ରାଜ୍ୟରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ଅବସ୍ଥାକୁ ସଜାଡି ଲାଗି ଡ଼ିଜି ଅଫିସ ଘେରାଉ।

0 5

କଟକ,୧୪/୦୫: ରାଜ୍ୟରେ ଡବଲ ଇଞ୍ଜିନ ସରକାର କ୍ଷମତାକୁ ଆସିଲା ପରେ ଅରାଜକତା ଲୋକେ ଦେଖୁଥିଲେ, କିନ୍ତୁ ଗତ କିଛି ଦିନ ମଧ୍ୟରେ ବର୍ବରତା ସମସ୍ତ ସୀମା ଟପି ଯାଇଛି । ଅପରାଧୀମାନେ ଆଇନକୁ ଭୃକ୍ଷେପ ନକରି ଖୁଲମଖୁଲା ଅପରାଧ କରିଚାଲିଛନ୍ତି, ସରକାର ହତବାକ୍। ଏହି ଘଟଣା କୁ କେନ୍ଦ୍ର କରି ଆଜି ଶତୂ ବିଜେଡି ନେତା ଓ କର୍ମୀ ଡ଼ିଜି ଅଫିସ ଘେରାଉ କରିଥିଲେ। ସୂଚନା ଅନୁସାରେ ଢେଙ୍କାନାଳ ଜିଲ୍ଲାର ଭାପୁର ଅଞ୍ଚଳରେ ଜଣେ ଦଳିତ ମହିଳାଙ୍କୁ ଦୁଷ୍କର୍ମ କରିବା ପରେ ପୀଡ଼ିତାଙ୍କ ମୁହଁକୁ ପଥରରେ ଛେଚି ବିଭତ୍ସ ଭାବେ ହତ୍ୟା ଉଦ୍ୟମ କରିଥିଲେ। ପୀଡ଼ିତା ବର୍ତ୍ତମାନ ଏସ୍‌ସିବି ମେଡ଼ିକାଲ କଲେଜ ଆଇସିୟୁରେ ଜୀବନ ମୃତ୍ୟୁ ସହ ସଂଘର୍ଷ କରୁଛନ୍ତି ଓ ଅଭିଯୁକ୍ତ ମାନଙ୍କୁ ପୋଲିସ୍ ଧରିବାରେ ବିଫଳ କାହିଁକି।ପୁରୀ ଜିଲ୍ଲା ବଳଙ୍ଗା ଠାରେ ଜଣେ ଯୁବତୀଙ୍କୁ ପେଟ୍ରୋଲ ଢାଳି ଜିଅନ୍ତା ପୋଡ଼ି ମାରିଦେବା, ବାଲିହରିଚଣ୍ଡୀ ଗଣଦୁଷ୍କର୍ମ ଓ ବ୍ରହ୍ମଗିରିରେ ୬ ବର୍ଷର ଶିଶୁ କନ୍ୟାକୁ ଦୁଷ୍କର୍ମ ଘଟଣା ଲୋକଙ୍କ ମନରୁ ଲିଭି ନଥିବା ବେଳେ କଣାସ ଥାନା ଗୋଲବଜାର ଅଞ୍ଚଳରେ ବାଲି ମାଫିଆଙ୍କ ଦୌରାତ୍ମ୍ୟ ସମସ୍ତ ସୀମା ଅତିକ୍ରମ କରିଛି । ଜଣେ ଯୁବକଙ୍କୁ ପନିକିରେ ହାଣିଲା ପରେ ଅମାନୁଷିକ ଭାବେ ତାଙ୍କ ବେକରେ ବୁଲେଟ ଚଢ଼ାଇ ହତ୍ୟା ଉଦ୍ୟମ କରିଥିଲେ। ଯୁବକ ଜଣକ ଗୋଟିଏ ଗୋଡ଼ ହରାଇ ଭୁବନେଶ୍ବର ଏମ୍ସରେ ମୃତ୍ୟୁ ସହ ସଂଘର୍ଷ କରୁଛନ୍ତି। ଗଞ୍ଜାମ ଜିଲ୍ଲାରେ ପୋଲିସ୍‌ର ସମ୍ପୂର୍ଣ୍ଣ ଅବହେଳା ଲାଗି ହିଞ୍ଜିଳିରେ ୩ ବର୍ଷର ଶିଶୁ କନ୍ୟା ସାମ୍ନାରେ ତାର ଗର୍ଭବତୀ ମାଆକୁ ଯେଭଳି ନୃଶଂସ ଭାବେ ହତ୍ୟା କରାଗଲା,ତାହା ଜନମାନସକୁ ଦୋହଲାଇ ଦେଇଛି । ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରରେ ଚର୍ଚ୍ଚିତ ଗୋପାଳପୁର ଗଣଦୁଷ୍କର୍ମ ଘଟଣା ଲୋକେ ଭୁଲିବା ପୂର୍ବରୁ ଏହି ନିର୍ମମ ହତ୍ୟାକାଣ୍ଡ ସହ ଗତ ୧ ମାସ ମଧ୍ୟରେ ଗଞ୍ଜାମ ଜିଲ୍ଲାରେ ୧୦ରୁ ଊର୍ଦ୍ଧ୍ୱ ହତ୍ୟା ଘଟଣାରେ ଲୋକେ ଭୟଭୀତ ।