ସାମାନ୍ୟ ବଚସାରୁ ସାଙ୍ଗକୁ ଛୁରାମାଡ଼: ଜଣେ ମୃତ, ଅନ୍ୟଜଣ ଗୁରୁତର ।

0 0

ତାଳଚେର,୩୧/୦୮: ସାଙ୍ଗ ସାଙ୍ଗ ମଧ୍ୟରେ ବଚସା ପରେ ଛୁରାମାଡ଼। ଅନୁଗୋଳ ଜିଲ୍ଲା ତାଳଚେରର ଗଣେଶ ବିହାର ଅଞ୍ଚଳରେ ଥିବା ଏକ ଭଡ଼ା ଘରେ ଦୁଇ ସାଙ୍ଗଙ୍କ ମଧ୍ୟରେ ଛୁରାଭୁଷା ହୋଇଥିବା ଜଣାପଡ଼ିଛି। ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଅନ୍ୟଜଣ ଗୁରୁତର ଅଛନ୍ତି।

ମୃତକ ହେମନ୍ତ ମହାରଣା ଓ ଗୁରୁତର କାହ୍ନୁଚରଣ ଜେନା ବୋଲି ଜଣାପଡ଼ିଛି। ଉଭୟ ରେଳ ବିଭାଗର ଲୋକୋ ପାଇଲଟ୍ ଭାବେ କାର୍ଯ୍ୟରତ ଥିବା ସୂଚନା ମିଳିଛି।

ବିଳମ୍ବିତ ରାତିରେ କୌଣସି କାରଣକୁ ନେଇ ଉଭୟଙ୍କ ମଧ୍ୟରେ ବଚସା ହେବା ପରେ ଛୁରାଭୁଷା ହୋଇଥିବା ପ୍ରାଥମିକ ଭାବେ ଅନୁମାନ କରାଯାଉଛି। ଘରର କବାଟ ଭାଙ୍ଗି ରକ୍ତାକ୍ତ ଅବସ୍ଥାରେ ଗୁରୁତର କାହ୍ନୁଚରଣଙ୍କୁ ଉଦ୍ଧାର କରି ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ଖବର ପାଇ କୋଲିୟାରୀ ଥାନା ପୋଲିସ ଓ ଏସଡିପିଓ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।

Leave A Reply

Your email address will not be published.