କୋଦଳା,୩୦/୦୪(ପିପିଟି):ଗୁରୁବାର ଦିବା ୧୧ ଘଣ୍ଟ ସମୟରେ ଲକ୍ଷ୍ମୀନାରାୟଣ ସ୍ନାତକ ମହାବିଦ୍ୟାଳୟ ରେ ତୃତୀୟ ସହାୟକ ବି. ପୁରୁଷୋତ୍ତମ ଦୋରା ଙ୍କ ଅବସର କାଳୀନ ସଭା ର ଆୟୋଜନ କରାଯାଇଥିଲା ୲ ଏଥିରେ ମହାବିଦ୍ୟାଳୟର ଅଧ୍ୟକ୍ଷ ରଘୁନାଥ ମୁଦୁଲି ଅଧ୍ୟକ୍ଷତା କରିଥିଲେ ୲ ଅଧ୍ୟାପକ ବିନୋଦ କୁମାର ମିଶ୍ର,ସାଗର ଚନ୍ଦ୍ର ପାତ୍ର,ପ୍ରଦୀପ କୁମାର ପଣ୍ଡା,ସପନ କୁମାର ଦାଶ, ଲିପୁନ୍ କୁମାର ମାଝୀ ଅଧ୍ୟାପିକା ରଂଜୁବାଳା ନନ୍ଦ,ଗୃହଲକ୍ଷ୍ମୀ ସାହୁ, ତପସ୍ଵିନୀ କରଣ, ପ୍ରିୟଦର୍ଶିନୀ ସାହୁ , ମଣି ଚରଣ ଶତପଥୀ ପ୍ରମୁଖ ପୁରୁଷୋତ୍ତମ ଦୋରାଙ୍କ ସହ ବିତାଇଥିବା ମୁହୂର୍ତ୍ତ ଗୁଡିକ ର ସ୍ମୃତି ଚାରଣ କରିଥିଲେ ୲ ଅଧ୍ୟକ୍ଷ ଙ୍କ ଦ୍ଵାରା ମାନପତ୍ର ପ୍ରଦାନ ସହ ଅବସର କାଳୀନ ଉପହାର ପ୍ରଦାନ କରାଯାଇଥିଲା ୲ଅଧ୍ୟାପକ ସପନ କୁମାର ଦାଶ ନିଜ ଅନୁଭୂତିକୁ ନେଇ ଏକ ସ୍ଵରଚିତ କବିତା ପାଠ କରି ଉପସ୍ଥିତ ସମସ୍ତ କର୍ମଚାରୀ ଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ୲ ସମସ୍ତ କର୍ମଚାରୀ ଙ୍କ ସହଯୋଗରେ ଅବସର କାଳୀନ ସଭା ସଫଳ ରୂପାୟନ ହୋଇପାରିଥିଲା ୲
ରିପୋର୍ଟ ସୂର୍ଯ୍ୟ ନାରାୟଣ ବଡୁ