ଜଙ୍ଗଲ ମଧ୍ୟରେ ଗଛିତ ଥିବା ୩୫୪୮ କେଜି ବେଆଇନ ଗଞ୍ଜେଇ ଜବତ ।

0 216

ବାଲିଗୁଡା, ୩୦/୦୪: (ପିପିଟି): କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ପୋଲିସ କୁ ମିଳିଛି ଏକ ବଡ଼ ସଫଳତା । ଏସପି ହରିଶ୍ ବିଶିଙ୍କ ନିର୍ଦ୍ଦେଶ କ୍ରମେ ସମଗ୍ର ଜିଲ୍ଲାକୁ ଗଞ୍ଜେଇ ମୁକ୍ତ କରିବା ଲକ୍ଷ୍ୟ ନେଇ ବିଭିନ୍ନ ଥାନା ପକ୍ଷରୁ ବେଆଇନ ଗଞ୍ଜେଇ ଚାଷ ଓ ଚାଲାଣ ଉପରେ ଚଢ଼ଉ ଜାରି ରଖି ନଷ୍ଟ କରାଯାଉଛି । ଏ ନେଇ ପୋଲିସ ପକ୍ଷରୁ ବାଲିଗୁଡ଼ା ଥାନା ଅନ୍ତର୍ଗତ ଖମନଖୋଲ ନିକଟ କିଲୋକନା ଜଙ୍ଗଲ ଅଞ୍ଚଳରେ ପୁଲିସର ସ୍ବତନ୍ତ୍ର ଟିମ୍ ପାଟ୍ରୋଲିଂ କରୁଥିବା ସମୟରେ ଗଚ୍ଛିତ ଥିବା ୧୫୩୩ କେଜି ବେଆଇନ ଗଞ୍ଜେଇ ଜବତ କରି ଏକ ମାମଲା ରୁଜୁ କରାଯାଇଛି। ସେହିପରି ଅନ୍ୟ ଏକ ଘଟଣା ରେ ବାଲିଗୁଡା ପୋଲିସ ୨୦୧୫ କିଲୋ ବେଆଇନ ଗଞ୍ଜେଇ ଚାଲାଣ ପାଇଁ ରଖାଯାଇଥିବା ବେଳେ ଦଡକଙ୍ଗିଆ ଜଙ୍ଗଲ ରୁ ପୋଲିସ ଜବତ କରିଛି । କେହି ଗଞ୍ଜେଇ ମାଫିଆ ଏଭଳି ବେଆଇନ ଗଞ୍ଜେଇ ରଖି ବାହାର ରାଜ୍ୟକୁ ଚାଲାଣ କରିବା ପାଇଁ ଗଛିତ ରଖି ଥ‌ିବା ଅନୁମାନ କରାଯାଉଥିବା ବାଲିଗୁଡା ଏସଡିପିଓ ଶୁଭମ ଭୋସଲେ ସୂଚନା ଦେଇଛନ୍ତି ।

ରିପୋର୍ଟ -ସୁଶାନ୍ତ କୁମାର ପାଣିଗ୍ରାହୀ

Leave A Reply

Your email address will not be published.