋଲିସ ର ଗିରଫଦାରୀ ପରେ ସେ ଗାଁ ପୁରୁଷ ଶୂନ୍ୟ। ଏବେ କାପୁରୁଷ ପରି ଲୁଚି ବୁଲୁଛନ୍ତି। ଯେଉଁ ଝିଅ ଏ ନାଟର ଗୋବର୍ଦ୍ଧନ,ସେ ତୁମର ପିଠିରେ ପଡ଼ିଲା କି ? ଏଣୁ ହିରୋଗିରି କରି ଅନ୍ୟର ଜୀବନ ନେବା, ଆଇନକୁ ହାତକୁ ନେବା ମୁର୍ଖାମିର ପରିଚୟ। ଦେଶ ସମ୍ବିଧାନ ଓ ଆଇନ କାନୁନ ରେ ଚାଲିଛି। ସାମନ୍ତବାଦୀ ମାନସିକତା ପରିତ୍ୟାଗ କରିବା ଉଚିତ। ଆଇନ୍ କାନୁନ୍ କୁ ସମ୍ମାନ ଦେବା ପ୍ରତ୍ୟେକ ନାଗରିକଙ୍କ କର୍ତ୍ତବ୍ୟ। ଯଦି ସୋମ୍ୟରଞ୍ଜନ କିଛି ଭୁଲ କରିଥିଲା, ତାକୁ ଥାନାରେ ଦେବା କଥା। ଏଥି ପାଇଁ କୋର୍ଟ କଚେରୀ ଅଛି। ମିଳିତ ଭାବେ ହିଂସା କାଣ୍ଡ ଘଟେଇ କାହାକୁ ହତ୍ୟା କରିବା ଅମାନବୀୟ ଘଟଣା। ତେଣୁ ଯେଉଁ ମାନେ ଏଭଳି ସଂଘ ବଦ୍ଧ ଆକ୍ରମଣ କରୁଛନ୍ତି, ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଉଚିତ୍। ନତୁବା ଅପରାଧ ଓଡ଼ିଶା ରେ ବଢି ଚାଲିବ। ପୋଲିସ ବଦନାମ ହେବ ସହିତ ମୋହନ ସରକାରଙ୍କ ଉପରେ ଅଙ୍ଗୁଳି ନିର୍ଦ୍ଦେଶ ହେବ। ଓଡ଼ିଶା ଶାନ୍ତି ପ୍ରିୟ ରାଜ୍ୟ ଥିଲା। ବର୍ତ୍ତମାନ ଓଡ଼ିଶା ବିହାର, ଉତ୍ତର ପ୍ରଦେଶ ଭଳି ହିଂସା ପ୍ରବଣ ରାଜ୍ୟ ଭାବେ ଭାରତରେ ଅଳଙ୍କାର ଟୀକା ବହନ କଲାଣି। ଏ ହେଉଛି ଜଗନ୍ନାଥ ମାଟି। ଏଠାରେ ଦୟା କ୍ଷମା ଶାନ୍ତି ମୈତ୍ରୀ ପ୍ରଗତି କୁ ବିଶ୍ବାସ କରେ। ହିଂସା କି ଅପରାଧ କୁକେବେ ପ୍ରସୟ ଦିଏ ନାହିଁ।
(ଆଲେଖ୍ୟ: କେଶବ ଚନ୍ଦ୍ର ନାୟକ, ଏମ୍.ଏ ସମାଜ ବିଜ୍ଞାନ)
(ସଭାପତି, ଉତ୍କଳ ସାହିତ୍ୟ ସଂସଦ, ମାଲକାନଗିରି)