କଟକ ଜିଲ୍ଲା ନିଆଳି ଅଞ୍ଚଳର ଜିଆରପି କନଷ୍ଟେବଳ ସୌମ୍ୟରଞ୍ଜନ ପାଇଁଙ୍କୁ ବାଲିଅନ୍ତା ଠାରେ ବର୍ବରୋଚିତ ଭାବେ ପୋଲିସ୍ ଉପସ୍ଥିତିରେ ଯେଭଳି ପିଟିପିଟି ମାରିଦେଲେ, ତାହା ସଭ୍ୟ ସମାଜରେ ଗ୍ରହଣୀୟ ନୁହେଁ । ନିକଟ ଅତୀତରେ ବାଲି ମାଫିଆ ମାନେ କଟକ ଚାଉଳିଆଗଞ୍ଜ ଠାରେ ଜଣେ ପୋଲିସ୍ କର୍ମଚାରୀଙ୍କୁ ଗାଡ଼ି ଚଢ଼ାଇ ମାରିଦେବା ଘଟଣା ଏବେ ବି ଲୋକଙ୍କ ମନରୁ ଯାଇନି । ସତରେ ପୋଲିସ୍ କରୁଛି କ’ଣ, ତାହା ଆଜି ପ୍ରଶ୍ନବାଚୀ ।ନୟାଗଡ଼ ଜିଲ୍ଲା ଓଡ଼ଗାଁରେ ବାଲି ଓ ମାଙ୍କଡ଼ା ପଥର ମାଫିଆ ଜଣେ ଯୁବକଙ୍କ ଦୁଇ ହାତ ହାଣି ବିଚ୍ ରାସ୍ତାରେ ନିର୍ମମ ଭାବେ ହତ୍ୟା କରିଛନ୍ତି । ଚୋରା ପଥର ଚାଲାଣ ସମ୍ପର୍କରେ ପୋଲିସ୍‌କୁ ସୂଚନା ଦେବା ସନ୍ଦେହରେ ଏହି ବିଭତ୍ସ ହତ୍ୟାକାଣ୍ଡ ଘଟିଛି । ଗତ ୧୫ ଦିନ ମଧ୍ୟରେ ରାଜ୍ୟରେ ଏହି ଜଘନ୍ୟ ଅପରାଧର ବିବରଣୀ କେବଳ ଟିଭି ଓ ସାମାଜିକ ଗଣମାଧ୍ୟମରେ ସୀମିତ ନ ରହି ଜାତୀୟ ଗଣମାଧ୍ୟମରେ ମଧ୍ୟ ଓଡ଼ିଶାକୁ ନିନ୍ଦିତ କରିଛି ।ରାଜ୍ୟରେ ଆଇନର ଶାସନ ନାହିଁ ଏପରିକି ପୋଲିସ୍ ମଧ୍ୟ ନିଜେ ସୁରକ୍ଷିତ ନୁହଁନ୍ତି ବୋଲି ପୋଲିସ ଡିଜି ଗଣମାଧ୍ୟମରେ ସ୍ୱୀକାର କରିଛନ୍ତି । ସେ କହିଛନ୍ତି, ସାଧାରଣ ଜନତା ନିଜକୁ ସୁରକ୍ଷିତ ଅନୁଭବ କରୁନାହାନ୍ତି । ପୋଲିସ୍ ଉପରେ ଲୋକଙ୍କ ବିଶ୍ଵାସ କିଭଳି ଫେରିପାଇବ ସେ ଦିଗରେ ପୋଲିସ୍ କାର୍ଯ୍ୟ କରିବା ନିହାତି ଜରୁରୀ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଶାସନ ସମୟରେ ଶୃଙ୍ଖଳା ଓ ବିକାଶ ଲାଗି ଓଡ଼ିଶା ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲା। ୨ ବର୍ଷର ବିଜେପି ସରକାର ଓଡ଼ିଶାର ଛବିକୁ ଏଭଳି ମଳିନ କରିଛନ୍ତି ଯେ, ଆମେରିକା ରାଷ୍ଟ୍ରପତି ତାଙ୍କ ନାଗରିକ ମାନଙ୍କୁ ଓଡ଼ିଶା ନ ଆସିବାକୁ ପରାମର୍ଶ ଦେଇଛନ୍ତି । ଡବଲ ଇଞ୍ଜିନ ସରକାରରେ ପ୍ରତ୍ୟେକ ଦିନ ଲୋକେ ହନ୍ତସନ୍ତ ହୋଇ ଅନୁଭବ କରୁଛନ୍ତି ଯେ,ନବୀନ ବାବୁଙ୍କ ସମୟରେ ଔର ଆଜି ଭୟଭୀତ ଓ ଅନୁତପ୍ତ । ତେଣୁ ଏହାକୁ ତୁରନ୍ତ ପରିମାର୍ଜିତ କରି ଗୋଟିଏ ସୁଶାସନ ବ୍ୟବସ୍ଥା କଲେ ଭଲ ହୁଅନ୍ତା ।

Leave A Reply

Your email address will not be published.