ପୋଲସରାରେ ଗଞ୍ଜାମ ପୋଲିସ ଜିଲ୍ଲାର ସ୍ୱତନ୍ତ୍ର ଅପରାଧ ନିୟନ୍ତ୍ରଣ ବୈଠକ।

0 5

ପୋଲସରା,୧୪/୦୫ (ପିପିଟି): ଗଞ୍ଜାମ ପୋଲିସ ଜିଲ୍ଲାର ସମସ୍ତ ପୋଲିସ ଅଫିସରଙ୍କ ସକ୍ରିୟତା ବୃଦ୍ଧି କରିବା ପାଇଁ ପୋଲସରା ପୋଲିସ ଥାନା ପରିସରରେ ଏକ ସ୍ୱତନ୍ତ୍ର ଅପରାଧ ନିୟନ୍ତ୍ରଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ଦକ୍ଷିଣାଞ୍ଚଳ ଆଇଜି ନିତିନ୍ ଶେଖର ଏବଂ ଗଞ୍ଜାମ ପୋଲିସ ଜିଲ୍ଲା ଏସପି ଶୁଭେନ୍ଦୁ କୁମାର ପାତ୍ର ଏହି ବୈଠକରେ ଯୋଗ ଦେଇଥିଲେ । ଜନସାଧାରଣଙ୍କ ସୁରକ୍ଷା ପାଇଁ ପୋଲିସ ବାହିନୀ ଦକ୍ଷତା ସହ ପଦକ୍ଷେପ ଗ୍ରହଣ କରିବାକୁ ଏହି ବୈଠକରେ ବିସ୍ତୃତ ଆଲୋଚନା ହୋଇଥିଲା। ବୈଠକରେ ୱାରେଣ୍ଟ କାର୍ଯ୍ୟକାରୀ କରିବା ଏବଂ ବେଆଇନ ବନ୍ଧୁକ ଚିହ୍ନଟ କରିବାରେ ଆନ୍ତରିକ ପ୍ରୟାସ ପାଇଁ ଭଞ୍ଜନଗର ଏସଡିପିଓ ଡକ୍ଟର ଦୀପକ କୁମାର ମିଶ୍ର ଓ ପୋଲସରା ପୋଲିସ ଥାନା ଆଇଆଇସି କୌଶିକ ମାଝୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ପୋଲସରା ପୋଲିସ ଥାନା କର୍ମଚାରୀ ବୃନ୍ଦ ପରିଚାଳନାରେ ସହଯୋଗ କରିଥିଲେ।

ରିପୋର୍ଟ: ସନ୍ତୋଷ କୁମାର ପଣ୍ଡା

Leave A Reply

Your email address will not be published.