ସ୍ୱତନ୍ତ୍ର ସଘନ ସଂଶୋଧନ -୨୦୨୬ ସମ୍ପର୍କିତ ଜନ ସଚେତନତା ରଥରେ ଶୁଭାରମ୍ଭ ।

0 0

ସୁବର୍ଣ୍ଣପୁର ,୦୨/୦୬(ପିପିଟି ): ସ୍ବତନ୍ତ୍ର ସଂଘର ସଂଶୋଧନ -୨୦୨୬ ସମ୍ପର୍କିତ ଜନସଚେତନତା କାର୍ଯ୍ୟକ୍ରମକୁ ଅଧିକ ବ୍ୟାପକ ଓ ପ୍ରଭାବଶାଳୀ କରିବା ଉଦ୍ଦେଶ୍ୟରେ ଆଜି ସୁବର୍ଣ୍ଣପୁର ଜିଲ୍ଲାରେ ଏକ ସଚେତନତା ରଥର ଶୁଭାରମ୍ଭ କରାଯାଇଛି।
ଏହି ଅବସରରେ ସୁବର୍ଣ୍ଣପୁରର ଜିଲ୍ଲାପାଳ ଡ. ନୂପୁରାଜ ସାହୁ, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ବ) ରାଜେନ୍ଦ୍ର ମାଝୀ ଓ ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ଅଞ୍ଜଲିନା ପ୍ରଧାନ ଉପସ୍ଥିତ ରହି ସବୁଜ ପତାକା ଦେଖାଇ ସଚେତନତା ରଥର ଶୁଭାରମ୍ଭ କରିଥିଲେ । ସ୍ୱତନ୍ତ୍ର ସଘନ ସଂଶୋଧନ-୨୦୨୬ କାର୍ଯ୍ୟକ୍ରମ ଅନ୍ତର୍ଗତ ମତଦାତା ତାଲିକାର ସଠିକତ ସୁନିଶ୍ଚିତ କରିବା ପାଇଁ ଜନସାଧାରଣଙ୍କ ସକ୍ରିୟ ଅଂଶଗ୍ରହଣ ଅତ୍ୟନ୍ତ ଆବଶ୍ୟକ। ଏହି ଲକ୍ଷ୍ୟକୁ ସାମ୍ନାରେ ରଖି ଶୁଭାରମ୍ଭ ହୋଇଥିବା ସଚେତନତା ରଥ ଜିଲ୍ଲାର ବିଭିନ୍ନ ବ୍ଲକ ଓ ଗ୍ରାମାଞ୍ଚଳ ପରିଭ୍ରମଣ କରି ମତଦାତା ତାଲିକା ସଂଶୋଧନ ସମ୍ପର୍କିତ ସୂଚନା ପ୍ରଦାନ କରିବ।ଏହା ମାଧ୍ୟମରେ ମତଦାତା ତାଲିକା ସଂଶୋଧନ କାର୍ଯ୍ୟରେ ସକ୍ରିୟ ସହଯୋଗ ପାଇଁ ଲୋକଙ୍କୁ ଆହ୍ୱାନ କରାଯିବ।ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ନାଗରିକଙ୍କୁ ସ୍ୱତନ୍ତ୍ର ସଘନ ସଂଶୋଧନ-୨୦୨୬ କାର୍ଯ୍ୟକ୍ରମରେ ସହଯୋଗ କରି ଏକ ନିର୍ଭୁଲ ମତଦାତା ତାଲିକା ପ୍ରସ୍ତୁତିରେ ନିଜର ସକ୍ରିୟ ଭୂମିକା ନିର୍ବାହ କରିବାକୁ ଅନୁରୋଧ କରାଯାଇଛି ।

ରିପୋର୍ଟ -ଶାନ୍ତନୁ କୁମାର କର୍ଣ୍ଣ

Leave A Reply

Your email address will not be published.